ରାତିରେ ଶୋଇବା ପୂର୍ବରୁ ଦୁଧରେ ପାନମଧୁରୀ ମିଶାଇ ପିଅନ୍ତୁ, ଫାଇଦା ଆପଣ ନିଜେ ଅନୁଭବ କରିପାରିବେ

ଦୁଧରେ କ୍ୟାଲସିୟମ, ପ୍ରୋଟିନ, ମ୍ୟାଗନେସିୟମ ଭଳି ପୋଷକ ତତ୍ତ୍ୱ ଭରପୁର ପରିମାଣରେ ରହିଛି ।  ପ୍ରତିଦିନ ଦୁଇ ଗ୍ଲାସ କ୍ଷୀର ପିଇଲେ ହାଡ ମଜବୁତ ହୋଇଥାଏ ।  କିଛି ଲୋକ ଖାଲି କ୍ଷୀର ପିଉଥିବା ବେଳେ କିଛି ଲୋକ କ୍ଷୀର ସହିତ କିଛି ମିଶାଇ ପିଇବାକୁ ପସନ୍ଦ କରନ୍ତି ।  ଯଦି ଚାହିଁବେ କ୍ଷୀରରେ ଆପଣ କିଛି ପାନମଧୁରୀ ମିଶେଇ ପିଇପାରିବେ ।  କାରଣ ପାନମଧୁରୀରେ ପୋଷାକ ତତ୍ତ୍ୱ, ଆଣ୍ଟି ଆକ୍ସିଡେଣ୍ଟ ଭଳି ଗୁଣ ପ୍ରଚୁର ପରିମାଣରେ ରହିଛି ।  ଏହାବାଦ କ୍ଷୀରରେ ମିଶେଇ ପିଇଲେ କ୍ଷୀରର ଗୁଣବତ୍ତା ବି ବଢିଥାଏ ।  ତେବେ ଆସନ୍ତୁ ଏହାର ଅନ୍ୟ ଫାଇଦା ଗୁଡିକ ବିଷୟରେ ଜାଣିବା ।

ଏମିତି କରନ୍ତୁ ପ୍ରସ୍ତୁତ:

– ଗୋଟେ ପ୍ୟାନରେ ଗୋଟେ ଗ୍ଲାସ କ୍ଷୀର ସହିତ ଅଧା ଚାମଚ ପାନମଧୁରୀ ମିଶାଇ ଫୁଟାନ୍ତୁ ।

– ଭଲ ଭାବରେ ସିଝେଇବା ପରେ ଛଣାରେ ଛାଣି ଦିଅନ୍ତୁ ।

– ଏବେ ଏଥିରେ ସ୍ୱାଦ ଅନୁସାରେ ଚିନି, ଗୁଡ, ମହୁ ମିଶାନ୍ତୁ ।

– ରାତିରେ ଶୋଇବା ପୂର୍ବରୁ ଆପଣ ଏହାକୁ ପିଇପାରିବେ ।

କଣ କଣ ଫାଇଦା ମିଳେ ଜାଣନ୍ତୁ:

ପାନମଧୁରୀରେ ପଲିଫେନଲ, ଅଣ୍ଟିଆକ୍ସିଡେଣ୍ଟ ଭରପୁର ପରିମାଣରେ ଥାଏ ।  ଯାହାକି ଶରୀରର ବିକାଶରେ ସାହାଯ୍ୟ କରିଥାଏ ।
କ୍ୟାନସର ପରି ରୋଗ ଦାଉରୁ ବି ରକ୍ଷା କରିଥାଏ ।

ଓଜନ ନିୟନ୍ତ୍ରଣ କରେ:

ଆମ ପାଚନ ତନ୍ତ୍ରକୁ ମଜବୁତ କରିବାରେ ପାନମଧୁରୀର ଏକ ବିଶେଷ ଭୂମିକା ରହିଛି । ଏହା ବ୍ୟତୀତ ଓଜନ ମଧ୍ୟ ନିୟନ୍ତ୍ରଣକୁ ଆସିଥାଏ ।

ସୁସ୍ଥ ରୁହେ ହୃଦଯନ୍ତ୍ର:

ଏକ୍ସପର୍ଟଙ୍କ ଅନୁଯାୟୀ, ଏହି ପାନୀୟ ନିୟମିତ ପିଇଲେ ମଣିଷର ହୃଦଯନ୍ତ୍ର ସୁସ୍ଥ ରୁହେ ।  ଏନେଇ ସମସ୍ତ ରୋଗ ବୈରାଗ ମଧ୍ୟ ପାଖ ମାଡିନଥାଏ ।

ଡାଇବେଟିସ ହବାର ଚାନ୍ସ କମ ଥାଏ:

ଏହି କ୍ଷୀର ପିଇଲେ ଆମକୁ ମଧୁମେହ ହେବାର ଆଶଙ୍କା ମଧ୍ୟ ଅନେକ ପରିମାଣରେ କମିଯାଏ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.