ପାଣିରେ ଥିବା ଦଳ ଆପଣଙ୍କୁ କରିପାରେ ଲକ୍ଷପତି, ଜାଣନ୍ତୁ ଏହାସହିତ ଜଡିତ ତଥ୍ୟ

ପ୍ରଥମେ ଆପଣ ଜଳକୁମ୍ଭୀ କ’ଣ  ନିଶ୍ଚିତ ଭାବେ ଜାଣିନିଅନ୍ତୁ। ଏହା ଏକ ପ୍ରକାର ଶୈବାଳ। ଯାହା ପୋଖରୀ, ନଦୀମାନଙ୍କରେ ଦେଖିବାକୁ ମିଳିଥାଏ। ଏହାକୁ ଆମେ ସାଧାରଣତଃ ଦଳର ଛୋଟ ଅବସ୍ଥାକୁ ବୋଲି ଜାଣିଥାଉ। ଯାହାକୁ ଜଳକୁମ୍ଭୀ କୁହାଯାଇଛି। ହିନ୍ଦୁ ଧର୍ମରେ ଅନେକ ଏପରି ଜିନିଷ ରହିଛି, ଯାହାକୁ ଘରେ ରଖିବା ଅତି ଶୁଭପ୍ରଦ ହୋଇଥାଏ। ଏହାଦ୍ୱାରା ଘରେ ଲକ୍ଷ୍ମୀବାସ କରିଥାନ୍ତି। ଏହା ସହିତ ସୁଖ-ସମୃଦ୍ଧି ମଧ୍ୟ ପ୍ରାପ୍ତି ହୋଇଥାଏ। ଏସବୁ ଜିନିଷ ମଧ୍ୟରେ ଜଳକୁମ୍ଭୀ ହେଉଛି ଅନ୍ୟତମ। ଏହାକୁ ଧନପ୍ରାପ୍ତିର ଉପାୟ ବୋଲି ମଧ୍ୟ କୁହାଯାଏ। ଆସନ୍ତୁ ଜାଣିବା କ’ଣ ରହିଛି ଜଳକୁମ୍ଭୀ ରଖିବାର ଶୁଭଫଳ:

– ଏହା ଘରୁ ନକାରାତ୍ମକ ଶକ୍ତିକୁ ଦୂର କରି ସକାରାତ୍ମକ ଶକ୍ତିକୁ ସଂଚାରିତ କରିଥାଏ। ଏହାକୁ ଘରେ ରଖିବା ଦ୍ୱାରା ଆଥିର୍କ ଚିନ୍ତା ମଧ୍ୟ ଦୂର ହୋଇଥାଏ।

– ଯେଉଁ ବ୍ୟକ୍ତି ଚାକିରି ଏବଂ ବ୍ୟବସାୟକୁ ନେଇ ଉନ୍ନତି କରିବାକୁ ଚାହୁଁଚନ୍ତି, ସେମାନେ ଗୁରୁବାର ଦିନ ଜଳକୁମ୍ଭୀକୁ ଆଣି ହଳଦିଆ କପଡାରେ ବାନ୍ଧି ରୋଷେଇ ଘର ଦ୍ୱାରରେ ଝୁଲାଇଦିଅନ୍ତୁ। କିନ୍ତୁଧ୍ୟାନ ରଖନ୍ତୁ ପ୍ରତି ଗୁରୁବାର ଏହାକୁ ବଦଳାଇବେ ନିଶ୍ଚିତ। ଏହି ଉପାୟ କରିବା ଦ୍ୱାରା ଆପଣଙ୍କୁ ସଫଳତା ମିଳିବ।

– ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ପୂଜାକରିବା ସ୍ଥାନରେ ଜଳକୁମ୍ଭୀ ରଖନ୍ତୁ। ଏହାଦ୍ୱାରା ଘରେ ଧନର ଆଗମନ ହେବ।

– ପାରିବାରିକ କଳହ, ମତଭେଦ ଦୂର କରିବାରେ ଜଳକୁମ୍ଭୀ ଫଳପ୍ରଦ ଦେଇଥାଏ। ଏହା ପରିବାରର ସମସ୍ତ ସଦସ୍ୟଙ୍କ ବିକାଶ କରିବାରେ ସହାୟକ ହୋଇଥାଏ।

– ଘରେ ରଖିଥିବା ପୁରୁଣା ଜଳକୁମ୍ଭୀକୁ ଆପଣ କୌଣସି ନଦୀ, ପୋଖରୀ କିମ୍ବା ବୋହିଯାଉଥିବା ପାଣିରେ ପ୍ରବାହିତ କରିଦିଅନ୍ତୁ। ଏପରି କରିବା ଦ୍ୱାରା ପରିବାର ପ୍ରତି ଆସୁଥିବା ବାଧାବିଘ୍ନ ଦୂର ହୋଇଥାଏ।

– ଜଳକୁମ୍ଭୀକୁ ମା’ ଲକ୍ଷ୍ମୀଙ୍କ ଚରଣରେ ରଖିବା ଦ୍ୱାରା ଆଥିର୍କ ସମସ୍ୟା ଦୂର ହୋଇଥାଏ। କାର‌୍ୟ୍ୟରେ ଆସୁଥିବା ବାଧା ମଧ୍ୟ ରହେନାହିଁ।

– ଯେଉଁ ଲୋକମାନଙ୍କର ମନ ବିଚଳିତ ରହିଥାଏ, ସେମାନେ ଜଳକୁମ୍ଭୀକୁ ନୀଳ କପଡାରେ ବାନ୍ଧି ନିଜ ଡାହାଣ ହାତରେ ବାନ୍ଧିଦିଅନ୍ତୁ। ଏପରି କରିବା ଦ୍ୱାରା ମନ ଶାନ୍ତ ରହିଥାଏ।

– ଜଳକୁମ୍ଭୀ ଘରର ମୁଖ୍ୟଦ୍ୱାରରେ ଟାଙ୍ଗିବା ଦ୍ୱାରା ନକାରାତ୍ମକ ଦୋଷ ଘରୁ ଦୂର ହୋଇଥାଏ।

– ଯଦି ଆପଣଙ୍କ ସ୍ୱାସ୍ଥାବସ୍ଥା ଠିକ୍‌ ରହୁନାହିଁ ତେବେ ଜଳକୁମ୍ଭୀକୁ ତାବିଜ୍‌ କରି ବେକରେ ବାନ୍ଧନ୍ତୁ। କିନ୍ତୁ ମନେ ରଖନ୍ତୁ, ଏହି ପ୍ରକ୍ରିୟା ରବିବାର ଦିନ ହିଁ କରନ୍ତୁ। ଏପରି କରିବା ଦ୍ୱାରା ଅନେକ ରୋଗ ଦୂର ହୋଇଥାଏ।

Swagatika

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

3 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

5 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

45 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

60 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago