ଗୁଡ଼ରେ ତିଆରି ରାବିଡି ପ୍ରସ୍ତୁତ କରିବା ଖୁବ ସହଜ, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ମାନସିକ ଚିନ୍ତା ଏବେ ସମସ୍ତଙ୍କୁ ଜାବୁଡି ରଖିଛି । ଆଉ ଏହି ସମୟରେ କିଛି ସ୍ୱାଦିଷ୍ଟ ଖାଇବା ଯଦି ମିଳିଯାଏ । ତେବେ ଏହା ଆମ ମନକୁ ଶାନ୍ତି ପ୍ରଦାନ କରେ । ଆଜି ଆମେ ସେଭଳି କିଛି ରେସିପି ଆଣିଛୁ ଯାହା ଆପଣଙ୍କ ମୁଡକୁ ଏକଦମ ଠିକ କରିଦେବ । ଆଜିର ରେସିପିର ନାମ ହେଉଛି ରାବିଡି । ଏହାକୁ ପ୍ରସ୍ତୁତ କରିବା ଖୁବ ସହଜ । ଚାଲନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ।

ସାମଗ୍ରୀ:

କ୍ଷୀର: ୩ଲିଟର
ଗୁଡ଼: ୨ କପ୍‌
ବାଦାମ: ୧୦ ଟି
ପିସ୍ତା: ୧୦ ଟି
କେସର ଜଳ: ୨ ଚାମଚ
ଗୁଜୁରାତି ପାଉଡର: ଛୋଟ ଚାମଚ

00
pc: Dine Delicious

ପ୍ରସ୍ତୁତି:

ପ୍ରଥମେ ଗରମ କଡାଇରେ କ୍ଷୀରକୁ ଭଲ ଭାବେ ଫୁଟାନ୍ତୁ । ଏହାକୁ ଫୁଟିବା ସମୟରେ ଧ୍ୟାନ ରଖିବେ ଯେତେବେଳେ କ୍ଷୀର ବହଳିଆ ହୋଇଯିବ ସେଥିରେ କେସର ପାଣି, ଗୁଜୁରାତି, ଗୁଡ଼ ପକାଇ ମିଶାଇ ଦିଅନ୍ତୁ । ଏହାକୁ କମ ଆଞ୍ଚରେ ଫୁଟାନ୍ତୁ । ଏହା ଅଧିକ ବହଳିଆ ହେବା ପରେ ଆପଣଙ୍କ ରାବିଡି ପ୍ରସ୍ତୁତ ହୋଇଯିବ । ଏହାକୁ ଥଣ୍ଡା କରି ଖାଆନ୍ତୁ । ଖାଇବା ପୂର୍ବରୁ ଏହା ଉପରେ ବାଦାମ ଓ ପିସ୍ତା ପକାଇ ଆପଣ ସର୍ଭ କରିପାରିବେ । ଏହା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଆପଣଙ୍କ ମୁଡକୁ ଠିକ କରିବାରେ ଏହା ଅନେକ ମାତ୍ରାରେ ସାହାଯ୍ୟ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.