ଘରେ ଥରେ ପ୍ରସ୍ତୁତ କରନ୍ତୁ “ବାଇଗଣ ଆଚାର”, ସ୍ୱାଦ ଚାଖି ଆପଣ ବି କହିବେ ୱାହ ୱାହ

ଭାରତରେ ଆଚାର ପ୍ରସ୍ତୁତି ପରମ୍ପରା କାହିଁ କେଉଁ କାଳରୁ ଚାଲି ଆସିଛି । ଏମିତିକି ବିଭିନ୍ନ ପ୍ରକାର ପରିବାରେ ଆଚାର ବନାଇବାରେ କୁଶଳ ଭାରତୀୟ ଗୃହିଣୀ ମାନେ । ଆମ୍ବ, ଲେମ୍ବୁ, ଲଙ୍କା, ଅଁଳା ଆଦିରେ ଆଚାର ପ୍ରସ୍ତୁତ ହେଉଥିବା ନେଇ ଆମେ ଜାଣିଛେ । କିନ୍ତୁ ଶୁଣିଛନ୍ତିକି ବାଇଗଣରେ ବି ସ୍ୱାଦିଷ୍ଟ ଆଚାର ଖୁବ ସହଜରେ ପ୍ରସ୍ତୁତ କରାଯାଇ ପାରିବ । ଯାହାକୁ ଆପଣ ବର୍ଷ ତମାମ ରଖି ଖାଇ ପାରିବେ । ଆଉ ଖୁବ କମ ସମୟ ଭିତରେ ଏହା ପ୍ରସ୍ତୁତ ହୋଇଥାଏ । ତେବେ ଜାଣି ରଖନ୍ତୁ କେମିତି କରିବେ ପ୍ରସ୍ତୁତ ।

ଆବଶ୍ୟକୀୟ ସାମଗ୍ରୀ:

ଗୋଟେ ବଡ ବାଇଗଣ

ଅଧା ଚାମଚ ପାନମଧୁରୀ

ଗୋଟେ ଚାମଚ ହଳଦୀ ଗୁଣ୍ଡ

5 ଚାମଚ ଭିନେଗାର

ଗୋଟେ କପ ଚିନି

brinjal pickel

ଗୋଟେ ଚାମଚ ଜିରା ଗୁଣ୍ଡ

ଅଧା ଚାମଚ ଗୋଲମରିଚ ଗୁଣ୍ଡ

ଗୋଟେ ଚାମଚ ସୋରିଷ

ଚାହିଦା ଅନୁଯାୟୀ ସୋରିଷ ତେଲ

ଗୋଟେ ବଡ ଚାମଚ ପଞ୍ଚ ଫୁଟଣ

ଲୁଣ ସ୍ୱାଦ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ବାଇଗଣକୁ ଛୋଟ ଛୋଟ ଖଣ୍ଡରେ କାଟି ନିଅନ୍ତୁ । ଏବେ ଗୋଟେ ପ୍ୟାନ ବସାଇ ତେଲ ଗରମ କରନ୍ତୁ । ଏବେ ସେଥିରେ ପଞ୍ଚ ଫୁଟଣ ଓ ପାନମଧୁରୀ ଦିଅନ୍ତୁ । ଏବେ ସେଥିରେ ବାଇଗଣ ଖଣ୍ଡ ଦିଅନ୍ତୁ । ଏବେ ଗୋଟେ ଗୋଟେ କରି ମସଲା ଗୁଡିକୁ ପକାନ୍ତୁ ଓ ଧୀର ଆଞ୍ଚରେ ବସାନ୍ତୁ | ଅଳ୍ପ ସମୟ ପାଇଁ ଘୋଡାଇ ଦିଅନ୍ତୁ । ବାଇଗଣ ସିଝିଲା ପରେ ସେଥିରେ ଭିନେଗାର ଓ ଚିନି ଦିଅନ୍ତୁ । ତେଲ ଛାଡି ଛାଡି ଆସିଲେ ଗ୍ୟାସ ବନ୍ଦ କରି ଦିଅନ୍ତୁ । ଥଣ୍ଡା ହୋଇଗଲେ କାଚ ବୋତଲରେ ଭରି ଦିଅନ୍ତୁ ।

 

 

You might also like