ପୂଜା ସମୟରେ ଗରମ ଗରମ ପୁରୀ ସହ “ଭେଜ କୋଲ୍ହାପୁରୀ”ର ମଜା ନିଅନ୍ତୁ

ଆମେ ରେଶତୃରାନ୍ତ କିମ୍ବା କୌଣସି ବଡ ବଡ ହୋଟେଲରେ ଭାତ, ନାନ, ରୋଟୀ କିମ୍ବା ପୁରୀ ସାଙ୍ଗରେ ନିଶ୍ଚିନ୍ତ ରୂପେ ଭେଜ କୋଲ୍ହାପୁରୀ ଖାଇଥିବୁ । “ଭେଜ କୋଲ୍ହାପୁରୀ” ସାଧାରଣତଃ ମହାରାଷ୍ଟ୍ର ଅଂଚଳର ସ୍ଥାନୀୟ ଖାଦ୍ୟ । ଏହାର ଆଉ ଏକ ବିଶେଷତ୍ୱ ହେଉଛି ଏହା ବିନା ପିଆଜ ରସୁଣରେ ବନାଯାଇଥାଏ ଆଉ ଖୁବ ସ୍ୱାଦିଷ୍ଟ ଲାଗିଥାଏ । ତେଣୁ ବ୍ରତ କିମ୍ବା ପୂଜା ସମୟରେ ଆପଣ ଖାଇପାରିବେ । ତେବେ ଦଶହରା ସମୟରେ ଘରେ ନିଶ୍ଚିତ ରୂପେ ଥରେ “ଭେଜ କୋଲ୍ହାପୁରୀ” ବନାନ୍ତୁ ଆଉ ଗରମ ଗରମ ପୁରୀ ସହ ତାହାର ମଜା ନିଅନ୍ତୁ । ତେବେ ପ୍ରଥମେ ଜାଣି ରଖନ୍ତୁ ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:

ଆଳୁ- ଅଧା କପ

ଗାଜର- ଅଧା କପ

ଫୁଲକୋବି- ଅଧା କପ

ଫ୍ରେଞ୍ଚ ବିନ୍ସ- ଅଧା କପ

କଞ୍ଚା ମଟର- ଅଧା କପ

ପନିର- ଅଧା କପ

ଶିମ୍ଲା ଲଙ୍କା- ଅଧା କପ

ଟମାଟୋ- ୩୫୦ ଗ୍ରାମ

ଲହୁଣୀ- ୩ଚାମଚ

ରିଫାଇନ ତେଲ- ୪ ଚାମଚ

ଅଦା- ଗୋଟେ ଇଂଚ

କଞ୍ଚା ଲଙ୍କା- ୩ ଟି

ଲୁଣ ସ୍ୱାଦ ଅନୁଯାୟୀ

ହଳଦୀ- ଗୋଟେ ଚୁଟକୀ

ଜିରା- ଅଧା ଚାମଚ

ତେଜ ପତ୍ର- ୨ ଟି

ଶୁଖିଲା ନଡ଼ିଆ-୪ ବଡ ଚାମଚ

ରାଶି-୨ ଚାମଚ

ଗୋଟା ଧନିଆ- ଦେଢ଼ ଚାମଚ

ଗୁଜୁରାତି- ୪ ଟି

ଲବଙ୍ଗ- ୬ ଟି

ଗୋଲମରିଚ-୮  ଟି

ଜିରା- ଅଧା ଚାମଚ

ପାନମଧୁରୀ- ଗୋଟେ ଚାମଚ

ଡାଲଚିନି

ଶୁଖିଲା ଲଙ୍କା

ପ୍ରସ୍ତୁତି ପ୍ରଣାଳୀ:

– ଗୋଟେ କଡେଇରେ ଗୋଟେ ଛୋଟ ଚାମଚ ତେଲ ଦେଇ ସମସ୍ତ ମସଲା ଗୁଡିକୁ ହାଲୁକା ଭାବରେ ଭାଜି ନିଅନ୍ତୁ । ଏବେ ଭଲ ଭାବରେ ଗୁଣ୍ଡ କରିନିଅନ୍ତୁ । କଟା ଟମାଟୋ, ଅଦା, କଂଚା ଲଙ୍କାକୁ ଭଲ ଭାବରେ ପେଷି ଦିଅନ୍ତୁ ।

– ଏବେ ପରିବା ଗୁଡିକୁ ଲମ୍ବା ଲମ୍ବା ଆକାରରେ କାଟି ଦିଅନ୍ତୁ । ଆଉ ଏବେ ଏହାକୁ ଲୁଣ ମିଶା ପାଣିରେ ବୁଡାଇ ଦିଅନ୍ତୁ ।

– ଏବେ ଏକ ପ୍ୟାନରେ ତେଲ ଓ ଲହୁଣୀ ଗରମ କରନ୍ତୁ । ଏବେ ସେଥିରେ ତେଜ ପତ୍ର, ଜିରା ଦିଅନ୍ତୁ | ଭାଜି ହୋଇ ଆସିଲେ ମସଲା ପେଷ୍ଟ ଦେଇ ହାଲୁକା ଆଁଚରେ ବସାନ୍ତୁ । ଏବେ ଏଥିରେ ଟମାଟୋ ପିୟୁରୀ, ଲୁଣ, ହଳଦୀ ଦେଇ ଛାଡି ଦିଅନ୍ତୁ ।

– ଏବେ ସେଥିରେ ପରିବା ଦେଇ ଗୋଟେ କପ ପାଣି ଦେଇ ଘୋଡାଇ ଦିଅନ୍ତୁ । ମାତ୍ର କିଛି ମିନିଟ ପରେ ପ୍ରସ୍ତୁତ ହୋଇଯିବ “ଭେଜ କୋଲ୍ହାପୁରୀ” ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.