ପ୍ୟାଣ୍ଟ ପଛ ପକେଟ୍ରେ ପର୍ସ ରଖିବା, ହୁଏତ ଆପଣଙ୍କ ପାଇଁ ସୁବିଧା ହୋଇପାରେ, କିନ୍ତୁ ବାସ୍ତବରେ ଏହା ଆପଣଙ୍କୁ ରୋଗୀଣା କରିଦେବାରେ ସାହାଯ୍ୟ କରିଥାଏ। ତେଣୁ ଏବେଠୁ ଆପଣ ସତର୍କ ହୋଇଯାଆନ୍ତୁ। କାରଣ, ଏହାଦ୍ୱାରା ଆପଣ ଅସୁସ୍ଥ ହୋଇଯିବାର ସମ୍ଭାବନା ବହୁତ ବଢ଼ିଯାଇଥାଏ। କିଛି ଘଣ୍ଟା ଯଦି ଆପଣ ପର୍ସକୁ ପଛ ପ୍ୟାଣ୍ଟ ପକେଟ୍ରେ ରଖି ବସିରହିବେ, ତା’ହେଲେ ପାୟରୀ ଫୋର୍ମିସ୍ ନାମକ ଆମ ମାଂସପେଶୀ ସଙ୍କୁଚିତ ହୋଇଯିବ। ଫଳରେ ଉପର ପିଚାଠାରୁ ଆରମ୍ଭ କରି ଗୋଡ଼, ସବୁକିଛି ମୁଭ୍ମେଣ୍ଟ କରିବାରେ ସମସ୍ୟା ଉପୁଜିବ।
ବ୍ୟକ୍ତିଙ୍କ ଗୋଡ଼ରେ ଅସହନୀୟ ଭାବେ ଯନ୍ତ୍ରଣା ଆରମ୍ଭ ହୋଇଯିବ। ଏତିକି ହିଁ ନୁହେଁ, କେବେ କେବେ ଗୋଡ଼ରେ ବହୁତ କଷ୍ଟ ଅନୁଭବ ହେବା ସହିତ ଯିବାଆସିବାରେ ସମସ୍ୟା ଦେଖାଦେବ। ତେଣୁ ଏଥିପାଇଁ ପ୍ୟାଣ୍ଟ ପଛ ପକେଟ୍ରେ ପର୍ସ ରଖିବାଠୁ ଦୂରେଇ ରୁହନ୍ତୁ। ଯଦି ଆପଣ ଏମିତି ନ କରିବେ, ତା’ହେଲେ ଘଣ୍ଟା ଘଣ୍ଟା ଧରି ଗୋଟିଏ ପୋଜିସନରେ ବସିବେ ନାହିଁ।
ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…
ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…
ବାଲେଶ୍ଵର : ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…
ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…
ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…
ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…