କଳାଜିରା ଏକ ଏମିତି ମସଲା, ଯାହାକୁ ପ୍ରତ୍ୟେକ ଗୃହିଣୀ ନିଜ ରୋଷେଇ ଘରେ ନିଶ୍ଚୟ ରଖି ଥାଆନ୍ତି। ଏହା ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବାରେ ଭଲ ଆୟୁର୍ବେଦ ଚିକିତ୍ସା ହୋଇଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି? କଳାଜିରା ସମସ୍ତ ପ୍ରକାର ପାଚନ ସମସ୍ୟାକୁ ବି ଦୂର କରିବାରେ ରାମବାଣ ଚିକିତ୍ସା ହୋଇଥାଏ। ଆଜି ଆମେ ଆପଣଙ୍କୁ ଏହା ବିଷୟରେ କହିବୁ।
କଳାଜିରାରେ ପ୍ରୋଟିନ, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ, ଜିଙ୍କ୍, ମ୍ୟାଗ୍ନେସିୟମ୍, କାର୍ବୋହାଇଡ୍ରେଟ୍, ଫ୍ୟାଟ୍, ଭିଟାମିନ୍ ଏ, ବି, ବି୨ ଆଦି ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଛି। କଳାଜିରା ତେଲ ଅନ୍ୟ ତେଲ ତୁଳନାରେ ବହୁତ ପ୍ରଭାବଶାଳୀ ହୋଇଥାଏ ଏବଂ ଏଥିରେ ଆବଶ୍ୟକ ମାତ୍ରାରେ ଫ୍ୟାଟି ଏସିଡ୍ ମଧ୍ୟ ରହିଛି।
କୋଷ୍ଠକାଠିନ୍ୟ ଆଜିକା ଦିନରେ ସବୁଠାରୁ ସାଧାରଣ ପାଚନ ସମସ୍ୟା ହୋଇଗଲାଣି। ଏହା ସବୁ ବର୍ଗର ଲୋକଙ୍କଠାରେ ଦେଖାଯାଉଛି। ଏହି ସମସ୍ୟା ଥିଲେ ଆପଣଙ୍କୁ ପୂରା ଦିନ ଥକ୍କା ଏବଂ ଅସହଜ ଅନୁଭବ ହୋଇଥାଏ। ଏହା ଆପଣଙ୍କ ଭୋକକୁ ମଧ୍ୟ ପ୍ରଭାବିତ କରିଥାଏ। କୋଷ୍ଠକାଠିନ୍ୟ ଏକ ପ୍ରମୁଖ ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇନାଲ ରୋଗ, ଯାହା ଆମ ପାଚନ ତନ୍ତ୍ରକୁ ଖରାପ କରିଥାଏ।
ତେବେ ଏହି ସମସ୍ୟା ଥିଲେ କଳାଜିରା ଏହାକୁ ସହଜରେ ଦୂର କରି ପାରିବ। ଏଥିପାଇଁ ଆପଣ ଏକ କପ୍ କଳାଜିରା ତେଲକୁ ଗରମ ପାଣିରେ ମିଶାଇ ସେବନ କରନ୍ତୁ। ଏହା ବ୍ୟତୀତ କଳାଜିରା ଆପଣଙ୍କୁ ଶରୀରର ମେଟାବଲିଜମ୍ ସ୍ତର ବଢ଼ାଇବା, ଓଜନ ହ୍ରାସ କରିବା, ଅର୍ଶ ସସମ୍ୟା ଏବଂ ମୋଟାପଣ ଦୂର କରିବାରେ ମଧ୍ୟ ସାହାଯ୍ୟ କରି ପାରିବ।