ପର୍ସରେ ନିଶ୍ଚୟ ରଖନ୍ତୁ ଏହି ୫ଟି ଜିନିଷ, କେବେ ବି ଦେଖାଦେବନି ଟଙ୍କା-ପଇସା ଅଭାବ

ପୁରୁଷ ଓ ମହିଳା ଉଭୟେ ଟଙ୍କା ରଖିବା ପାଇଁ ପର୍ସ ବ୍ୟବହାର କରିଥାନ୍ତି। କିନ୍ତୁ ସବୁବେଳେ ସମସ୍ତଙ୍କ ପର୍ସରେ ଟଙ୍କା ଭର୍ତ୍ତି ହୋଇନଥାଏ। ଏହାର କାରଣ ବାସ୍ତୁଦୋଷ କିମ୍ବା ଭାଗ୍ୟ ଦୋଷ ବି ହୋଇପାରେ। ଏଣୁ ପର୍ସ ବ୍ୟବହାର କରିବା ବେଳେ କେତେକ ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥାଏ। ଏହା ଦ୍ୱାରା ଧନ ଆସିବାରେ କୌଣସି ବାଧା ଉପୁଜେ ନାହିଁ। ଧନର ବର୍ଷା ଚାହୁଁଥିଲେ ପର୍ସରେ ଏହି ୫ଟି ବିଶେଷ ଜିନିଷ ନିଶ୍ଚୟ ରଖନ୍ତୁ…

  • ପର୍ସରେ ଓଁ କିମ୍ବା ସ୍ୱସ୍ତିକର ପ୍ରତୀକ ରଖନ୍ତୁ। ଆପଣ ଚାହିଁଲେ ନିଜ ପରିବାର ଲୋକଙ୍କ ଫଟୋ ମଧ୍ୟ ରଖିପାରିବେ। ମାତ୍ର ପର୍ସରେ କେବେ ବି ନିଜ ଗୁରୁ କିମ୍ବା ଦେବାଦେବୀଙ୍କ ଫଟୋ ରଖନ୍ତୁ ନାହିଁ। ତେବେ ଧ୍ୟାନ ରଖିବେ ଯେଉଁ ଫଟୋ ରଖୁଛନ୍ତି ତା’ଯେମିତି ଚିରା ଫଟା ହୋଇନଥାଏ।
  • ପର୍ସରେ ଟଙ୍କାକୁ ଠିକ୍‌ ଭାବେ ରଖନ୍ତୁ। ମୋଡ଼ିକି କିମ୍ବା ଚାପିଚୁପି କରି ରଖନ୍ତୁ ନାହିଁ। ଟଙ୍କା ଓ କଏନ୍‌କୁ ଅଲଗା ରଖନ୍ତୁ। ଏହା ଦ୍ୱାରା ଟଙ୍କର ଅପବ୍ୟୟ ହେବନାହିଁ।
  • ପର୍ସରେ ଏକ ସୁନା କିମ୍ବା ପିତ୍ତଳର ବର୍ଗ ରଖନ୍ତୁ। ଏହାକୁ ଗଙ୍ଗାଜଳରେ ଧୋଇ ଗୁରୁବାର ଦିନ ପର୍ସରେ ରଖନ୍ତୁ। ଏହାକୁ ପ୍ରତିମାସରେ ଶୁଦ୍ଧ କରୁଥାନ୍ତୁ। ଏହା ଦ୍ୱାରା ଧନ ସ୍ଥାୟୀ ଭାବେ ରହିବ।
  • ପର୍ସରେ ଅଳ୍ପ କାଗଜପତ୍ର ରଖନ୍ତୁ। ଏହା ଦ୍ୱାରା ଚୋରିର ଭୟ ରହେ ନାହିଁ।
  • ନିଜ ପର୍ସରେ ନିଜ ରାଶି ସମ୍ବନ୍ଧୀୟ ଜିନିଷ ରଖନ୍ତୁ। ଫଳରେ ଭାଗ୍ୟ ଆପଣଙ୍କ ସାଥ୍‌ ଦେବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.