ପଢନ୍ତୁ, ସାଥୀଙ୍କର କେଉଁ ୫ଟି କଥା ଝିଅମାନଙ୍କ ଓଠରେ ଭରିଦେଇଥାଏ ଲାଜଭରା ହସ

ଅନେକ ସମୟରେ ଆପଣଙ୍କର ସାଥୀ କିଛି ଅଲଗା କରିବାକୁ ଯାଇ ଏପରି କିଛି କରିଥାନ୍ତି ଯାହା ଆପଣଙ୍କର ମନେପଡିବା ମାତ୍ରେ ଓଠରେ ହସ ଖେଳିଯାଏ । କେବଳ ଏତିକି ନୁହେଁ ଅଧିକତ, ସେତେବେଳେ ହୋଇଥାଏ ଯେବେ ଆପଣ ଏକୁଟିଆ ବସି ଥାନ୍ତି ଏବଂ ସାଥୀଙ୍କର ଏପରି କିଛି କଥା ଯାହା ମନେପଡିବା ମାତ୍ରେ ଆପଣ ଏକଦମ୍ ଲାଜରେ ନାଲି ପଡିଯାଇଥାନ୍ତି । ଆସନ୍ତୁ ଜାଣିବା ସାଥୀଙ୍କର ଏମିତି କେଉଁ କଥା ଯାହାକୁ ମନେପକାଇବା ମାତ୍ରେ ପ୍ରତ୍ୟେକ ଝିଅଙ୍କୁ ଲାଜରେ ଲାଲ୍ କରିଦେଇଥାଏ ।

• ଆଲିଙ୍ଗନ : ସାଥୀଙ୍କର ପ୍ରଥମଥର ଆଲିଙ୍ଗନ ମନେପଡିବା ମାତ୍ରେ ଯେକୌଣସି ଝିଅ ହେଉନା କାହିଁ ଲାଜରେ ଭିଜିଯାଇଥାନ୍ତି । ଏହା ସେହି ଖାସ୍ ମୁହୂର୍ତ ହୋଇଥାଏ ଯାହାକୁ ଗୋଟେ ଝିଅ ବଂଚିଥିବା ଯାଏ ନିଜ ମନରେ ସାଇତି ରଖିଥାଏ ।

• ପ୍ରପୋଜ୍ : ଝିଅମାନେ ଏହି ମୁହୂର୍ତକୁ କେବେହେଲେ ଭୁଲନ୍ତି ନାହିଁ, ଯେଉଁ ଦିନ ତାଙ୍କ ସାଥୀ ନିଜ ଜୀବନରେ ତାଙ୍କୁ ସାମିଲ୍ କରିବା ପାଇଁ ଜୀବନସାଥୀରୂପେ ପ୍ରପୋଜ୍ କରିଥାନ୍ତି । ଏହି ଦିନଟି ଏତେ ଖାସ୍ ହୋଇଥାଏ ଯେ, ଏହା ମନେପଡିବା ମାତ୍ରେ ଝିଅମାନେ ଲାଜରେ ଲାଲ୍ ହୋଇଯାଇଥାନ୍ତି । ସାଥୀଙ୍କର ଆଖିରେ ଆଖି ମିଶାଇ ଆଇ ଲଭ୍ ୟୁ କହିବା,ଏମିତି ଲାଗିଥାଏ ଯେପରି ଏହା ଗଲାକାଲିର କଥା ଥିଲା ।

• ହାତ ଧିରିବା : ପ୍ରଥମଥର ଯେତେବେଳେ ଆପଣଙ୍କ ସାଥୀ ରାସ୍ତାରେ ଯାଉଥିବା ଅବସ୍ତାରେ ଅପଣଙ୍କର ହାତକୁ ହଠାତ୍ ଧରିନିଅନ୍ତି ଏବଂ ଆପଣଙ୍କୁ ହୃଦୟଙ୍ଗମ କରାଇପାରିଥାନ୍ତି କି’ ଆପଣ କେତେ ଗୁରୁତ୍ବପୂର୍ଣ୍ଣ ତାଙ୍କ ପାଇଁ ଏହି ସବୁ କଥା ମନେପଡିବା କ୍ଷଣି ପ୍ରତ୍ୟେକ ଝିଅ ଲାଜରେ ଏକଦମ୍ ଲାଲ୍ ହୋଇଯାନ୍ତି ଏବଂ ଏକାକି ବସିବା ସମୟରେ ଝିଅମାନେ ଏହି ମୁହୂର୍ତକୁ ମନେପକାଇ ନିଜର ହାତକୁ ବାରମ୍ବାରା ଚାହିଁଥାନ୍ତି ।

• ବିବାହ ପାଇଁ ପ୍ରପୋଜ୍ କରିବା : ପ୍ରତ୍ୟେକ ଝିଅ ପାଇଁ ଏହି ଦିନଟି ଏତେ ମହତ୍ବପୂର୍ଣ୍ଣ ହୋଇଥାଏ ଯେ, ନିଜର ଶେଷ ଜୀବନ ଯାଏ ଝିଅମାନେ ଏହାକୁ ଭୁଲି ନଥାନ୍ତି । ଏହି ମୁହୂର୍ତ ସର୍ବଦା ତାଙ୍କ ଭାବନାରେ ଅଧିକ ତାଜା ହୋଇ ରହିଥାଏ ଯେତେବେଳେ ଆପଣଙ୍କୁ ଆପଣଙ୍କର ଜୀବନସାଥୀ ବିବାହ ପାଇଁ ପ୍ରପୋଜ୍ କରିଥାନ୍ତି ଯେମିତି ଏହି ଘଟଣାଟି କାଲି ଅପଣଙ୍କ ସହିତ ଘଟିଛି ।

• ଇର୍ଷା : ଆପଣଙ୍କର କେଉଁ ସାଙ୍ଗଙ୍କ ଠାରୁ ଆପଣଙ୍କର ପ୍ରଶଂସା ଶୁଣିବା ପରେ ଇର୍ଷା କରିବା ମଧ୍ୟ ଆପଣଙ୍କ ଓଠରେ ହସ ଭରିଥାଏ ।