ଏହିସବୁ ସ୍ଥାନରେ ସାପ ଦେଖିଲେ ମିଳିଥାଏ ଶୁଭ ସଂକେତ

ସୂର୍ଯ୍ୟୋଦୟ ସମୟରେ ନାଗ ନିଜର ଫଣା ଟେକି ସୂର୍ଯ୍ୟ ଦେବତାଙ୍କୁ ନମସ୍କାର କରିଥାନ୍ତି ବୋଲି ଉଲ୍ଳେଖ ରହିଛି। କିନ୍ତୁ ଏଭଳି ପରିସ୍ଥିତିରେ ମଣିଷ ସହ ସାମ୍ନାସାମ୍ନି ହୋଇନାହିଁ କାରଣ ଏଭଳି ହେବା ଦ୍ୱାରା ଦୁଇ ଜଣଙ୍କ ଜୀବନ ମଧ୍ୟରୁ କାହାର ଜୀବନରେ ସଙ୍କଟ ଆସିପାରେ। ସାପର ବିଷ ପାଇଁ ମଣିଷ ଭୟଭୀତ ହୋଇଥାଏ। କିନ୍ତୁ ଭବିଷ୍ୟ ପୁରାଣ ଅନୁଯାୟୀ ଯମଙ୍କ ଦୂତ। ଏହା ସେହି ସମୟରେ ଧଂସନ କରିଥାଏ ଯେଉଁ ସମୟରେ ସେହି ବ୍ୟକ୍ତିଙ୍କର ମୃତ୍ୟୁ ଆସିଥାଏ। ଅନେକ ଥର ସାପ ଦେଖିବା ମଧ୍ୟ ଶୁଭ ହୋଇଥାଏ। ତେବେ ଜାଣନ୍ତୁ କେବେ ଏବଂ କେଉଁ ପରିସ୍ଥିତିରେ ସାପ ଦେଖିଲେ ଶୁଭ ହୋଇଥାଏ।

-ଶକୁନଶାସ୍ତ୍ର ଅନୁଯାୟୀ ବାଦାମୀ ରଙ୍ଗର ସାପ ଯଦି ଗଛ ଉପରେ ଚଡିବାର ଦେଖିଥାନ୍ତି ତେବେ ଏହା ଶୁଭ ସଂକେତ ହୋଇଥାଏ। ଏହି ସଂକେତ ଆପଣଙ୍କୁ ବହୁତ ଜଲଦି ଚାକିରୀ ଏବଂ ବ୍ୟବସାୟରେ ଉନ୍ନତି ହେବାର ସୂଚନା ଦେଇଥାଏ। ଏପରି ଦୃଶ୍ୟ ଦେଖିବା ପରେ ଭଗବାନ ଶିବଙ୍କ ନିକଟରେ ଜଳାଭିଷେକ କରିବା ଉଚିତ।

-ନାଗ ଧନର ରକ୍ଷକ ହୋଇଥାନ୍ତି। ନାଗ-ନାଗୁଣୀଙ୍କ ଯୋଡି ସାଥିରେ ଦେଖିଲେ ମଧ୍ୟ ଶୁଭ ହୋଇଥାଏ। ନାଗ-ନାଗୁଣୀ ଥିବା ଜମି ଯଦି ମିଳିଯାଏ ତେବେ ସେହି ଜମି କିଣିବା ଉଚିତ। ଏ ପରି ଜମିରେ ଘର କରି ରହିବା ଲୋକମାନେ ଖୁବ୍‌ ଉନ୍ନତି କରିଥାନ୍ତି। ମାନ୍ୟତା ଅନୁଯାୟୀ ଯେଉଁଠାରେ ନାଗ-ନାଗୁଣୀ ଯୋଡି ଏକାଠି ଦେଖାଯାଇଥାଏ ସେହି ସ୍ଥାନରେ କୌଣସି ସମ୍ପତ୍ତି ଥିବାର ସୂଚନା ମିଳିଥାଏ।

-ଶକୁନଶାସ୍ତ୍ରରେ ଶିବଲିଙ୍ଗ ନିକଟରେ ସାପ ଦେଖିଲେ ଶୁଭ ହୋଇଥାଏ। ଏଭଳି ଦୃଶ୍ୟ ଦୁର୍ଲଭ ସଂଯୋଗ ହୋଇଥାଏ। ମାନ୍ୟତା ରହିଛି ଏଭଳି ସାପ ଦେଖିବା ଦ୍ୱାରା ଭବିଷ୍ୟତରେ ଭରପୁର ଧନ ଲାଭ ହେବାର ସୂଚନା ମିଳିଥାଏ। ଏଥିସହ ଘରେ ଖୁସି ଆସିବାର ମଧ୍ୟ ସୂଚନା ଦେଇଥାଏ।

ଏହାସହ ପଢନ୍ତୁ: ଘରୁ ବୁଢିଆଣୀ ବସା ଦୂର କରିବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

-କୌଣସି ଶୁଭ କାମ ପାଇଁ ଯିବା ସମୟରେ ଯଦି ସାପ ରାସ୍ତା ପାରି ହେବାର ଦେଖିଥାନ୍ତି ତେବେ ସେହି ମାର୍ଗ ବଦଳାଇ ଦିଅନ୍ତୁ। ଯଦି ସମ୍ଭବ ହୋଇପାରେ ତେବେ ସେହି ଦିନ କାମ ବନ୍ଦ କରିଦିଅନ୍ତୁ। କାରଣ ଏହା ଶୁଭ ସଂକେତ ହୋଇନଥାଏ।

-ରାସ୍ତାରେ ହଠାତ୍‌ ସାପ ରାସ୍ତା ପାର କରିବାର ସଂକେତ ମଧ୍ୟ ଆପଣଙ୍କ ଜୀବନରେ ବଡ ପରିବର୍ତ୍ତନ ଆଣିଥାଏ। ଆସୁଥିବା ପରିବର୍ତ୍ତନ ପାଇଁ ଆପଣଙ୍କୁ ପ୍ରସ୍ତୁତ ହୋଇ ରହିବାକୁ ପଡିବ। କାରଣ ସାପ ଦେଖାଯିବାର ଅର୍ଥ ସମସ୍ୟା ଆସିବ କିନ୍ତୁ ସେଥିରୁ ଆପଣ ନିବୃତ୍ତ ହେବାରେ ସଫଳ ହେବେ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago