ଆର୍ଥିକ ସ୍ଥିତିକୁ ଭାଙ୍ଗି ଦେଇଛି କରୋନା… ନୂଆ ବର୍ଷ ପୂର୍ବରୁ କରନ୍ତୁ ଏହି ଉପାୟ; ବର୍ଷସାରା ହେବ ଧନବର୍ଷା

ଆସୁଛି ବର୍ଷ ୨୦୨୨। ନୂଆ ବର୍ଷ ପାଇଁ ପ୍ରସ୍ତୁତି ଜୋର୍‌ସୋରରେ ଆଗେଇ ଚାଲିଛି। ବର୍ଷ ୨୦୨୧ ବହୁତ ଉତ୍‌ଥାନ ପତ୍ତନ ଦେଇ ଗତି କରିଛି। କରୋନା କାରଣରୁ ଲୋକଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡିଛି। ଏହି ସମୟରେ କିଛି ଲୋକଙ୍କୁ ଚାକିରି ମଧ୍ୟ ହରେଇବାକୁ ପଡ଼ିଛି। ଏଭଳି ପରିସ୍ଥିତିରେ ଆସନ୍ତା ବର୍ଷ ଲୋକଙ୍କ ପାଇଁ ନୂତନ ଆଶା ସଞ୍ଚାର କରିବ ବୋଲି ଲୋକେ ଆଶା ବାନ୍ଧିଛନ୍ତି। ଏମିତିରେ ଆଜି ଆମେ ଆପଣଙ୍କୁ ଏପରି କିଛି ପଦକ୍ଷେପ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣାଇଲେ ଆଗାମୀ ବର୍ଷ ଆପଣଙ୍କ ପାଇଁ ମଧ୍ୟ ବହୁତ ଶୁଭମୟ ହେବ। ଆପଣଙ୍କୁ ବର୍ଷସାରା କୌଣସି ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିବ ନାହିଁ।

ଅଶ୍ୱତ୍‌ଥ ପତ୍ର: ନୂଆ ବର୍ଷର ଗୋଟିଏ ଦିନ ପୂର୍ବରୁ କୌଣସି ଶୁଭ ମୁହୂର୍ତ୍ତରେ ନିଜ ପର୍ସରେ ଅଶ୍ୱତ୍‌ଥ ପତ୍ର ରଖି ଦିଅନ୍ତୁ। ଏଥିରୁ ଆପଣଙ୍କୁ ବର୍ଷସାରା ପଇସା ଅଭାବର ସାମ୍ନା କରିବାକୁ ପଡିବ ନାହିଁ। ଅଶ୍ୱତ୍‌ଥ ଗଛରେ ସମସ୍ତ ଦେବଦେବୀ ବାସ କରି ଥାଆନ୍ତି। ମାତା ଲକ୍ଷ୍ମୀ ମଧ୍ୟ ଅଶ୍ୱତ୍‌ଥ ପତ୍ରରେ ବାସ କରନ୍ତି।

ଚାଉଳ: ନୂତନ ବର୍ଷର ଦିନକ ପୂର୍ବରୁ ଚାଉଳ ଦାନାକୁ ନିଜ ପର୍ସରେ ରଖିବା ଦ୍ୱାରା ବର୍ଷସାରା ଆପଣଙ୍କ ଧନ ବୃଦ୍ଧି ପାଇବାରେ ଲାଗିବ। ମାତା ଲକ୍ଷ୍ମୀ ଆପଣଙ୍କ ଘରେ ନିୟମିତ ଭାବରେ ରହିବେ ଏବଂ ପୂରା ବର୍ଷ ଆପଣଙ୍କ ଘରେ ଟଙ୍କା ବର୍ଷା ହୋଇପାରେ। ଘରୁ ଦାରିଦ୍ର୍ୟ ଦୂର ହୋଇଯିବ।

କଉଡ଼ି: ନୂଆ ବର୍ଷ ପୂର୍ବରୁ ଆପଣ ନିଜ ପର୍ସରେ କଉଡ଼ି ନିଶ୍ଚୟ ରଖନ୍ତୁ। ବାସ୍ତବରେ କଉଡ଼ିକୁ ମାତା ଲକ୍ଷ୍ମୀଙ୍କର ପ୍ରତୀକ ଭାବେ ଗଣାଯାଏ। ଏହା ବ୍ୟତୀତ କଉଡ଼ିଗୁଡ଼ିକୁ ଆଲମିରାରେ ରଖିବା ଦ୍ୱାରା ଲକ୍ଷ୍ମୀଙ୍କ କୃପା ସବୁବେଳେ ଆପଣଙ୍କ ଉପରେ ରହିଥାଏ।

ପଦ୍ମ ମଞ୍ଜି: ପଦ୍ମ ମଞ୍ଜିକୁ ଏକ ଲାଲ୍‌ କପଡ଼ାରେ ବାନ୍ଧି ନୂଆ ବର୍ଷର ଗୋଟିଏ ଦିନ ପୂର୍ବରୁ ନିଜ ପର୍ସରେ ରଖି ଦିଅନ୍ତୁ। ଏହାକୁ ପର୍ସରେ ରଖିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଧର୍ମଶାସ୍ତ୍ର ଅନୁସାରେ, ମାତା ଲକ୍ଷ୍ମୀ କମଳ ଉପରେ ବିରାଜମାନ କରି ଥାଆନ୍ତି। ଏଥିପାଇଁ ପର୍ସରେ ପଦ୍ମ ମଞ୍ଜି ରଖିବା ଦ୍ୱାରା ଆପଣଙ୍କ ପର୍ସରେ ଧନ ଦୀର୍ଘ ଦିନ ଧରି ରହିଥାଏ।

Leave A Reply

Your email address will not be published.