ଡାଇବେଟିସ୍‌ ରୋଗୀଙ୍କ ପାଇଁ ପଣସ ମଞ୍ଜି ଅଟା ଅତ୍ୟନ୍ତ ଲାଭଦାୟକ, ସୁଗାର ଲେବଲକୁ କରେ ନିୟନ୍ତ୍ରଣ

ଖରାପ ଖାଦ୍ୟ ଏବଂ ଲାଇଫ୍‌ ଷ୍ଟାଇଲ୍‌ ଯୋଗୁ ଡାଇବେଟିସ୍‌ ଲୋକମାନଙ୍କ ମଧ୍ୟରେ ସବୁଠାରୁ ସାଧାରଣ ରୋଗରେ ପରିଣତ ହୋଇଛି । ତେବେ ଭାରତରେ ଡାଇବେଟିସ୍‌ ରୋଗୀମାନେ ଦ୍ରୁତ ଗତିରେ ବୃଦ୍ଧି ପାଉଛନ୍ତି । ଏହି ରୋଗ ଯୁବକମାନଙ୍କୁ ଅଧିକ ପ୍ରଭାବିତ କରୁଛି । ଏହାର ମୁଖ୍ୟ କାରଣ ହେଉଛି ଅସ୍ୱାସ୍ଥ୍ୟକର ଲାଇଫ୍‌ଷ୍ଟାଇଲ୍‌, ଷ୍ଟେସ୍‌ ଏବଂ ଖାଇବା । ଏହିପରି କରିବା ଦ୍ୱାରା ଶରୀରରେ ଅନେକ ରୋଗ ବିକଶିତ ହେବାକୁ ଲାଗିଥାଏ । ଏପରି ପରିସ୍ଥିତିରେ, ଯଦି ଆପଣ ଡାଇବେଟିସ୍‌ରୁ ଦୂରେଇ ରହିବାକୁ କିମ୍ବା ଡାଇବେଟିସ୍‌କୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ଆପଣଙ୍କର ଖାଦ୍ୟ ପରିବର୍ତ୍ତନ କରନ୍ତୁ । ତେବେ ବ୍ଲଡ ସୁଗାରକୁ ନିୟନ୍ତ୍ରଣ କରିବା ପାଇଁ ଲୋକମାନେ ବିଭିନ୍ନ ପଦକ୍ଷେପ ନିଅନ୍ତି । ଆହୁରି ମଧ୍ୟ, ଡାକ୍ତରଙ୍କ ସହିତ ପରାମର୍ଶ କରିବା ଆପଣଙ୍କ ପାଇଁ ଜରୁରୀ ହୋଇଥାଏ । ଏହା ସହ ଘରୋଇ ଉପଚାର ମଧ୍ୟରେ, ସର୍ବପ୍ରଥମେ ଆପଣ ଖାଦ୍ୟ ପରିବର୍ତ୍ତନ କରିବା ଉଚିତ୍ । ଡାଇବେଟିସ୍‌ ରୋଗରେ, ଗହମ ବଦଳରେ ପଣସ ମଞ୍ଜି ଅଟାରେ ତିଆରି ରୁଟି ଖାଆନ୍ତୁ । ଅନେକ ଅନୁସନ୍ଧାନରୁ ଏହା ଜଣାପଡିଛି ଯେ ପଣସ ମଞ୍ଜି ଅଟା ରୁଟି ସାହାଯ୍ୟରେ ଡାଇବେଟିସ୍‌କୁ ନିୟନ୍ତ୍ରଣ କରାଯାଇପାରିବ । ଏହା ମଧ୍ୟ ଟାଇପ୍-୨ ଡାଇବେଟିସ୍ ହେବାର ଆଶଙ୍କା ଦୂର କରିଥାଏ । ତାହେଲେ ଆସନ୍ତୁ ଜାଣିବା ପଣସ ମଞ୍ଜି ଅଟା କ’ଣ ଏବଂ ଏହାକୁ କିପରି ବ୍ୟବହାର କରିବେ ।

ଡାଇବେଟିସ୍‌ରେ ପଣସ ମଞ୍ଜି ଅଟା କାହିଁକି ଲାଭଦାୟକ ?
ଅନେକ ରିପୋର୍ଟରେ କୁହାଯାଇଛି ଯେ ଯଦି ଆପଣ ପ୍ରତିଦିନ ପଣସ ମଞ୍ଜି ଅଟାରେ ତିଆରି ରୁଟି ଖାଆନ୍ତି, ତେବେ ଏହା ଟାଇପ୍-୨ ଡାଇବେଟିସ୍‌ ରୋଗୀଙ୍କୁ ଅନେକ ଲାଭ ଦେଇଥାଏ । ବୈଜ୍ଞାନିକଙ୍କ ଅନୁଯାୟୀ, ଡାଇବେଟିସ୍‌ ରୋଗୀଙ୍କ ମଧ୍ୟରେ ପ୍ଲାଜା ସୁଗାର ଲେବଲ କମ୍‌ କରିବାରେ ପଣସ ମଞ୍ଜି ଅଟା ସାହାଯ୍ୟ କରିଥାଏ । ଯେଉଁମାନେ ପଣସ ମଞ୍ଜି ଅଟା ବ୍ୟବହାର କରିଥିଲେ ସେମାନଙ୍କ ଶରୀରରେ କମ୍ ପରିମାଣର ଗ୍ଲାଇକୋସାଇଲେଟେଡ୍ ହେମୋଗ୍ଲୋବିନ୍ (HbA1c) ଥିବା ଦେଖିବାକୁ ମିଳିଥିଲା ।

ଆମେରିକୀୟ ଡାଇବେଟିସ୍ ଆସୋସିଏସନ୍‌ରେ ପ୍ରକାଶିତ ଏକ ଅନୁସନ୍ଧାନ ଅନୁଯାୟୀ, ପ୍ରାୟ ୪୦ ଜଣ ବ୍ୟକ୍ତିଙ୍କ ଉପରେ ଏହି ରିସର୍ଚ୍ଚ କରାଯାଇଥିଲା ଯେଉଁମାନେ ଦୁଇଟି ଟିମ୍‌ରେ ବିଭକ୍ତ ହୋଇଥିଲେ । ତେବେ ଗୋଟିଏ ଟିମ୍‌ର ଲୋକଙ୍କୁ ୧୨ ସପ୍ତାହ ପାଇଁ ପଣସ ମଞ୍ଜି ଅଟା ଏବଂ ଅନ୍ୟ ଟିମ୍‌ର ଲୋକଙ୍କୁ ସାଧାରଣ ଅଟା ଦିଆଯାଉଥିଲା । ଏହାର ଫଳାଫଳରୁ ଜଣାପଡିଛି ଯେ ଯେଉଁମାନେ ପଣସ ମଞ୍ଜି ଅଟାରେ ତିଆରି ରୁଟି ଖାଉଥିଲେ ସେମାନଙ୍କ ଟିମ୍‌ର ଗ୍ଲାଇକୋସାଇଲେଟେଡ୍ ହେମୋଗ୍ଲୋବିନ୍ ଯଥେଷ୍ଟ କମ୍ ଥିଲା । ଏହା ସହ ଯେଉଁମାନେ ପଣସ ମଞ୍ଜି ଅଟା ବ୍ୟବହାର କରନ୍ତି, ସେମାନଙ୍କ ବ୍ଲଡ ସୁଗାର ଲେବଲ ଶୀଘ୍ର କମିଯାଏ ।

ଭାରତ ଏବଂ ଏହାର ଆଖପାଖ ଦେଶରେ ବହୁ ପରିମାଣରେ ପଣସ ଉତ୍ପାଦିତ ହୁଏ । ତେବେ ଆପଣ ପଣସ ମଞ୍ଜିକୁ ଭଲ ଭାବେ ଶୁଖାନ୍ତୁ । ମଞ୍ଜି ଶୁଖିବା ପରେ, ତାହାର ଉପର ସ୍ତରକୁ ବାହାର କରି ପଣସ ମଞ୍ଜିକୁ ଭଲ ଖଣ୍ଡ ଖଣ୍ଡ କରି କାଟି ଦିଅନ୍ତୁ । ବର୍ତ୍ତମାନ ଏହି ମଞ୍ଜିଗୁଡିକୁ ଗ୍ରାଇଣ୍ଡ୍ କରି ଏହାକୁ ଅଟାରେ ପ୍ରସ୍ତୁତ କରନ୍ତୁ ।

ତେବେ ପଣସ ମଞ୍ଜିରୁ ତିଆରି ଅଟାର ରୁଟି ଖାଇବା ଦ୍ୱାରା ଡାଇବେଟିସ୍‌ ପରି ବିପଜ୍ଜନକ ରୋଗକୁ ନିୟନ୍ତ୍ରଣ କରାଯାଇପାରିବ । ପଣସ ମଞ୍ଜି ଅଟା ରୁଟି ଖାଇବା ଦ୍ୱାରା ଟାଇପ୍-୨ ଡାଇବେଟିସ୍‌ ହେବାର ଆଶଙ୍କା କମିଯାଏ । ପଣସ ମଞ୍ଜି ଅଟା କେବଳ ଡାଇବେଟିସ୍‌କୁ ନିୟନ୍ତ୍ରଣ କରେ ନାହିଁ ବରଂ ହାଇ ବ୍ଲଡ ପ୍ରେସର ସମସ୍ୟାକୁ ମଧ୍ୟ ନିୟନ୍ତ୍ରଣ କରେ । ପଣସ ମଞ୍ଜି ଅଟା ଖାଇବା ଓଜନ କମ୍‌ କରିବାରେ ସାହାଯ୍ୟ କରିଥାଏ, ଏହି ରୁଟି ମୋଟାପଣକୁ କମ୍‌ କରିଥାଏ । ଯେଉଁମାନେ ପଣସ ମଞ୍ଜି ଅଟାରୁ ତିଆରି ରୁଟି ଖାଆନ୍ତି, ସେମାନଙ୍କର ହାଡ ମଜ୍‌ବୁତ ହୋଇଥାଏ ।

You might also like