ଆପଣ ଖାଉ ନାହାନ୍ତି ତ ଅଧିକ ପିସ୍ତା? ହୋଇପାରେ ଗମ୍ଭୀର ସମସ୍ୟା

ସୁସ୍ଥ ରହିବା ପାଇଁ ଆମେ ଅନେକ ପ୍ରକାରର ଡ୍ରାଏ ଫ୍ରୁଟ୍ସ ଖାଇ ଥାଉ। ଏମିତି ହିଁ ଏକ ଡ୍ରାଏ ଫ୍ରୁଟ୍ ହେଉଛି ପିସ୍ତା, ଯାହା ଖିରି, ମିଠା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ମିଠା ଜାତୀୟ ଜିନିଷରେ ବ୍ୟବହୃତ ହୋଇଥାଏ। ଆପଣ ଏହାର ଉପକାରିତା ବିଷୟରେ ବହୁତ ଶୁଣିଥିବେ। ପିସ୍ତାରେ ଭରପୂର ମାତ୍ରାରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ହୃଦ୍‌ରୋଗ ଏବଂ କ୍ୟାନ୍‌ସର ଭଳି ରୋଗ ସହ ଲଢ଼ିବାରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ ପିସ୍ତାରେ କାର୍ବୋହାଇଡ୍ରେଟ୍‌, ଫାଇବର, ଫ୍ୟାଟ୍‌, ଆମିନୋ ଏସିଡ୍‌ ଆଦି ପୋଷକ ତତ୍ତ୍ୱ ଭରପୂର ରହିଛି, ଯାହା ମୁଖ ଦୁର୍ଗନ୍ଧ, ମୁଣ୍ଡବିନ୍ଧା, କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ।

କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ଏହି ଡ୍ରାଏ ଫ୍ରୁଟ୍‌କୁ ଅଧିକ ମାତ୍ରାରେ ସେବନ କଲେ ଶରୀରକୁ କେଉଁ କ୍ଷତି ହୋଇଥାଏ? ଜାଣି ରଖନ୍ତୁ, ପିସ୍ତା ଆମ ପାଇଁ ଯେତିକି ଲାଭଦାୟକ ହୋଇଥାଏ, ଅନେକ ଲୋକଙ୍କ ପାଇଁ କ୍ଷତିକାରକ ମଧ୍ୟ ପ୍ରମାଣିତ ହୋଇପାରେ। ଆଜି ଆମେ ଆପଣଙ୍କୁ କହିବୁ, ପିସ୍ତା ଖାଇଲେ କି ପ୍ରକାର କ୍ଷତି ହୋଇଥାଏ। ଆସନ୍ତୁ ଜାଣିବା…

ଓଜନ ବଢ଼ିଥାଏ

ପିସ୍ତା ଖାଇବା ଦ୍ୱାରା ଓଜନ ବହୁତ ବଢ଼ି ଯାଇଥାଏ। ତେଣୁ ଓଜନ ହ୍ରାସ କରିବାକୁ ଚାହୁଁଥିବା ଲୋକ ଏହା ଠାରୁ ଦୂରେଇ ରହିବା ଭଲ। କାରଣ, ଅଧିକ ମାତ୍ରାରେ ପିସ୍ତା ଖାଇଲେ ଓଜନ ହ୍ରାସ ହେବା ପରିବର୍ତ୍ତେ ଆହୁରି ବଢ଼ି ଯାଇଥାଏ। ଏଥିସହ ଯଦି ଆପଣ ଏହାକୁ ସେବନ କରିବାକୁ ଚାହୁଁଛନ୍ତି, ତା’ ହେଲେ ଗୋଟିଏରୁ ଦୁଇଟି ପିସ୍ତା ଖାଆନ୍ତୁ। ଏହା ଆପଣଙ୍କ ଓଜନ ଉପରେ ଅଧିକ ପ୍ରଭାବ ପକାଇବ ନାହିଁ।

ରକ୍ତଚାପ ନିୟନ୍ତ୍ରଣରେ ରୁହେ ନାହିଁ

ଆଜିକାଲି ଅନେକ ଲୋକଙ୍କ ଠାରେ ରକ୍ତଚାପ ସମସ୍ୟା ଦେଖିବାକୁ ମିଳୁଛି। ଏମିତିରେ ଏଭଳି ରୋଗୀଙ୍କ ପାଇଁ ପିସ୍ତା ଖାଇବା କ୍ଷତିକାରକ ହୋଇପାରେ। କାହିଁକି ନା, ଏଥିରେ ବହୁତ ମାତ୍ରାରେ ଲୁଣ ରହିଥାଏ, ଯାହାକି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହେବା ସହିତ ହାର୍ଟ ସମସ୍ୟା ସୃଷ୍ଟି କରିଥାଏ।

ଶ୍ୱାସକ୍ରିୟାରେ ସମସ୍ୟା

ଅଧିକ ମାତ୍ରାରେ କିଛି ବି ଜିନିଷ ଖାଇବା ଯେପରି ଖରାପ ହୋଇଥାଏ, ସେହିଭଳି ଅତ୍ୟଧିକ ପିସ୍ତା ଖାଇବା ଦ୍ୱାରା ମଧ୍ୟ ଶ୍ୱାସକ୍ରିୟାରେ ସମସ୍ୟା ଦେଖା ଦେଇଥାଏ। ଏଥିରେ ପ୍ରୋଟିନ୍ ମିଳିଥାଏ। ଯଦି ଆପଣ ଏହାକୁ ଅଧିକ ମାତ୍ରାରେ ଖାଇବେ, ତ ରକ୍ତରେ ପ୍ରୋଟିନର ପରିମାଣ ବଢ଼ି ଯାଇଥାଏ, ଯେଉଁ କାରଣରୁ ଶ୍ୱାସକ୍ରିୟାରେ ସମସ୍ୟା ଉପୁଜିଥାଏ। ଏହା ବ୍ୟତୀତ ଆଲର୍ଜି ସମସ୍ୟା ମଧ୍ୟ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.