ଲାଇଫ୍ ଷ୍ଟାଇଲ୍

ଅମାପ ଟଙ୍କା ଅର୍ଜନ କରିବାକୁ ଚାହୂୁଁଥିଲେ ଘରେ ରଖନ୍ତୁ ଏହି ୪ ଜିନିଷ, ହେବ ଧନର ବର୍ଷା

ଦୁନିଆରେ ବର୍ତ୍ତମାନ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଉଛି ଟଙ୍କା। ଯାହା ବିନା ନା ତ ଆରାମ ମିଳିବପାରିବ ନା ଭଲ ଖାଇ ପିଇ ଜୀବନ ଜିଇଁ ହେବ। ସବୁ ଲୋକ ଟଙ୍କା ଉପାର୍ଜନ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡିଥାଏ। ଦୁନିଆରେ ଟଙ୍କା ପାଇଁ ଆଜି ସବୁ ନାଟ। କିଛି ଲୋକ ଅଳ୍ପ ଚେଷ୍ଟା କରି ବି ମା ଲକ୍ଷ୍ମୀ ପ୍ରସନ୍ନ ହୋଇଯାନ୍ତି ତ ଆଉ କିଛି ଲୋକ କଠିନ ରୁ କଠିନ ପରିଶ୍ରମ କରିବା ପରେ ମଧ୍ୟ ଟଙ୍କା ତାଙ୍କ ପାଖରେ ରହେନାହିଁ। ଜ୍ୟୋତିଷ ଅନୁସାରେ ଘରେ ମହଜୁଦ୍‌ ବାସ୍ତୁ ଦୋଷ କାରଣରୁ ମା ଲକ୍ଷ୍ମୀ କ୍ରୋଧିତ ହୋଇଯାନ୍ତି। ଘରୁ ଏହି ବାସ୍ତୁ ଦୋଶକୁ ଦୂର କରିବା ପାଇଁ କିଛି ଜିନିଷ ଆପଣଙ୍କୁ ଆଜି ଜଣାଇବୁ ଯାହାକୁ ରଖିବା ଦ୍ୱାରା କେବେବି ଆପଣଙ୍କ ପାଖରେ ଟଙ୍କାର ଅଭାବ ରହିବନାହିଁ। ତେବେ ଜାଣନ୍ତୁ କଣ ସେହି ୪ ଜିନିଷ।

ଘୋଡା ନାଲ

ଘୋଡାର ନାଲରେ ଲେମ୍ବୁ ଲଙ୍କା ଲଗାଇ ଘରର ମୁଖ୍ୟ ଦ୍ୱାରର ଠିକ ତଳେ ମଝିରେ ଟାଙ୍କି ଦିଅନ୍ତୁ। ଏହାଦ୍ୱାରା ଘରକୁ କାହାର ନଜର ଲାଗିବନାହିଁ। ଏହାଦ୍ୱାରା ଘର ସୁରକ୍ଷିତ ରହିଥାଏ ଏବଂ ସବୁବେଳେ ସୁଖ-ସମୃଦ୍ଧି ବାସ କରିଥାଏ। ଏହା ଘରୁ ଅଲକ୍ଷ୍ମୀକୁ ଦୂର କରିଦେଇଥାଏ।

ଓ୍ଵିଣ୍ଡ ଚାଇମ୍‌

ଘରେ ଓ୍ଵିଣ୍ଡ ଚାଇମ୍‌ ଲଗାଇବା ଦ୍ୱାରା ଏହା ସକାରାତ୍ମକ ଶକ୍ତିର ସଞ୍ଚାରକୁ ବଢ଼ାଇଥାଏ। ଯାହାର ସିଧା ପ୍ରଭାବ ଆମ ଭାଗ୍ୟ ଉପରେ ପଡିଥାଏ। ଓ୍ଵିଣ୍ଡ ଚାଇମର ଧ୍ୱନିରେ ଘରର ବାସ୍ତୁ ଦୋଶ ଦୂର ହୋଇଯାଇଥାଏ। ଏହା ଘରୁ ନକାରାତ୍ମକ ଶକ୍ତିକୁ ଦୂର କରିବାରେ ସାହାଯ୍ୟ କରେ।

ଚାଇନିଜ୍‌ ମୁଦ୍ରା

ଚାଇନିଜ ମୁଦ୍ରାକୁ ଫେଙ୍ଗସୁଇରେ ବହୁତ ଖାସ୍‌ ବୋଲି ଧରାଯାଇଛି। ଯଦି ତିନିଟି ମୁଦ୍ରାକୁ ଲାଲ ରିବନରେ ବାନ୍ଧି ଘରେ ରଖିଦେବେ ତାହେଲେ ଘରର ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ଏବେ ପ୍ରଶ୍ନ ଏୟା ଉଠୁଛି ଯେ ତିନିଟି ମୁଦ୍ରା କାହିଁକି? କାରଣ ତିନିଟି ମୁଦ୍ରାକୁ ତ୍ରିଭୂବନର ପ୍ରତିକ

ବୋଲି ଧରାଯାଇଛି। ମୁଖ୍ୟତଃ ତିନି ଦେବୀଙ୍କର ବି ପ୍ରତିକ ଧରାଯାଏ।

ଲାଫିଙ୍ଗ୍‌ ବୁଦ୍ଧ

ଘରେ ଧନ ବଢ଼ାଇବା ପାଇଁ ଲାଫିଙ୍ଗ ବୁଦ୍ଧ ରଖିବାକୁ ଶୁଭ ବୋଲି ଧରାଯାଇଛି। ଏଠାରେ ଧ୍ୟାନ ଦିଅନ୍ତୁ ଯେ ଲାଫିଙ୍ଗ ବୁଦ୍ଧଙ୍କର ଯେଉଁ ଷ୍ଟାଚ୍ୟୁ ଆପଣ ରଖିବେ ତାହା ଦୁଇ ଇଞ୍ଚରୁ ଅଧିକ ବଡ ହୋଇନଥିବ। ଏହାଦ୍ୱାରା ଆପଣଙ୍କ ଘରେ କେବେବି ଧନର ଅଭାବ ରହିବନାହିଁ।

Pritiparna

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…

6 hours ago

ହିଟ୍ ୱେଭ ଆକ୍ସନ ପ୍ଲାନ, ମେଡିକାଲ ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍‌): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…

9 hours ago

ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍‌): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…

9 hours ago

ପୋଲିସ ଉପରେ ଆକ୍ରମଣ ; ୩୮ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ମୟୂରଭଞ୍ଜ (କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବେଲପାଳ ଗାଁରେ ପୋଲିସ ଉପରେ ଆକ୍ରମଣ ଘଟଣାରେ ୩୮ ଜଣ ଗିରଫ…

9 hours ago

ବିସ୍ଫୋରଣ ଦେଇଗଲା ଦୁଃଖ, ପରିବାର ଚଳିବ କେମିତି ?

ଭାବ ଭକ୍ତିରେ ବନ୍ଧା ହେ ମହାବାହୁ …ତୁମ ଚନ୍ଦନ ଯାତ୍ରାରେ ଏଭଳି ଅଘଟଣ ଘଟିବ …ସେ ପୁଣି ତୁମେ ପ୍ରଭୁ…

9 hours ago

ଲୁହା ପାଇପ ଚୋରା ଚାଲାଣ ମାମଲାରେ ଟୁଙ୍ଗୁରୁ ଭୋଳ ସମେତ ୧୧ ଗିରଫ

ଭୁବନେଶ୍ୱର(କେନ୍ୟୁଜ୍‌): ପୁଣି ଚର୍ଚ୍ଚାକୁ ଆସିଲେ ଅଟୋ ଚାଳକ ଟୁଙ୍ଗୁରୁ ଭୋଳ । ପୂର୍ବରୁ ପରକୀୟା ପ୍ରୀତି ଅଭିଯୋଗରେ ଚର୍ଚ୍ଚାରେ ରହିଥିବା…

11 hours ago