ଖାଦ୍ୟରେ ବ୍ୟବହାର ହେଉଥିବା ମସଲାର କଣ ରହିଛି ଫାଇଦା, ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ

ଆମେ ନିୟମିତ ଭାବେ ନିଜ ଖାଦ୍ୟରେ ବିଭିନ୍ନ ପ୍ରକାର ମସଲା ବ୍ୟବହାର କରିଥାଉ । ଏହା ଖାଦ୍ୟର ସ୍ୱାଦ ବଢାଇବା ସହିତ ସ୍ୱାସ୍ଥ୍ୟ ଉପରେ ଏକ ଉତ୍ତମ ପ୍ରଭାବ ପକାଇଥାଏ । ଆଉ ମଧ୍ୟ ପ୍ରତି ମସଲାର ଭିନ୍ନ ଭିନ୍ନ ସ୍ୱାଦ ଥାଏ । ଏଗୁଡିକରେ ଭରପୂର ମାତ୍ରାରେ ଔଷଧୀୟ ଗୁଣ ମହଜୂତ ଥିବାରୁ ଅନେକ ପ୍ରକାର ରୋଗ ମାନଙ୍କରୁ ବି ଏହା ଶରୀରକୁ ସୁରକ୍ଷା ଦେଇଥାଏ । ତେବେ ଆସନ୍ତୁ ଜାଣିବା ଆପଣ ନିୟମିତ ଭାବେ ବ୍ୟବହାର କରୁଥିବା ମସଲା ଗୁଡିକରେ ଥିବା ମସଲାର ଔଷଧୀୟ ଗୁଣ ବିଷୟରେ:

masala

୧. ତେଜ ପତ୍ର:

ତେଜ ପତ୍ର ଖାଦ୍ୟର ସ୍ୱାଦ ବଢାଇବା ସହିତ ଆପଣଙ୍କ ସ୍ୱାସ୍ଥ୍ୟର ବି ବିଶେଷ ଧ୍ୟାନ ରଖିଥାଏ । ଏଥିରେ ପ୍ରୋଟିନ, ଫାଇବର, ଓମେଗା ଥ୍ରୀ ଫ୍ୟାଟି ଏସିଡ,ଭିଟାମିନ-ଏ ଓ ଭିଟାମିନ-ସି ମାତ୍ରା ପ୍ରଚୁର ମାତ୍ରାରେ ଥାଏ । ଏହାକୁ ନିୟମିତ ଖାଇଲେ ଅବସାଦର ହାର ମଧ୍ୟ କମିଥାଏ । ଡାଇବେଟିସ ରୋଗ ପାଇଁ ବି ଏହା ଖୁବ ଲାଭକାରୀ । ଖାଦ୍ୟରେ ଏହାକୁ ସାମିଲ କଲେ ଶରୀରର ଗ୍ଲୁକୋଜ ପରିମାଣ ସନ୍ତୁଳନ ରହିବା ସହ କୋଲେଷ୍ଟେରଲର ମାତ୍ରା ମଧ୍ୟ କମ ହୋଇଥାଏ । ଆହୁରି ମଧ୍ୟ ଏହି ପତ୍ରରେ ଥିବା କପର, ପୋଟାସିୟମ, କ୍ୟାଲସିୟମ, ଗେଗ୍ନିଜ , ସେଲେନିୟମ, ଆଇରନ ସ୍ୱାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ । ପେଟ ସହ ଜଡିତ ସମସ୍ତ ସମସ୍ୟା ପାଇଁ ତେଜ ପତ୍ର ଅମୃତ ସଦୃଶ ।

Image result for know-some-health-benefits-of-spices

୨. ଜିରା:

ଜିରାର ଛୁଙ୍କ ବିନା ତରକାରୀ ଯେମିତି ଅଧୁରା ରହିଥାଏ । ଖାଦ୍ୟର ସ୍ୱାଦ ବଢାଇବା ସହ ପେଟ ଜନିତ ଯନ୍ତ୍ରଣାରୁ ବି ଏହା ମୁକ୍ତି ଦେଇଥାଏ । ମସଲା ବ୍ୟତୀତ ବିଭିନ୍ନ ଘରୋଇ ଚିକିତ୍ସାରେ ବି ଏହାର ବ୍ୟବହାର କରାଯାଇଥାଏ । ଛୋଟ ଛୋଟ ଦିଶୁଥିବା ଏହି ମସଲାର ଗୁଣ କିନ୍ତୁ ଖୁବ ବଡ । ଏଥିରେ ଥିବା ଆଇରନ, ମାଙ୍ଗାନିଜ, ମ୍ୟାଗନେସିୟମ, ଫସଫରସ ଭଳି ଖଣିଜ ପଦାର୍ଥ ଶରୀରର କାର୍ଯ୍ୟ ଦକ୍ଷତାକୁ ବୃଦ୍ଧି କରିଥାଏ । ଜିରାରେ ଅନେକ ପ୍ରକାରର ଭିଟାମିନ ମଧ୍ୟ ମିଳିଥାଏ । ଥଣ୍ଡା ଓ କଫ ଜନିତ ସମସ୍ୟାରୁ ବି ଏହା ମୁକ୍ତ ରଖିଥାଏ ।

masala

୩. ଗୋଲମରିଚ:

ଗୋଲମରିଚର ବ୍ୟବହାର ଖାଦ୍ୟର ସ୍ୱାଦ ବଢାଇବା ପାଇଁ ହିଁ କରାଯାଏ । ଗୋଲ ମରିଚର ବିଭିନ୍ନ ପ୍ରକାର ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଥାଏ । ଏହି ବିଶେଷ ମସଲା ଥଣ୍ଡା କାଶରୁ ଆରମ୍ଭ କରି ପେଟ ଜନିତ ସମସ୍ୟା ପାଇଁ ଏହା ଖୁବ ଲାଭଦାୟୀ ହୋଇଥାଏ ।

Image result for know-some-health-benefits-of-spices

୪ . ଡାଲଚିନି:

ଡାଳଚିନିରେ ବି ଭରପୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଥାଏ । ଯାହାକି ହୃଦରୋଗ ପରି ସମସ୍ୟାରୁ ଶରୀରକୁ ସୁରକ୍ଷା ଦିଏ । ଅନ୍ୟ ପକ୍ଷରେ ଯାୟତ୍ରୀ ମସଲା ବି ଖାଦ୍ୟର ସ୍ୱାଦ ବଢାଇବା ସହିତ ଦାନ୍ତ ଜନିତ ସମସ୍ତ ପ୍ରକାର ରୋଗ ଭଲ କରିଥାଏ । ଯଇଫଳରେ ଥିବା ପୋଟାସିୟମ, କ୍ୟାଲସିୟମ ଶରୀରର ପ୍ରତିଷେଧକ କ୍ଷମତା ବଢ଼ାଇଥାଏ ।