ଆଖି ନାଲି ପଡିଲେ ତୁରନ୍ତ କରନ୍ତୁ ଡାକ୍ତରଙ୍କ ସହ ପରାମର୍ଶ, ନଚେତ୍ ହୋଇପାରେ ବଡ଼ ସମସ୍ୟା

ବର୍ଷା ଋତୁ ଆସିଲେ ସବୁଠୁ ଅଧିକ ସମସ୍ୟା ଆଖି ପାଇଁ ହୋଇଥାଏ । ଏହିଦିନ ଆଖି ସଂକ୍ରମଣ ହେବାର ଆଶଙ୍କା ବଢ଼ିଯାଏ । ଖାସ କରି ବର୍ଷର ଏହି ସମୟରେ ଆଖି ସଂକ୍ରମିତ ହେବାର ଭୟ ରହିଥାଏ । ଡାକ୍ତରଙ୍କ କହିବା ଅନୁଯାୟୀ, ଏହି ସମୟରେ ଅଧିକ ମାମଲା Conjunctivitisର ଆସିଥାଏ । ଏହି ସମସ୍ୟାରେ ଆଖି ନାଲି ପଡ଼ିଯାଏ । ଜ୍ୱଳନ ସମସ୍ୟା ମଧ୍ୟ ଦେଖାଦିଏ ।

ଆଖି ଶରୀରର ସବୁୁଠୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ମଧ୍ୟରୁ ଏକ । ଏହା ଏକ ସେନସେଟିଭ ସ୍ଥାନ । ତେଣୁ କିଛି ସମସ୍ୟା ହେବା ମାତ୍ରେ ତୁରନ୍ତ ଏଥିପାଇଁ ଚିକିତ୍ସା କରାଇନେବା ନିହାତି ଆବଶ୍ୟକ । ତେବେଏହି Conjunctivitis କଣ , ଏହା ସମ୍ପର୍କରେ ଆଜି ଆମେ ଆପଣଙ୍କୁ କହିବୁ । ଏହା ଆଖିରେ ଥିବା conjunctiva ସେଲ୍ସର ପତଳା ଲେୟାର, ଯାହା ଆଖିର ଭିତର ପାଖ ବା ଧଳା ଅଂଶକୁ କଭର କରି ରଖିଥାଏ । ଯେବେ ଏହା ସଂକ୍ରମିତ ହୁଏ ତେବେ ଛୋଟ ରକ୍ତବାହିକା ବା କୋଶିକା ଅଧିକ ସକ୍ରିୟ ହୋଇଯାଏ । ଏହା କାରଣରୁ ଆଖିରେ ଜ୍ୱଳନ ସମସ୍ୟା ହେବା ସହ ଲାଲ ପଡ଼ିଯାଏ । ଏହା ପାଖାପାଖି ୪ ସପ୍ତାହ ଧରି ହୋଇଥାଏ ।

ତେବେ ଏହା ପ୍ରଥମେ ଗୋଟିଏ ଆଖିରେ ହେଲେ ଅନ୍ୟ ଆଖିକୁ ସଂକ୍ରମିତ ହୋଇଥାଏ । କେବେ କେବେ ୨ଟି ଆଖି ଏକା ସାଙ୍ଗରେ ସଂକ୍ରମିତ ହୋଇଯାଏ । ତୀବ୍ରତା ଅଧିକ ହେଲେ ବ୍ୟକ୍ତିକୁ ଜ୍ୱର ଆସିଥାଏ । ଏହି ସମୟରେ ଆଉ ବେଶି ଡେରି ନକରି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରି ଚିକିତ୍ସା କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.