ଘରେ ଧନର ଅଭାବ ରହିବାର ମୁଖ୍ୟ କାରଣ ହେଉଛି ଏହି ଜିନିଷର ଅଭାବ, ତୁରନ୍ତ ରଖନ୍ତୁ ଏହି ଜିନିଷ

ସବୁ ଲୋକ ଜୀବନରେ ଖୁସି ଚାହାନ୍ତି। ସୁଖ ସୁବିଧାରେ ଜୀବନ ବିତାଇବାକୁ ଲୋକେ ଦିନ ରାତି ପରିଶ୍ରମ କରନ୍ତି। କିନ୍ତୁ ବହୁତ ଚେଷ୍ଟା ପରେ ମଧ୍ୟ ଧନର ଅଭାବ ଦେଖାଦେଇଥାଏ। ଯେଉଁଥିପାଇଁ ମାନସିକ ଅଶାନ୍ତିର ସାମ୍ନା କରିବାକୁ ପଡିଥାଏ। ବାସ୍ତୁଶାସ୍ତ୍ରରେ ଧନ ସମ୍ବନ୍ଧୀୟ କିଛି ଉପାୟ ରହିଛି ଯାହାଦ୍ୱାରା ଧନ ସମସ୍ୟା ଦୂର ହୋଇଥାଏ ଏବଂ ସୁଖ ସମୃଦ୍ଧି ଆସିଥାଏ। ଆଜି ଆମେ ଆପଣଙ୍କୁ ଜଣାଇବୁ କେଉଁ ସବୁ ବସ୍ତୁ ରଖିଲେ ଘରକୁ ସୁଖ ସମୃଦ୍ଧି ଆସିଥାଏ।

ଆର୍ଥିକ ସଙ୍କଟରୁ ମୁକ୍ତି ପାଇବାକୁ ଘରେ ମାଟି ପାତ୍ର ବା ମାଠିଆରେ ପାଣି ରଖିବା ଉଚିତ। ଏହି ମାଠିଆକୁ ଘରର ଉତ୍ତର ଦିଗରେ ରଖିବା ଉଚିତ। ଏହାଦ୍ୱାରା ଆର୍ଥିକ ସଙ୍କଟ ଦୂର ହୋଇଥାଏ ବୋଲି କୁହାଯାଏ।
ବାସ୍ତୁଶାସ୍ତ୍ର ଅନୁସାରେ ଘରର ଉତ୍ତର ଦିଗରେ ତୁଳସୀ ଗଛ ଲଗାଇବା ଉଚିତ। ତୁଳସୀ ଗଛ ଲଗାଇଲେ ଘରକୁ ସକାରାତ୍ମକ ଶକ୍ତି ଆସିଥାଏ ବୋଲି କୁହାଯାଏ। ବିଧି ବିଧାନ ଅନୁଯାୟୀ ତୁଳସୀ ପୂଜା କଲେ ଘରେ ମା’ ଲକ୍ଷ୍ମୀ ବାସ କରିଥାନ୍ତି।

ଘରେ କ୍ରିଷ୍ଟାଲ ବଲ ରଖିବା ବହୁତ ଶୁଭ ବୋଲି କୁହାଯାଏ। ବାସ୍ତୁଶାସ୍ତ୍ର ଅନୁସାରେ ଘରର କବାଟ କିମ୍ବା ଝରକା ଉପରେ କ୍ରିଷ୍ଟାଲ ବଲ ଲଗାଇବା ଉଚିତ। ଘରେ କ୍ରିଷ୍ଟାଲ ବଲ ଲଗାଇବା ଦ୍ୱାରା ଧନର ଅଭାବ ରହେ ନାହିଁ।

ହାତୀ ମୂର୍ତ୍ତି ବହୁତ ଶୁଭ ବୋଲି କୁହାଯାଏ। ମା’ ଲକ୍ଷ୍ମୀଙ୍କ କୃପା ପାଇବାକୁ ଘରେ ହାତୀ ମୂର୍ତ୍ତି ବା ଯୋଡ଼ା ହଂସ ପ୍ରତିମା ରଖିବା ବହୁତ ଶୁଭ ହୋଇଥାଏ।

ଘରେ ଧାତୁର କଇଁଛ ରଖିବା ବହୁତ ଶୁଭ ବୋଲି କୁହାଯାଏ। ଧାତୁରେ ତିଆରି କଇଁଛ ଘରର ଉତ୍ତର ଦିଗରେ ରଖିବା ଉଚ୍ଚତ। କଇଁଛର ମୁହଁ ଘର ଭିତର ଆଡକୁ ରହିବ ଉଚିତ। ବାସ୍ତୁଶାସ୍ତ୍ର ଅନୁସାରେ କଇଁଛ ରଖିବା ଦ୍ୱାରା ଘରେ ସୁଖ ସମୃଦ୍ଧ ବାସ କରିଥାଏ।

ନୋଟ : ଏହି ସବୁ ତଥ୍ୟ ସାଧାରଣ ସୂଚନା ଉପରେ ଆଧାରିତ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.