କେବେବି ହେବନି ଆପଣଙ୍କ କିଡନୀ ଖରାପ, ଯଦି ଲାଇଫଷ୍ଟାଇଲରେ କରିବେ ଏହି ଚେଞ୍ଜ୍
ଆମ ଶରୀରରେ ଥିବା ଦୁଇଟି ଯାକ କିଡନୀ ବହୁତ ଅଧିକ ଗୁରୁତ୍ୱ ବହନ କରେ । ଏଥିପାଇଁ ଏହାର ଯତ୍ନ ରଖିବା ବହୁତ ଜରୁରୀ । ଯଦି ଏହା ବୟସର କୌଣସି ବି ସ୍ତିତିରେ ଖରାପ ହୋଇଯାଏ ତାହେଲେ ଜୀବନ ପ୍ରତି ବିପଦ ଆସିପାରେ । ସାଧାରଣତଃ ଡାଇବେଟିଜ୍, ହୃଦ ରୋଗ ଏବଂ ହାଇ ବ୍ଲଡ ପ୍ରେସର କାରଣରୁ ଆମ ଶରୀରକୁ ବହୁତ କ୍ଷତି ପହଁଚିଥାଏ । ଆମର କିଡନୀ କେମିତି ଅବସ୍ଥାରେ ଅଛି ଭଲ ଅଛି ନା ଖରାପ ଏହା ପରିସ୍ରା ପରୀକ୍ଷା ବା ୟୁରିନ ଟେଷ୍ଟ ଦ୍ୱାରା କରାଯାଏ । ଏହା ସାହାଯ୍ୟରେ ଏଲବୁମିନ୍ ନାମକ ପ୍ରୋଟୀନର ପତ୍ତା ଲଗାଯାଏ, ଯାହା ସୁସ୍ଥ ଶରୀରରେ ମହଜୁଦ ଥାଏ । କିଡନୀର କାମ ଆମ ଶରୀରର ତରଳ ପଦାର୍ଥକୁ ଫିଲ୍ଟର କରିବା ।
ଯଦି ଆପଣ ଚାହୁଁଛନ୍ତି କିଡନୀକୁ ଉତ୍ତମ ରଖିବାକୁ ତାହେଲେ ଏଥିପାଇଁ ବଡିରେ ପାଣିର ମାତ୍ରାକୁ ସଠିକ ରଖିବା ବହୁତ ଜରୁରୀ । ଏହାଦ୍ୱାରା କିଡନୀ ସମ୍ବନ୍ଧୀୟ ଅନେକ ରୋଗରୁ ଆପଣ ରକ୍ଷା ପାଇପାରିବେ। ତାହେଲେ ଆସନ୍ତୁ ଜାଣିବା କିଡନୀ ଫେଲ୍ ହେବା ଠାରୁ କେମିତି ରକ୍ଷା ପାଇବେ ।
କିଡନୀକୁ ଫେଲ୍ ହେବା ଠାରୁ କିପରି ରକ୍ଷା କରିବେ ଜାଣନ୍ତୁ
- ନିଜକୁ ସୁସ୍ଥ ରଖନ୍ତୁ ଏବଂ ଫିଜିକାଲ ଆକ୍ଟିଭିଟିଜରେ ଅଭାବ ହେବାକୁ ଦିଅନ୍ତୁନାହିଁ।
- ବ୍ଲଡ ପ୍ରେସରକୁ ମେଣ୍ଟେନ ରଖନ୍ତୁ କାହିଁକିନା ଏହା କିଡନୀକୁ ସୁସ୍ଥ ରଖିଥାଏ।
- ସୁଗାର ଲେବଲକୁ କଣ୍ଟ୍ରୋଲରେ ରଖନ୍ତୁ କାହିଁକିନା ଡାଇବେଟିଜ ରୋଗୀଙ୍କୁ ଏହାଦ୍ୱାରା ଭୟ ଅଧିକ ରହିଥାଏ ।
- ପ୍ରତିଦିନ ଖାଦ୍ୟରେ ହେଲଦି ଡାଏଟକୁ ସାମିଲ କରନ୍ତୁ, ଏହା ଉତ୍ତମ ସ୍ୱାସ୍ଥ୍ୟର ମୂଳମନ୍ତ୍ର।
- ପାଣିକୁ ପିଇବା ବହୁତ କମ୍ କେବେବି କରନ୍ତୁ ନାହିଁ, ଏହାଦ୍ୱାରା କିଡନୀକୁ ଫିଲ୍ଟର କରିବାରେ ସମସ୍ୟା ହୋଇଥାଏ।
- ହେଲ୍ଥ ଏକ୍ସପର୍ଟ ଅନୁସାରେ ପ୍ରତିଦିନ ୨ ରୁ ୩ ଲିଟର ପାଣି ନିଶ୍ଚୟ ପିଇବା ଉଚିତ।
- ନିଜର ଓଜନ ବଢ଼ିବାକୁ ଦିଅନ୍ତୁ, କିନ୍ତୁ ପେଟ ଚର୍ବିକୁ ହ୍ରାସ କରିବା ପାଇଁ ଚେଷ୍ଟା କରନ୍ତୁ।
- ପ୍ରତିଦିନ ଲୁଣ ସେବନକୁ କଣ୍ଟ୍ରୋଲରେ ରଖନ୍ତୁ, କାହିଁକିନା ଏହାଦ୍ୱାରା ବ୍ଲଡ ପ୍ରେସର ବଢ଼ିଯାଏ।
- ଡାକ୍ତରଙ୍କ ମୁତାବକ ଗୋଟେ ଦିନରେ ୫ ରୁ ୬ ଗ୍ରାମ ଲୁଣ ହିଁ ଖାଆନ୍ତୁ।
- ନିଜର ଭୁଲ ଲାଇଫଷ୍ଟାଇଲକୁ ବଦଳାନ୍ତୁ, ଏବଂ ପ୍ରପର ରୁଟିନକୁ ଫଲୋ କରନ୍ତୁ।
- ଚେଷ୍ଟା କରନ୍ତୁ ତାଜା ବା ଫ୍ରେସ ଖାଦ୍ୟ ଖାଇବାକୁ।
- ସିଗାରେଟ, ବିଡି, ହୁକ୍କା କିମ୍ବା କୌଣସି ବି ଅନ୍ୟ ତରିକାର ଧୂମପାନ ସେବନ କରନ୍ତୁନାହିଁ।
- କିଛି ଔଷଧ କିଡନୀକୁ କ୍ଷତି ପହଁଚାଇଥାଏ, ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ।
- ମଦ୍ୟପାନ କିଡନୀକୁ ଖରାପ କରିବାର ଏକ ବଡ କାରଣ, ତେଣୁ ଏହି ଅଭ୍ୟାସ ଛାଡନ୍ତୁ।