ଛୋଟ ଠାରୁ ବଡ଼ ସମସ୍ତଙ୍କ ପସନ୍ଦ ଆସିବ “କଫି ଚକୋଲେଟ ସେକ”, ଏମିତି କରନ୍ତୁ ପ୍ରସ୍ତୁତ

ଗରମରୁ କିଛିଟା ତ୍ରାହି ପାଇବା ପାଇଁ ଲୋକେ ସାଧାରଣତଃ ବିଭିନ୍ନ ଥଣ୍ଡା ପାନୀୟ ପିଇବାକୁ ପସନ୍ଦ କରିଥାନ୍ତି । ଅନେକ ତ ବଜାରରେ ମିଳୁଥିବା ଥଣ୍ଡା ପାନୀୟ ପିଇବାକୁ ପସନ୍ଦ କରନ୍ତି । କିନ୍ତୁ କିଛି ଲୋକ ଘରେ ପ୍ରସ୍ତୁତ ସେକ ପିଇବାକୁ ସଉକ ରଖିଥାନ୍ତି । ଏହା ପେଟ ଥଣ୍ଡା କରିବା ସହ ମନକୁ ମଧ୍ୟ ଏକ ପ୍ରକାର ଶାନ୍ତି ଦେଇଥାଏ । ଲାଗି ରହିଥିବା ପ୍ରଚଣ୍ଡ ଗରମରୁ କିଛି ସମୟ ତ୍ରାହି ଦେବା ପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ “କଫି ଚକୋଲେଟ ସେକ” । ଏହି ପାନୀୟ ନିଶ୍ଚିତ ରୂପେ ବଡଙ୍କ ଠାରୁ ଆରମ୍ଭ କରି ଛୋଟ ପର୍ଯ୍ୟନ୍ତ ସମସ୍ତଙ୍କର ନିଶ୍ଚିତ ରୂପେ ପସନ୍ଦ ଆସିବ । ତେବେ ଆସନ୍ତୁ ପ୍ରଥମେ ଜାଣି ରଖିବା ଏହାର ପ୍ରସ୍ତୁତି ପ୍ରଣାଳୀ:

ଆବଶ୍ୟକୀୟ ସାମଗ୍ରୀ:

– ଗୋଟେ କପ କ୍ଷୀର
– ଦେଢ଼ କପ ଚକୋଲେଟ ଶୀରପ
– ଗୋଟେ ଛୋଟ ଚାମଚ ଚକୋଲେଟ
– ଅଧା କପ ଫ୍ରେସ କ୍ରିମ (ସଜାଇବା ପାଇଁ )
– ୩ ରୁ ୪ଟି ଚେରି (ସଜାଇବା ପାଇଁ )

chocolate

ପ୍ରସ୍ତୁତି ପ୍ରଣାଳୀ:

– ପ୍ରଥମେ ସମସ୍ତ ସାମଗ୍ରୀ ଗୁଡିକୁ ମିଶାଇ ଗ୍ରାଇଣ୍ଡରରେ ଗ୍ରାଇଣ୍ଡ କରି ଦିଅନ୍ତୁ ।

– ପ୍ରଥମେ ଗ୍ଲାସରେ କିଛି ଶିରପ ଢାଳି ଦିଅନ୍ତୁ ।

– ଏବେ ଏଥିରେ ଗ୍ରାଇଣ୍ଡ କରାଯାଇଥିବା ଚକୋଲେଟ ଶେକ ଢାଳି ଏହା ଉପରେ କ୍ରିମ ଦେଇ ଦିଅନ୍ତୁ ।

– ଏବେ ସେଥିରେ ଚେରି ଓ ଶୀରପ ଦେଇ ସଜେଇ ସର୍ଭ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.