ବାସ୍ତୁ ଅନୁସାରେ ଘରର ମୁଖ୍ୟ ଦ୍ୱାର ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏଥିପାଇଁ ଲୋକେ ନିଜ ଘରର ମୁଖ୍ୟ ଦ୍ୱାରରେ ଶୁଭ ଜିନିଷ ଲଗାଇବାକୁ ପଡ଼ିଥାଏ । ଏହି ଜିନିଷ ଲଗାଇବା ଦ୍ୱାରା ସକରାତ୍ମକ ପ୍ରଭାବ ଘର ଲୋକଙ୍କ ଉପରେ ପଡ଼ିଥାଏ । ଯଦି ଆପଣ ଆପଣଙ୍କ ଘରର ମୁଖ୍ୟ ଦ୍ୱାରକୁ ସଜାଇବାକୁ ଚାହୁଁଛନ୍ତି,ତେବେ ଜାଣନ୍ତୁ ଘରର ମୁଖ୍ୟ ଦ୍ୱାରରେ କ’ଣ ଶୁଭ ଜିନିଷ ଲଗାଇବା ଦରକାର ।
ଗଣେଶଜୀ
ଘରର ମୁଖ୍ୟ ଦ୍ୱାରରେ ଶ୍ରୀ ଗଣେଶଜୀଙ୍କ ଫଟୋ ଲଗାନ୍ତୁ । ଗଣେଶଜୀଙ୍କୁ ବାହର ବଦଳରେ ଭିତର ପଟରେ ଲଗାନ୍ତୁ । ବାହାର ପଟେ ଲଗାଇଲେ ଘରେ ଧନର ଅଭାବ ହେବ ଓ ଦାରିଦ୍ର୍ୟତା ବୃଦ୍ଧି ପାଇବ । ଭିତର ପଟରେ ଲଗାଇଲେ ବାଧା ନଷ୍ଟ ହେବା ସହ ସଫଳତା ମିଳିଥାଏ ।
ସ୍ୱସ୍ତିକ
ଘରର ମୁଖ୍ୟ ଦ୍ୱାରର ଦୁଇ ପଟରେ ଲାଲ ସ୍ୱସ୍ତିକ ଚିହ୍ନ ଲଗାଇବା ଦ୍ୱାରା ଘରର ବାସ୍ତୁ ଓ ଦିଗ ଦୋଷ ଦୂର ହୋଇଥାଏ । ମୁଖ୍ୟ ଦ୍ୱାରର ଉପର ମଝି ସ୍ଥାନରେ ନୀଳ ରଂଗର ସ୍ୱସ୍ତିକ ଚିହ୍ନ ଲଗାନ୍ତୁ । ଏମତି ଲଗାଇବା ଦ୍ୱାର ଘର ଲୋକଙ୍କ ସ୍ୱାସ୍ଥ୍ୟ ଠିକ୍ ରହିଥାଏ ।
ଲକ୍ଷ୍ମୀଜୀଙ୍କ ପାଦ
ଘରର ମୁଖ୍ୟ ଦ୍ୱାରରେ ଲକ୍ଷ୍ମୀଜୀଙ୍କ ପାଦ ଜରୁର ଲଗାନ୍ତୁ । ଏହାଦ୍ୱାରା ଧନ ଦୌଲତ ଓ ସମୃଦ୍ଧି ଘରକୁ ଆସିଥାଏ ।
ଶୁଭ ଲାଭ
ନକରାତ୍ମକ ଓ ଖରାପ ଶକ୍ତିରୁ ଘରକୁ ରକ୍ଷା କରିବା ପାଇଁ ମୁଖ୍ୟ ଦ୍ୱାରର ଦୁଇ ପଟରେ ଶୁଭ ଲାଭ ଲେଖନ୍ତୁ । ତେଣୁ ଏହାକୁ ଜରୁର ଲଗାନ୍ତୁ ।
ମଙ୍ଗଳ କଳସ
ମୁଖ୍ୟ ଦ୍ୱାରରେ ଜଳ ଭରା କଳସ ରଖିବା ଦ୍ୱାରା ଘରେ ସମ୍ପନ୍ନତା ଆସିଥାଏ । କୌଣସି ବି ପ୍ରକାର ନକରାତ୍ମକ ଶକ୍ତି ଘରକୁ ପ୍ରବେଶ କରିନଥାଏ ।