ଶିଶୁକୁ ବୋତଲରେ କ୍ଷୀର ପିଆଉଛନ୍ତି କି, ତା’ହେଲେ ଏହି ୭ଟି କଥା ଉପରେ ରଖନ୍ତୁ ବିଶେଷ ଧ୍ୟାନ

ପିଲା ପାଇଁ ମାଆ କ୍ଷୀର ସବୁଠାରୁ ଉତ୍ତମ ହୋଇଥାଏ। କିନ୍ତୁ କିଛି ପରିସ୍ଥିତିରେ ମାଆ ତା’ ଶିଶୁକୁ ଡବା କ୍ଷୀର ଖୁଆଇବାକୁ ବାଧ୍ୟ ହୋଇଥାଏ। କାହିଁକି ନା, ଶିଶୁର ପେଟ ଯେମିତି ଭରି ପାରିବ। ତେବେ ଶିଶୁକୁ ବୋତଲରେ ଯଦି ଆପଣ ଡବା କ୍ଷୀର ଦେଉଛନ୍ତି, ତା’ହେଲେ କିଛି ଦିଗ ପ୍ରତି ବିଶେଷ ଧ୍ୟାନ ରଖିବାକୁ ପଡ଼ିବ। ଆସନ୍ତୁ ଜାଣିବା।

baby4

୧. କ୍ଷୀରକୁ ସବୁବେଳେ କାଚ ବୋତଲରେ ଯତ୍ନର ସହ ଶିଶୁକୁ ପିଆଇବା ଉଚିତ। ପ୍ଲାଷ୍ଟିକ ବୋତଲରେ କ୍ଷୀରର ଏକ ପରସ୍ତ ଲାଗିଯାଇଥାଏ, ଯଦ୍ଦ୍ୱାରା କି ସେଥିରୁ ଦୁର୍ଗନ୍ଧ ବାହାରିଥାଏ।

୨. ଶିଶୁକୁ କ୍ଷୀର ଖୁଆଇବା ପାଇଁ ୨/୩ଟି ବୋତଲ ଘରେ ରଖନ୍ତୁ। ଯେତେ ଥର ଖାଦ୍ୟ ଖୁଆଇବେ ସେତେ ଥର ବୋତଲ, ନିପଲ ଆଦିକୁ ପାଣିରେ ସିଝାଇବେ।

baby2

୩. ବୋତଲକୁ ସଫା ରଖିବା ପାଇଁ ବୋତଲ ବ୍ରଶକୁ ମୁଲାୟମ କରନ୍ତୁ। ଧ୍ୟାନ ରଖନ୍ତୁ, ଏହି ବ୍ରଶରେ ଅନ୍ୟ କୌଣସି ଜିନିଷକୁ ସଫା କରିବେ ନାହିଁ।

 

୪. କ୍ଷୀର ପିଆଇବା ବେଳେ ଶିଶୁର ମୁଣ୍ଡକୁ ଉଚ୍ଚା ରଖନ୍ତୁ। ବୋତଲରେ ଆପଣ ପାଣି, ଜୁସ ମଧ୍ୟ ପିଆଇ ପାରିବେ।

୫. ନିପଲର କଣା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଏହା ଯେପରି ଅଧିକ ବଡ଼ କଣା ଏବଂ ଛୋଟ କଣା ହୋଇ ନ ଥିବ। ଛୋଟ କଣା ଥିଲେ ଶିଶୁକୁ କ୍ଷୀର ଟାଣିବାରେ କଷ୍ଟ ହେବ ଏବଂ ବଡ଼ କଣା ଥିଲେ ଥରକେ ଅଧିକ ପରିମାଣର କ୍ଷୀର ଚାଲିଯିବ।

baby3

୬. ଯଦି ଶିଶୁ କ୍ଷୀର ପିଇବାକୁ ଇଚ୍ଛା କରୁନାହିଁ, ତା’ହେଲେ ତାକୁ ଜବରଦସ୍ତ କରନ୍ତୁ ନାହିଁ। ଶିଶୁର ଡବା କ୍ଷୀର ବାରମ୍ବାର ବଦଳାନ୍ତୁ ନାହିଁ।

୭. କ୍ଷୀର ପିଆଇ ସାରିବା ପରେ ତାକୁ କାନ୍ଧ ଉପରକୁ ନେଇ ପିଠି ଥାପୁଡ଼ାନ୍ତୁ, ଯେପରି ଶିଶୁ ହାକୁଟି ମାରିବ। କାରଣ, କ୍ଷୀର ପିଇବା ସମୟରେ ଶିଶୁର ପାଟି ଭିତରକୁ ପବନ ଚାଲିଯାଇଥାଏ, ତାହା ବାହାରିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.