ଜାଣନ୍ତୁ ମହିଳାମାନଙ୍କଠାରେ ହାର୍ଟ ଆଟାକ ହେବାର ୫ଟି ପ୍ରମୁଖ ଲକ୍ଷଣ

ପୁରୁଷ ଏବଂ ମହିଳାଙ୍କଠାରେ ହରମୋନ୍ ବ୍ୟତୀତ ଆନାଟୋମିକାଲ୍ ପାର୍ଥକ୍ୟ ମଧ୍ୟ ଦେଖାଯାଏ, ସେଥିପାଇଁ କୌଣସି ରୋଗର ଲକ୍ଷଣ, ତୀବ୍ରତା ଇତ୍ୟାଦିରେ ମଧ୍ୟ ପାର୍ଥକ୍ୟ ଥାଏ । ତେବେ ଆଜି ଆସନ୍ତୁ ଜାଣିବା ମହିଳାମାନଙ୍କଠାରେ ହୃଦଘାତର ଏହି ୫ଟି ଲକ୍ଷଣ ବିଷୟରେ।
ଥକ୍କା – ଯଦି ଆପଣ ଦୀର୍ଘ ସମୟ ବିଶ୍ରାମ କରିବା ସତ୍ତ୍ୱେ ବି ଥକ୍କା ଅନୁଭବ କରୁଛନ୍ତି । କୌଣସି କାମରେ ମନ ଲାଗୁ ନାହିଁ ଏବଂ ନର୍ଭସ ଅନୁଭବ କରୁଛନ୍ତି ତାହେଲେ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ।
ଛାତି ଯନ୍ତ୍ରଣା– ବିଚଳିତ ଲାଗିବା ସହିତ ଛାତି ଯନ୍ତ୍ରଣା ଅନୁଭବ କରିବା ଏବଂ ଛାତି ଉପରେ ଭାରୀ କିମ୍ବା ଚାପ ଅନୁଭବ କରିବା ମଧ୍ୟ ହୃଦଘାତର ଲକ୍ଷଣ । ଯଦି ଆପଣଙ୍କ ସହ ବି ଏମିତି ଘଟୁଛି ତାହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।
ଝାଳ– ପେଟରେ ପ୍ରବଳ ଯନ୍ତ୍ରଣା କିମ୍ବା ଦେହରୁ ଅତ୍ୟନ୍ତ ଝାଳ ବାହାରିବା ମଧ୍ୟ ଏହି ଲକ୍ଷଣଗୁଡ଼ିକରେ ସାମିଲ । ବିଶେଷ କରି ଯେତେବେଳେ ଆପଣଙ୍କଠୁ ଥଣ୍ଡା ଝାଳ ବାହାରୁଛି ସେତେବେଳେ ତୁରନ୍ତ ଡାକ୍ତରଙ୍କୁ ଜଣାନ୍ତୁ ।
ନିଶ୍ୱାସ– ଏହି ଅବସ୍ଥାରେ ନିଶ୍ୱାସ ନେବାରେ ବହୁତ ଅସୁବିଧା ହୁଏ । ଯଦି ଆପଣ କେବେ ଅନୁଭବ କରନ୍ତି ଯେ ଆପଣ ସହଜରେ ନିଶ୍ୱାସ ନେବାକୁ ସକ୍ଷମ ନୁହଁନ୍ତି ତେବେ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ।
ଯନ୍ତ୍ରଣା– ପିଠି ଯନ୍ତ୍ରଣା, ହାତ ଏବଂ ମାଂସପେଶୀରେ ଯନ୍ତ୍ରଣା ମଧ୍ୟ ହୃଦଘାତର ଏକ ଲକ୍ଷଣ । ଆପଣ ଏ ବିଷୟରେ ସଚେତନ ହେବା ନିହାତି ଆବଶ୍ୟକ ।