ଥଣ୍ଡା-କାଶ ଚୁଟକିରେ ହୋଇଯିବ ଠିକ୍, ଆଜି ଘରେ ବନାନ୍ତୁ ପିଆଜ ଓ ମହୁ ସିରପ୍

ବର୍ଷାଦିନରେ ଗଳାରେ ଦେଖାଦେଉଥିବା ସମସ୍ଯା, ଥଣ୍ଡା-ଜ୍ବର ସାଧାରଣ କଥା। ଏହା ହେଲେ ଆମେ ଅନେକ ଘରୋଇ ଉପଚାର କରି ଏହାକୁ ଭଲ କରିଥାଉ। ଅତ୍ଯଧିକ ହେଲେ ଅନେକ ଲୋକ ଡାକ୍ତରଙ୍କ ପରାମର୍ଶ ନେଇଥାନ୍ତି। ଏମିତିରେ ଆଜି ଆମେ ଆପଣଙ୍କୁ ଏକ ସିରିପ ବିଷୟରେ କହିବୁ, ଯାହାକୁ ସେବନ କରିବା ଦ୍ବାରା ଏହି ସମସ୍ଯା ଚୁଟକିରେ ଠିକ୍ ହୋଇଯିବ। ଏହି ସିରିପ ଏକ ହର୍ବାଲ ଔଷଧ ଭାବେ କାମ କରିଥାଏ। ଆସନ୍ତୁ ଜାଣିବା ଏହି ସିରିପ ବିଷୟରେ…

ଏହି ସମସ୍ଯାରୁ ମୁକ୍ତି ଦେବ ପିଆଜ ଏବଂ ମହୁ ସିରିପ୍। ଆସନ୍ତୁ ଜାଣିବା କିପରି ଏହାକୁ କରିବେ ପ୍ରସ୍ତୁତ।

ଏଥିପାଇଁ ଆବଶ୍ଯକ ସାମଗ୍ରୀ ପିଆଜ ଓ ମହୁ। ପ୍ରଥମେ ପିଆଜକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ଏବେ ଏକ ଜାରରେ ପିଆଜକୁ ରଖି ମହୁ ମିଶାଇ ଦିଅନ୍ତି। ଏହାକୁ ଏବେ ଢାଙ୍କୁଣୀ ଦେଇ ଅଧ ଘଣ୍ଟା ରଖନ୍ତୁ। ଏବେ ପିଆଜକୁ ଏକ ଚାମଚରେ ଚାପି ସେଥିରୁ ସବୁ ରସ କାଢିଦିଅନ୍ତୁ। ଛୋଟ ପିଲା ପାଇଁ ପ୍ରତି ୨ ଘଣ୍ଟାରେ ଏକ ଛୋଟ ଚାମଚ ଏବଂ ବୟସ୍କଙ୍କ ପାଇଁ ୧ ବଡ ଚାମଚ ପିଇବାକୁ ଦିଅନ୍ତୁ।

ପିଆଜରେ ଆଣ୍ଟି ବ୍ଯାକ୍ଟେରିଆଲ ଗୁଣ ଭରପୂର ରହିଥିବା ବେଳେ ଏହା ସଂକ୍ରମଣରୁ ବଞ୍ଚାଏ। ପିଆଜରେ ଫ୍ଲାବୋନାଇଡସ୍ ଏବଂ ଏଲ୍କନାଇଲ ସିଷ୍ଟିନ ସଲଫାକ୍ସାଇଡ ଭରପୁର ମାତ୍ରାରେ ରହିଥାଏ। ଏହାଛଡା ମହୁରେ ମିନେରାଲ୍ସ, ଏନଜାଇମ, ଭିଟାମିନ ବି, ପ୍ରୋବାୟୋଟିନ ଏବଂ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ରହିଥାଏ। ଯାହା ଥଣ୍ଡା କାଶକୁ ଭଲ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.