ରୁଟି ବନାଇବା ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି ଭୁଲ୍‌, ନଚେତ୍‌ ହୋଇଯିବେ ବରବାଦ୍‌

ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ରୋଷେଇ ଘର ସବୁଠୁ ଗୁରତ୍ୱପୁର୍ଣ୍ଣ ସ୍ଥାନ । ଯେଉଁଠି ପରିବାର ଲୋକଙ୍କ ଖାଦ୍ୟ ତିଆରି ହୋଇଥାଏ । ଏହା ଘରର ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ମଧ୍ୟ ଠିକ୍‌ ରଖିଥାଏ । ଯଦି ଏଠାରେ କୌଣସି ପ୍ରକାର ଦୋଷ ରହେ,ଏହା ପରିବାର ଲୋକଙ୍କ ଉପରେ ପ୍ରଭାବ ପକାଇଥାଏ । ରୋଷେଇ ଘରେ ଆମେ ବିଭିନ୍ନ ଖାଦ୍ୟ ବନାଇବା ବେଳେ ଏହାର କିଛି ନିୟମ ପ୍ରତି ନଜର ଦେଇ ନଥାଉ ।

ଯାହାକି ପରିବାରେ ଅସୁବିଧା ସୃଷ୍ଟି କରିଥାଏ । ରୁଟି ବନାଇବା ବେଳେ ମଧ୍ୟ ସେମିତି କିଛି ନିୟମ ମାନିବା ଜରୁରୀ । କାରଣ ରୁଟି ବନାଇବାବେଳେ ଏପରି ଭୁଲ ଘରର ସୁଖ ଶାନ୍ତି ଉପରେ ପ୍ରଭାବ ପକାଇଥାଏ । ରୁଟି ବନାଇବା ବେଳେ ଏପରି ଭୁଲ କେବେ ବି କ ରନ୍ତୁ ନାହିଁ ।

ଆବଶ୍ୟକ ଠାରୁ ଅଧିକ ବନାନ୍ତୁ ରୁଟି

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ରୁଟି ବନାଇବାବେଳେ ଆବଶ୍ୟକ ଠାରୁ ଅଧିକ ରୁଟି ବନାଇବା ଜରୁରୀ । କାରଣ ପ୍ରଥମ ରୁଟି ଗାଇକୁ ଓ ଶେଷ ରୁଟି କୁକୁରକୁ ଖୋଇବା ଶୁଭ ହୋଇଥାଏ ।

ଅତିଥିଙ୍କ ପାଇଁ ମଧ୍ୟ ବାହାର କରନ୍ତୁ ରୁଟି

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ରୁଟି ବନାଇବାବେଳେ ଅତିଥିଙ୍କ ପାଇଁ ମଧ୍ୟ ୨ ଟି ରୁଟି ବନାଇବା ଦରକାର । କାରଣ ଘରକୁ ଆସୁଥିବା ଅତିଥି ଭଗବାନ ସଦୃଶ ହୋଇଥାନ୍ତି । କାରଣ ଏମାନଙ୍କୁ କେବେ ବି ଭୋକିଲା ଫେରାଇବା କଥା ନୁହେଁ । ତେଣୁ ୨ଟି ଅଧିକ ରୁଟି ବନାନ୍ତୁ,ଯେଉଁଠି ମା’ ଅନ୍ନପୂର୍ଣ୍ଣାଙ୍କ କୃପା ଜାରି ରହିବ । ଯଦି କେହି ଅତିଥି ନ ଆସନ୍ତି ତେବେ ଏହି ରୁଟିକୁ କୁକୁର, ବିଲେଇ କିମ୍ବା ପକ୍ଷୀଙ୍କୁ ଖୁଆଇ ଦିଅନ୍ତୁ ।

ଏହି ଅଟାରେ ବନାନ୍ତୁ ନାହିଁ ରୁଟି

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ କେବେ ଅଟାକୁ ଚକଟି କରି ଫ୍ରିଜରେ ରଖନ୍ତୁ ନାହିଁ । କାରଣ ବାସି ଅଟାରେ ନିର୍ମିତ ରୁଟି ପାରିବାରିକ କ୍ଲେଶର କାରଣ ହୋଇଥାଏ । ଏହାସହ ବାସି ଅଟାରେ ବ୍ୟାକ୍ଟେରିଆ ସୃଷ୍ଟି ହୋଇପାରେ । ଏହାଛନା ବାସି ରୁଟିର ସମ୍ପର୍କ ରାହୁଙ୍କ ସହ । ତେଣୁ ବାସି ଅଟାର ରୁଟିକୁ ଆପଣ କୁକୁରକୁ ଦେଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.