ଘରେ ହେଉ ଅବା ଅଫିସରେ ଏହି ଦିଗରେ ରଖନ୍ତୁ ଯୋଡ଼ା ଓଟମୂର୍ତ୍ତି, ବୃଦ୍ଧିପାଇବ ଧନ ଓ ବୁଦ୍ଧି

ଘରେ ବାସ୍ତୁଦୋଷ ଯୋଗୁଁ ଅନେକ ପ୍ରକାର ସମସ୍ୟା ଦେଖାଦେଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ବାସ୍ତୁ ଶାସ୍ତ୍ରରେ ଓଟର ମୂର୍ତ୍ତି ରଖିବା ପାଇଁ କୁହାଯାଇଛି। ଏହାକୁ ରଖିବା ଫଳରେ ଘରେ ସକାରାତ୍ମକ ଶକ୍ତି ମିଳେ। ଏହାସହିତ ଧନବୃଦ୍ଧି, ସଫଳତା ମଧ୍ୟ ମିଳିଥାଏ। କିନ୍ତୁ ଓଟକୁ ଘରର କେଉଁ ଦିଗରେ ରଖିଲେ, କେଉଁ ଫାଇଦା ମିଳିଥାଏ, ତାହା ଆସନ୍ତୁ ଜାଣିନେବା..

– ବାସ୍ତୁ ବିଶେଷଜ୍ଞଙ୍କ ଅନୁଯାୟୀ, କ୍ୟାରିଅରରେ ଆସୁଥିବା ବାଧାବିଘ୍ନ ଦୂର କରିବା ପାଇଁ ପଢା ଘରେ କିମ୍ବା ଅଫିସରେ ଓଟ ମୂର୍ତ୍ତି ରଖିବା ଦ୍ୱାରା ଶୁଭଫଳ ମିଳିଥାଏ। ଏହା ଆପଣଙ୍କ ଲକ୍ଷ୍ୟ ସାଧନ କରିବାରେ ସହାୟକ ହୁଏ।

camel 2

– ଯେଉଁ ଲୋକଙ୍କ ଭାଗ୍ୟ ଖରାପ ରହିଥାଏ ସେମାନେ ଘରେ କିମ୍ବା କାର୍ଯ୍ୟକ୍ଷେତ୍ରରେ ପୂର୍ବ ଦିଗରେ ଓଟ ଯୋଡା ରଖିବା ଦ୍ୱାରା ଶୁଭଫଳ ମିଳିଥାଏ।

– ଧନ ସମ୍ବନ୍ଧୀୟ ସମସ୍ୟା ଦୂର କରିବା ପାଇଁ ପୂଜା ସ୍ଥାନରେ ଦୁଇଟି ଓଟ ମୂର୍ତ୍ତି ରଖନ୍ତୁ, ସୁଖ ସମୃଦ୍ଧି ବୃଦ୍ଧି ପାଇବ।

– ଫେଙ୍ଗସୁଇରେ ଓଟ ରଖିବା ଦୃଢତା ଏବଂ ସଂଘର୍ଷର ପ୍ରତୀକ ବୋଲି କୁହାଯାଏ। ଯେଉଁଭଳି ଓଟ ପ୍ରତି ପରିସ୍ଥିତିକୁ ସହ୍ୟ କରିନିଏ, ଆପଣ ମଧ୍ୟ ସବୁ ସମସ୍ୟାର ସାମ୍ନା କରିପାରିବେ।

ଫେଙ୍ଗସୁଇ ଅନୁସାରେ ଓଟକୁ ଘରର ଉତ୍ତର ପଶ୍ଚିମ ଦିଗରେ ରଖିଲେ ସକାରାତ୍ମକ ଶକ୍ତି ବଢିଥାଏ। ଘରେ ରହୁଥିବା ଲୋକଙ୍କର ସମୃଦ୍ଧି ହୁଏ।

camel

– ଆପଣଙ୍କ ଜୀବନରେ ଆସୁଥିବା ସମସ୍ୟା ଓ ଅସୁବିଧାରୁ ରକ୍ଷା ପାଇବା ପାଇଁ ଓଟ ମୂର୍ତ୍ତି ଘରେ ରଖନ୍ତୁ। ଏହାଦ୍ୱାରା ବ୍ୟକ୍ତିର ସହନଶୀଳ ଶକ୍ତି ବୃଦ୍ଧି ପାଇଥାଏ। ଯାହାଦ୍ୱାରା ମଣିଷ ସଠିକ୍‌ ନିର୍ଣ୍ଣୟ ନେଇପାରେ।

ଏହାସହ ପଢ଼ନ୍ତୁ ; ଏହି ୭ଟି କାରଣ ଯୋଗୁଁ ଆପଣଙ୍କ ପିଛା କରିଥାଏ ଦୁର୍ଭାଗ୍ୟ, ଜୀବନରେ କେବେ ହୋଇପାରନ୍ତି ନାହିଁ ସଫଳ

ଘରେ ଓଟ ମୂର୍ତ୍ତି ରଖିବା ଦ୍ୱାରା ପିଲାଙ୍କ ମନ ସ୍ଥିର ରହିଥାଏ। ଯାହାଦ୍ୱାରା ସେମାନେ ମାତାପିତାଙ୍କ କଥା ମାନି ଚଳନ୍ତି ଏବଂ ସେମାନଙ୍କ ସ୍ୱଭାବରେ ପରିବର୍ତ୍ତନ ଦେଖାଯାଏ।

– ଘରେ ଡାଇନିଂ ରୁମ୍‌ରେ ଓଟ ମୂର୍ତ୍ତି ରଖିବା ଦ୍ୱାରା ଘରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.