ବର୍ଷା ଦିନିଆ ସନ୍ଧ୍ୟା ଗରମ ଗରମ “ଭେଜ ପଟାଟୋ କଟଲେଟ”ର ମଜା ନିଅନ୍ତୁ

ବର୍ଷା ଦିନିଆ ସନ୍ଧ୍ୟାରେ ସାଧାରଣତଃ କିଛି ଗରମ ଗରମ ଖାଦ୍ୟ ଖାଇବାକୁ ଇଚ୍ଛା ହୋଇଥାଏ । ମୌସୁମୀ ଆରମ୍ଭ ହେବା କ୍ଷଣି ଛୁଆ ଠାରୁ ବୁଢା ସମସ୍ତଙ୍କୁ ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ମନ ହୁଏ । ଏହି କାରଣରୁ ଆପଣଙ୍କୁ ଏକ ନୂଆ ସ୍ୱାଦ ଦେବା ପାଇଁ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ “ଭେଜ ପଟାଟୋ କଟଲେଟ” । ରବିବାରର ଛୁଟି ଦିନରେ ଏହାକୁ ନିଜ ଘରେ ପ୍ରସ୍ତୁତ କରି ଏହାର ମଜା ନିଅନ୍ତୁ ।

ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:

– ଗୋଟେ କପ ସିଝା ଆଳୁ
– ଅଧା କପ କର୍ଣ୍ଣଫ୍ଲୋର
– ଲୁଣ ସ୍ୱାଦ ଅନୁସାରେ

patato

ଷ୍ଟଫିଙ୍ଗ ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:

– କଟା ଯାଇଥିବା ପନିପରିବା
– ଅଧା ଚାମଚ କଞ୍ଚା ଲଙ୍କା
– ଅଧା ଚାମଚ ଗୋଲ ମରିଚ ଗୁଣ୍ଡ
– ଲେମ୍ବୁ ରସ
– ଗୋଟେ ଚାମଚ ବଟର
– ଧନିଆ କଟା ଯାଇଥିବା
– କିଛି ଚିନି

ପ୍ରସ୍ତୁତି ପ୍ରଣାଳୀ:

– ଉପର କଭରୀଙ୍ଗ ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ ଗୁଡିକୁ ଭଲ ଭାବରେ ମିଶାଇ ଏକ ଚକଟା ପ୍ରସ୍ତୁତ କରନ୍ତୁ
– ପ୍ୟାନରେ ବଟର ଦିଅନ୍ତୁ । ଏବେ ଏଥିରେ କଞ୍ଚା ଲଙ୍କା ପେଷ୍ଟ ଦିଅନ୍ତୁ ।
– ସମସ୍ତ ସାମଗ୍ରୀ ମିଶାଇ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ ।
– ଏବେ ଚକଟାରେ ଗୁଳା ପ୍ରସ୍ତୁତ କରି ଏହା ଭିତରେ ମିଶ୍ରଣ ଦେଇ ମଣ୍ଡା ପିଠା ଭଳି ବନାଇ ଦିଅନ୍ତୁ ।
– ଏବେ ଗରମ ତେଲରେ ଛାଣି ସସ ସହିତ ଖାଆନ୍ତୁ ।

Leave A Reply

Your email address will not be published.