ବର୍ଷା ଦିନିଆ ସନ୍ଧ୍ୟାରେ ଘରେ ପ୍ରସ୍ତୁତ “ବାଦାମ ପକୋଡା”ର ମଜା ନିଅନ୍ତୁ

ଆମେ ସାଧାରଣତଃ ଦୋକାନରୁ କିଣି ବାଦାମ ପକୋଡା ଖାଇଥାଉ । ବାଦାମ ପକୋଡା ଏକ ସ୍ୱାଦିଷ୍ଟ ଓ କ୍ରିସପି ସ୍ନାକ୍ସ । ଯାହାକୁ ଖୁବ କମ ସାମଗ୍ରୀରେ ଖୁବ ସହଜରେ ଘରେ ପ୍ରସ୍ତୁତ କରାଯାଇ ପାରିବ । ବାଦାମ ଏକ ପୁଷ୍ଟିକର ଖାଦ୍ୟ । ତେଣୁ ବାଦାମ ପକୋଡା ବି ସୁସ୍ଥକର ଖାଦ୍ୟ । ଆଉ ଏହାକୁ ଖାଇଲେ ଶରୀର ଉପରେ ଭଲ ପ୍ରଭାବ ପଡିଥାଏ । ବର୍ଷା ଦିନେ ସନ୍ଧ୍ୟା ସମୟରେ ଚାହା ସହିତ ଆପଣ ଏହାର ମଜା ନେଇପାରିବେ । ଖାଲି ସେତିକି ନୁହେଁ ଅଫିସ,ପିକନିକ, କୌଣସି ଯାତ୍ରା ସମୟରେ ସହଜରେ ନେଇପାରିବେ ଆଉ ଖାଇ ବି ପାରିବେ । ତେବେ ଆସନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ ଜାଣିରଖିବା;

ଆବଶ୍ୟକୀୟ ସାମଗ୍ରୀ;

୨ କପ ଚିନାବାଦାମ

ଗୋଟେ କପ ଚାଉଳ ଗୁଣ୍ଡ

ଗୋଟେ କପ ବେସନ

ଗୋଟେ ଚାମଚ ଲଙ୍କା ଗୁଣ୍ଡ

ଗୋଟେ ଚାମଚ ଲୁଣ

କିଛି ଭୃଷୁଙ୍ଗା ପତ୍ର

ଛାଣିବା ପାଇଁ ତେଲ

ପ୍ରସ୍ତୁତି ପ୍ରଣାଳୀ:

– ବେସନ, ଚାଉଳ ଗୁଣ୍ଡ, ବାଦାମ, ଲଙ୍କା ଗୁଣ୍ଡ, ଭୃଷୁଙ୍ଗା ପତ୍ର, ଲୁଣକୁ ମିଶାନ୍ତୁ ।

– ଟେଷ୍ଟ ବଢେଇବା ପାଇଁ ଗୋଟେ ଚାମଚ ଗରମ ତେଲ ମିଶାନ୍ତୁ ।

– ଆବଶ୍ୟକତା ଅନୁସାରେ ପାଣି ଦେଇ ଏକ ମୋଟା ଘୋଳ ବନାନ୍ତୁ ।

– ଏବେ କଡେଇରେ ତେଲ ଗରମ କରନ୍ତୁ । ଏବେ ବାଦାମ ମିଶ୍ରିତ ଘୋଳକୁ ଛାଣି ଦିଅନ୍ତୁ ।

– ଏବେ ଛଣା ବାଦାମ ପକୋଡାକୁ ଗରମ ଗରମ ଚାହା ସହିତ ମଜା ନିଅନ୍ତୁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.