ଜାଣନ୍ତିକି ଆପଣଙ୍କ ଶରୀର ପାଇଁ କେତେ ପରିମାଣର ଭିଟାମିନ-C ଉପଯୁକ୍ତ, ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ

ଭିଟାମିନ-ସି ବା ଆସ୍କରବିକ ଏସିଡ ଏକ ଆଣ୍ଟି ଆକ୍ସିଡେଣ୍ଟ ହେବା ସହ ଶରୀରର ସରକୁଲେଟରି କ୍ରିୟା ପାଇଁ ଏହା ବିଶେଷ ଆବଶ୍ୟକ ହୋଇଥାଏ । ଏହା ସହ ଶରୀରର ଇମ୍ୟୁନିଟି ସିଷ୍ଟମ ଷ୍ଟ୍ରଙ୍ଗ କରିବାରେ ଏକ ପ୍ରମୁଖ ଭୂମିକା ନିଭେଇଥାଏ ଏହି ଭିଟାମିନ । ଶରୀରରେ ଏହି ଭିଟାମିନ ମାତ୍ରା କମିଲେ ହୃଦରୋଗ ସମେତ ଚକ୍ଷୁ ସମସ୍ୟା ବି ଦେଖା ଦେଇପାରେ । ଆଉ ମଧ୍ୟ ଏହି ଭିଟାମିନ ସାହାଯ୍ୟରେ ଫୁସଫୁସ, ଯକୃତ ଡିଟକ୍ସ ହୋଇଥାଏ । କିନ୍ତୁ ଗୋଟିଏ ଦିନରେ କେତେ ମାତ୍ରାର ଏହି ଭିଟାମିନ ନେବା ଉଚିତ ସେନେଇ ଅବଗତ ହେବା ଉଚିତ । ନଚେତ ମାତ୍ରାଧିକ ସେବନ ଶରୀରକୁ କ୍ଷତି ପହଞ୍ଚାଇ ପାରେ ।
ଏହାବାଦ ସୌନ୍ଦର୍ଯ୍ୟ ବୃଦ୍ଧିରେ ମଧ୍ୟ ଏହି ଭିଟାମିନ ଏକ ବିଶେଷ ଭୂମିକା ନିଭେଇଥାଏ । ତ୍ୱଚା ଓ କେଶରେ ଏକ ବିଶେଷ ଚମକ ଆଣିଥାଏ ।

 VITAMIN  ଜାଣନ୍ତୁ ପ୍ରତିଦିନ କେତେ ପରିମାଣର ନେବେ ଭିଟାମିନ:

ଛୋଟ ପିଲାଙ୍କ ପାଇଁ ପ୍ରତିଦିନ ୪୦-୪୫ mg, ୧୪ ରୁ ୧୮ ବର୍ଷ ପିଲାଙ୍କ ପାଇଁ ୭୫ mg ଓ ତାହାଠାରୁ ଅଧିକ ବୟସ୍କଙ୍କ ପାଇଁ ପ୍ରତିଦିନ ୯୦ mg ଭିଟାମିନ ଗ୍ରହଣ ହିଁ ଉପଯୁକ୍ତ ହୋଇଥାଏ । କିନ୍ତୁ ଗର୍ଭବତୀ ମହିଳା ୮୫ mg ଓ ସ୍ତନ୍ୟପାନ କରାଉଥିବା ମହିଳା ମାନେ ପ୍ରତିଦିନ ୧୨୦
mg ଭିଟାମିନ ନେବା ଉଚିତ ।

ଅନେକଙ୍କର ଧାରଣା ଅଛିଯେ କମଳା, ଲେମ୍ବୁ ଆଦିରେ ଅଧିକ ମାତ୍ରାରେ ଭିଟାମିନ- ସି ରହିଥାଏ । କିନ୍ତୁ ପ୍ରକୃତରେ ଏହା ଭୁଲ । ଏହା ବାଦ ବ୍ରୋକୋଲି, ସିମ୍ଲା ମିରଚ, ସପୁରି, କିବ୍ବି, ଭଣ୍ଡା, ଅଁଳା, ଷ୍ଟ୍ରବେରୀ, ଅଙ୍ଗୁର , ଅମରୁଦ, ଲିଚୁ, ମଟର ଛୁଇଁ, ଟମାଟୋ ଆଦିରେ ଭରପୁର ମାତ୍ରାରେ ଭିଟାମିନ- ସି ରହିଛି । ଉପଯୁକ୍ତ ମାତ୍ରାରେ ପ୍ରତିଦିନ ଏହି ସବୁ ସେବନ କଲେ ଶରୀରକୁ ଏହାର ଫାଇଦା ମିଳିବା ସହିତ ସୁସ୍ଥ ରହିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.