ମାତ୍ର ୧୦ ମିନିଟ୍‌ରେ ନୂଆ ଭଳି ଚମକିବ ପୁରୁଣା କଳା କଡ଼େଇ, ଆପଣାନ୍ତୁ ଏହି ସହଜ ଟ୍ରିକ୍‌

ରୋଷେଇ ଘରେ କଡ଼େଇ ସବୁଠୁ ଅଧିକ ବ୍ୟବହାର କରାଯାଏ। ଅଧିକାଂଶ ଘରେ ମହିଳାମାନେ ଆଲୁମିନିୟମ୍‌ର କଡ଼େଇ ବ୍ୟବହାର କରିଥାନ୍ତି। ତରକାରୀ କରିବା ହେଉ କି ଭଜା କି ହାଲୁଆ, ଏସବୁ ଜିନିଷ ରାନ୍ଧିବା ବେଳେ କଡ଼େଇ କଳା ପଡ଼ିଯାଏ। କିଛି ଲୋକଙ୍କ ଘରେ କଡ଼େଇ ପୂରାପୂରି କଳା ହୋଇଯାଇଥାଏ। ସେଥିରେ ହିଁ ମହିଳାମାନେ ରୋଷେଇ କରିଥାନ୍ତି। ଏହି କଡ଼େଇକୁ ଯେତେ ଘଷିଲେ କି ମାଜିଲେ ତାହା ସଫା ହୋଇନଥାଏ। ତେବେ ଆଜି ଆମେ ଆପଣଙ୍କୁ କେତେକ ଏଭଳି ଟ୍ରିକ୍‌ କହିବୁ, ଯାହାକୁ ଆପଣାଇଲେ ଆପଣଙ୍କ କଡ଼େଇ ପୂରା ନୂଆ ଭଳି ଚିକ୍‌ଚିକ୍‌ ହୋଇଯିବ। ଆସନ୍ତୁ ଜାଣିବା କ’ଣ ଏହି ଟ୍ରିକ୍‌…

ପ୍ରଥମେ କଡ଼େଇକୁ ଗ୍ୟାସ୍‌ରେ ବସାନ୍ତୁ ଓ ଏଥିରେ ୩ ଗ୍ଲାସ୍‌ ପାଣି ଢାଳନ୍ତୁ। ଏବେ ଏଥିରେ ୨ ଚାମଚ ଡିଟରଜେଣ୍ଟ ପାଉଡର, ୧ ଚାମଚ ଲୁଣ ଓ ୧ ଲେମ୍ବୁ ରସ ପକାନ୍ତୁ। ଏହି ପାଣିକୁ ୫ ମିନିଟ୍‌ ଯାଏଁ ଫୁଟାନ୍ତୁ। ପାଣି ଫୁଟି ଫୁଟି ଫେଣ ଉପର ଯାଏଁ ଆସିବା ଯାଏଁ ଗ୍ୟାସ୍‌ ଅନ୍‌ ରଖନ୍ତୁ। ଏମିତି କିଛି ସମୟ ପାଣି ଫୁଟିଲେ କଡ଼େଇରେ ଲାଗିଥିବା କଳାଦାଗ ଛାଡ଼ିଯିବ।

ଏବେ ୧ ଚାମଚ ବେକିଂ ସୋଡ଼ା ଓ ଡିଟରଜେଣ୍ଟ ପାଉଡର ମିଶାଇ ଦିଅନ୍ତୁ। ବାଲି କାଗଜ ସାହାଯ୍ୟରେ ବେକିଂ ସୋଡ଼ା ଓ ଡିଟରଜେଣ୍ଟକୁ ମିଶାଇ କଡ଼େଇକୁ ଘଷନ୍ତୁ। ତଥାପି ଯଦି କଡ଼େଇରେ କଳା ଦାଗ ରହିଯାଇଛି ତେବେ ସେହି ଅଂଶକୁ ଗ୍ୟାସ୍‌ରେ ଗରମ କରି ଆଉ ଟିକେ ଘଷନ୍ତୁ। ଏହି ଉପାୟରେ ଆପଣଙ୍କ ପୂରା କଡ଼େଇ ଏକଦମ୍‌ ନୂଆ ଭଳି ଚମକିବ।

Leave A Reply

Your email address will not be published.