ପିଲାମାନେ ହେବେ ନାହିଁ ଅସୁସ୍ଥ ! ସେମାନଙ୍କ ପ୍ରତିଦିନ ଡାଏଟରେ ସାମିଲ କରନ୍ତୁ ଏହି ଜିନିଷ

ଆଜିକାଲିର ଖରାପ ଲାଇଫ ଷ୍ଟାଇଲ ଯୋଗୁ ଲୋକମାନେ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେଥିପାଇଁ ଯଦି ଆପଣ ରୋଗରୁ ଦୂରେଇ ରହିବାକୁ ଚାହୁଛନ୍ତି, ତେବେ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବାକୁ ଚେଷ୍ଟା କରନ୍ତୁ । ଯେତେବେଳେ ଆପଣ ସଠିକ୍ ଡାଏଟ୍ ପ୍ଲାନ୍ ଫଲୋ କରିବେ, ସେତେବେଳେ ଏହା ହୋଇପାରେ । ଯଦି ଆପଣଙ୍କର ଖାଇବା ରୁଟିନ୍ ଏବଂ ଲାଇଫ୍ ଷ୍ଟାଇଲ ଖରାପ ତେବେ ବାରମ୍ବାର ଅସୁସ୍ଥ ହେବାର ଆଶଙ୍କା ରହିଛି । ଯଦି ଆମେ ପିଲାମାନଙ୍କ ବିଷୟରେ କଥା ହେବା, ବୟସ୍କଙ୍କ ତୁଳନାରେ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ହୋଇଥାଏ ।
ତେବେ ପାଣିପାଗର ପରିବର୍ତ୍ତନ ସହିତ ପିଲାମାନେ ପ୍ରାୟତଃ ଶୀଘ୍ର ଅସୁସ୍ଥ ହୁଅନ୍ତି । ଏଭଳି ପରିସ୍ଥିତିରେ, ଏପରି ଜିନିଷକୁ ସେମାନଙ୍କ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ଜରୁରୀ, ଯାହା ସେମାନଙ୍କର ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବ । ଏଠାରେ ଆମେ ଆପଣଙ୍କୁ ସେହି ଜିନିଷଗୁଡ଼ିକ ବିଷୟରେ କହିବାକୁ ଯାଉଛୁ ଯାହା ପିଲାମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ ।
ଡାଏଟରେ ଭିଟାମିନ୍ C ଭଳି ଖାଦ୍ୟ ସାମିଲ କରନ୍ତୁ :
ପ୍ରତିରକ୍ଷା ପ୍ରଣାଳୀ ପାଇଁ ଭିଟାମିନ୍ C ଅତ୍ୟନ୍ତ ଜରୁରୀ ହୋଇଥାଏ । ଶରୀରରେ ଧଳା ରକ୍ତ କଣିକା ବୃଦ୍ଧି ପାଇଁ ମଧ୍ୟ ସେମାନେ କାର୍ଯ୍ୟ କରନ୍ତି । ଏହା ସହିତ, ଭିଟାମିନ୍ C ସଂକ୍ରମଣ ସୃଷ୍ଟି କରୁଥିବା ଜୀବାଣୁକୁ ମାରିଦିଏ । ସେଥିପାଇଁ କମଳା, ଆମଲା ଏବଂ ଅଙ୍ଗୁର ପରି ଖଟା ଫଳଗୁଡିକ ପିଲାମାନଙ୍କ ଖାଦ୍ୟରେ ଅନ୍ତର୍ଭୁକ୍ତ କରନ୍ତୁ ।
ପ୍ରୋଟିନ୍ ଖାଦ୍ୟ :
ଯଦି ଆପଣ ପିଲାମାନଙ୍କ ଶୀଘ୍ର ବଢିବାକୁ ନେଇ ଚିନ୍ତିତ, ତେବେ ତାଙ୍କ ଖାଦ୍ୟରେ ପ୍ରୋଟିନ୍ ଅନ୍ତର୍ଭୁକ୍ତ କରନ୍ତୁ । ଏହା ମାଂସପେଶୀ ଏବଂ ହାଡକୁ ମଜବୁତ କରେ । ଯଦି ଶରୀରରେ ପ୍ରୋଟିନର ପରିମାଣ ଠିକ୍ ତେବେ ଯେକୌଣସି ଆଘାତ ହେଉ ଶୀଘ୍ର ଭଲ ହୋଇଯିବ । ପିଲାମାନଙ୍କ ଖାଦ୍ୟରେ ପନିର, ଅଣ୍ଡା, ଟୋଫୁ ଏବଂ ସୋୟାବିନ୍ ଅନ୍ତର୍ଭୂକ୍ତ କରନ୍ତୁ ।
ବାଦାମ :
ପିଲାମାନଙ୍କର ଡେଲି ଖାଦ୍ୟରେ ବାଦାମ ଅନ୍ତର୍ଭୂକ୍ତ କରନ୍ତୁ ।ରାତିସାରା ୫ ରୁ ୬ଟି ବାଦାମକୁ ଭିଜାଇ ସକାଳେ ନିଜ ପିଲାମାନଙ୍କୁ ଦିଅନ୍ତୁ । ଏହା ସହିତ ପିଲାମାନେ ପ୍ରଚୁର ପ୍ରୋଟିନ୍, ହେଲଦି ଫୁଡ ଏବଂ ଭିଟାମିନ୍ E ପାଇବେ । ଏହା ପିଲାମାନଙ୍କୁ ଆକ୍ଟଭି ରଖିବାରେ ସାହାଯ୍ୟ କରିବ ।
ଦହି :
ଶିଶୁର ହଜମ ପ୍ରକିୟା ଭଲ ନଥିଲେ ମଧ୍ୟ ତାଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇପାରେ । ବିଶେଷଜ୍ଞମାନେ କହିଛନ୍ତି ଯେ ପିଲାମାନଙ୍କର ଅନ୍ତନଳୀ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ ହୋଇଥାଏ । ପିଲାମାନେ ସେମାନଙ୍କର ଡେଲି ଖାଦ୍ୟରେ ଦହି ଏବଂ ବଟର କ୍ଷୀର ଅନ୍ତର୍ଭୁକ୍ତ କରିବା ଜରୁରୀ । ପ୍ରୋବୋଟିକ୍ସ ଦହିରେ ଥାଏ, ଯାହା ଅନ୍ତନଳୀରେ ଭଲ ଜୀବାଣୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ତେଣୁ, ସେମାନଙ୍କର ଡେଲି ଖାଦ୍ୟରେ ଦହି କିମ୍ବା ବଟର କ୍ଷୀର ମିଶାନ୍ତୁ । ଯାହା ଫଳରେ ସେମାନେ ସୁସ୍ଥ ରହିବେ ଏବଂ କୌଣସି ପ୍ରକାରର ସମସ୍ୟା ହେବ ନାହିଁ ।