ଜିମରେ ବ୍ୟାୟାମ କରିବା ସମୟରେ ଏହି ସବୁ କଥାକୁ ଧ୍ୟାନ ରଖନ୍ତୁ, ହେବ ନାହିଁ ହାର୍ଟଆଟାକ

ଏବେ ସବୁଠି ହାର୍ଟଆଟାକ ମାମଲା ବୃଦ୍ଧି ପାଉଛି । ବିଶେଷ କରି ଯେଉଁମାନେ ଜିମ ଯାଉଛନ୍ତି ସେମାନେ ଏହି ସମସ୍ୟା ଅଧିକ ଫେସ୍‌ କରୁଛନ୍ତି। ଜିମ୍ କରିବା ସମୟରେ ଲୋକମାନେ ଅଧିକ ହାର୍ଟଆଟାକରେ ଶିକାର ହେଉଛନ୍ତି । ଏହାକୁ ନେଇ ଅନେକ ଖବର ମଧ୍ୟ ସାମ୍ନାକୁ ଆସିଲାଣି। ଏବେ ପୁଣି ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଠାରୁ ଆରମ୍ଭ କରି ଗାୟକ କେ.କେ ଓ ଦକ୍ଷିଣ ଭାରତୀୟ ସିନେ ଷ୍ଟାର ପୁନିତ ମଧ୍ୟ ହାର୍ଟଆଟାକ ଯୋଗୁଁ ପ୍ରାଣ ହରାଇଛନ୍ତି । ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ମଧ୍ୟ ସେହି ସମସ୍ୟାର ସମ୍ମୁଖିନ ହୋଇଛନ୍ତି। ସମସ୍ତେ ବହୁତ ଫିଟ୍ ଥିବା ପରେ ମଧ୍ୟ ଏହି ସମସ୍ୟା ଦେଖାଯାଉଛି।

ଏଭଳି ପରିସ୍ଥିତିରେ ହୃଦୟ ରୋଗୀ ଓ ଅନ୍ୟ ଲୋକମାନେ ମଧ୍ୟ ଜିମରେ ସତର୍କତା ଅବଲମ୍ବନ କରିବା ଜରୁରୀ । ଜାଣନ୍ତୁ ଜିମ୍ କରିବାବେଳେ କେଉଁ ଜିନିଷଗୁଡିକ ଧ୍ୟାନରେ ରଖିବା ଉଚିତ୍ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ Coronar heart attcak ଓ ବ୍ୟାୟାମ ମଧ୍ୟରେ ଏକ ସମ୍ପର୍କ ଅଛି । ହୃଦ ରୋଗୀମାନେ ଭାବନ୍ତି ଯେ ବ୍ୟାୟାମ କରିବା ଦ୍ୱାରା ସେମାନେ ଶରୀରରେ କୋଲେଷ୍ଟ୍ରଲ ଓ ସୁଗାର ସ୍ତରକୁ ନିୟନ୍ତ୍ରଣ କରିହେବ, କିନ୍ତୁ ଏହା ହୋଇନଥାଏ। । ଜିମ୍ ଯିବା କିମ୍ବା କୌଣସି ବ୍ୟାୟାମ କରିବା ପୂର୍ବରୁ ହୃଦ ରୋଗୀମାନେ ସେମାନଙ୍କର ଡ଼ାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍ । ଯେତେବେଳେ ଡାକ୍ତର ଆପଣଙ୍କୁ ବ୍ୟାୟାମ କରିବାକୁ କୁହନ୍ତି ସେତେବେଳେ କରନ୍ତୁ । କେତେ ସମୟ ବ୍ୟାୟାମ କରିବାକୁ ହେବ ତାହା ମଧ୍ୟ ଡାକ୍ତରଙ୍କୁ ପଚାରନ୍ତୁ ।

ଯଦି ଜଣେ ବ୍ୟକ୍ତି ପୂର୍ବରୁ Coronar heart attcakରେ ପୀଡିତ ତେବେ ବ୍ୟାୟାମ କରିବା ସମୟରେ ବହୁତ ସତର୍କ ହେବା ଉଚିତ୍ । ଯଦି ଆପଣ ପୂର୍ବରୁ ହୃଦରୋଗରେ ପୀଡିତ ଅଛନ୍ତି, ତେବେ ନିଶ୍ଚିତ ଭାବରେ ଏହି ସୂଚନା ଜିମ୍ ଟ୍ରେନରଙ୍କୁ ଦିଅନ୍ତୁ । ଜିମରେ ଭାରୀ ଜିନିଷ ସହ ବ୍ୟାୟାମ କରନ୍ତୁ ନାହିଁ । ୨୦ ମିନିଟରୁ ଅଧିକ ସମୟ ଟ୍ରେଡ଼ମିଲରେ ଚଲାନ୍ତୁ କିମ୍ବା ଦୌଡ଼ନ୍ତୁ ନାହିଁ । ଏହି ସମୟରେ ଜିମ୍ ଟ୍ରେନର ମଧ୍ୟ ଧ୍ୟାନ ଦେବା ଉଚିତ୍ ଯେ ହୃଦ ରୋଗୀ ୨୦ ମିନିଟରୁ ଅଧିକ ଓ ୧୦ କିମି ଠାରୁ ଅଧିକ ବେଗରେ ଟ୍ରେଡ଼ମିଲ୍ ବ୍ୟବହାର କରିବା ଉଚିତ୍ ନୁହେଁ ।

ଜିମ୍ ଭିତରେ ପ୍ରାଥମିକ ଚିକିତ୍ସାର ଏକ ବ୍ୟବସ୍ଥା ରହିବା ଉଚିତ୍ । ଏହି ବିଷୟରେ ଏକ ଗାଇଡ୍ ଲାଇନ୍ ପ୍ରସ୍ତୁତ କରନ୍ତୁ । ଜିମ୍ ର ପ୍ରଶିକ୍ଷକ କିମ୍ବା ଅନ୍ୟ କର୍ମଚାରୀମାନେ ସି.ପି.ଆର. ଯଦି କୌଣସି ବ୍ୟକ୍ତି ବ୍ୟାୟାମ ସମୟରେ ଚେତାଶୂନ୍ୟ ହୋଇ ପଡେ ଓ ହାର୍ଟଆଟାକ ହୁଏ, ତେବେ ସି.ପି.ଆର. ଦେଇ ତାଙ୍କ ଜୀବନ ରକ୍ଷା କର ଯାଇପାରିବ ଓ ତାଙ୍କୁ ଏହାପରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯିବା ଉଚିତ୍ ।

ଡାକ୍ତରଙ୍କ ମତରେ ହାର୍ଟଆଟାକ ରୋଗୀମାନଙ୍କର ଚିକିତ୍ସାରେ ଅବହେଳା ହେବା ଉଚିତ୍ ନୁହେଁ । ଏହିପରି ରୋଗୀମାନେ ନିୟମିତ ଭାବରେ ଯାଞ୍ଚ ପାଇଁ ସେମାନଙ୍କ ଡାକ୍ତରଙ୍କ ନିକଟକୁ ଯିବା ଉଚିତ ଓ ଯଦି କୌଣସି ଅସୁବିଧା ହେଉଛି, ତେବେ ନିଶ୍ଚିତ ଭାବରେ ଡାକ୍ତରଙ୍କୁ କୁହନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.