ଟମାଟୋ ଫ୍ଲୁ ଠାରୁ ଦୁରେଇ ରହିବା ପାଇଁ ଆପଣାନ୍ତୁ ଏହି ସବୁ ଟିପ୍ସ

ଦକ୍ଷିଣ ଭାରତ ରାଜ୍ୟ କେରଳର କୋଲ୍ଲମ ଜିଲ୍ଲାରେ ଟମାଟୋ ଫ୍ଲୁ ମାମଲା ଦିନ କୁ ଦିନ ବଢିବାରେ ଲାଗିଛି । ୫ ବର୍ଷରୁ କମ୍ ବୟସର ପିଲାମାନଙ୍କଠାରେ ଏହି ଫ୍ଲୁ ବିଶେଷତଃ ଦେଖାଦେଉଛି । ଅଧିକ ବଢିବା ଆଗରୁ ଏହାକୁ କିପରି ଅଟକାଯାଇପାରିବ ସେନେଇ ସରକାର ଚେଷ୍ଟା ଜାରି କରିଛନ୍ତି । ସ୍ବାସ୍ଥ୍ୟ ବିଭାଗ ଏହି ରୋଗରୁ ରକ୍ଷା ପାଇବା ପାଇଁ ସଚେତନତା ଅଭିଯାନ ଚଳାଇଛନ୍ତି । ତେବେ ଆସନ୍ତୁ ଜାଣିବା କଣ ଏହି ଟମାଟୋ ଫ୍ଲୁ ଏବଂ କିପରି ଏଥିରୁ ବର୍ତ୍ତିପାରିବା । ପ୍ରଥମେ ଜାଣନ୍ତୁ ଏହି ଟମାଟୋ ଫ୍ଲୁ କଣ । ଏହା କଣ କ୍ଷତି ଘଟାଇ ପାରେ । ଏବେ ପର୍ଯ୍ୟନ୍ତର ଘଟଣା ମାନକୁ ଦେଖିଲେ ଅନୁମାନ କରାଯାଉଛିକି
ଟମାଟୋ ଫ୍ଲୁ ଛୋଟ ପିଲାଙ୍କୁ ସଂକ୍ରମିତ କରୁଛି । ଏହାର ପ୍ରକୃତ କାରଣ ଜଣା ପଡିନଥିବା ବେଳେ କିଛି ବିଶେଷଜ୍ଞ ଏହା ପଛର କାରଣ ଡେଙ୍ଗୁ କିମ୍ବା ଚିକନଗୁନିଆକୁ ଦର୍ଶାଉଛନ୍ତି ।

ଏହି ପ୍ରକାରର ଫ୍ଲୁରେ ପିଲାମାନଙ୍କ ଚର୍ମରେ ଲାଲ୍ ଫୁଲା ଦେଖାଯାଏ । ବେଳେବେଳେ ଏହା ଟମାଟୋ ଆକାରରେ ଦେଖାଯାଇଥାଏ । ଏହି କାରଣରୁ ଏହାକୁ ଟମାଟୋ ଫ୍ଲୁ ବୋଲି କୁହାଯାଉଛି । ଯଦିଓ ଏହି ଫ୍ଲୁ କେରଳରେ ଆତଙ୍କ ସୃଷ୍ଟି କରିଥିଲେ ବି ଦେଶର ଅନ୍ୟାନ ସ୍ଥାନରେ ସତର୍କ ରହିବା ନିହାତି ଜରୁରୀ । ଟମାଟୋ ଫ୍ଲୁ ଏକ ସଂକ୍ରାମକ ରୋଗ ଯାହା ଛୁଇଁବା ଦ୍ବାରା ବ୍ୟାପିଥାଏ । ଯଦି ଆପଣଙ୍କ ଚାରିପାଖରେ କୋହି ଏହି ରୋଗରେ ପୀଡିତ ଅଛନ୍ତି ତେବେ ତାଙ୍କଠାରୁ ଦୂରତା ରକ୍ଷା କରନ୍ତୁ । ବିଶେଷ କରି ପିଲାମାନଙ୍କୁ ଏହି ଫ୍ଲୁ ରୋଗୀଙ୍କ ନିକଟକୁ ଆସିବାକୁ ଦିଅନ୍ତୁ ନାହିଁ ।

ଚର୍ମରେ ଲାଲ୍ ରଙ୍ଗର ଫୁଲା, ଚର୍ମରେ ଉତ୍ତେଜନା, ଗଣ୍ଠି ଯନ୍ତ୍ରଣା ହେବା , ନାକରୁ ପାଣି ବୋହିବା, ଅତ୍ୟଧିକ ଜ୍ବର ହେବା , ପେଟ ଫୁଲିଯିବା, ବାନ୍ତି, କାଶ, ଶରୀର ଯନ୍ତ୍ରଣା, ଛିଙ୍କିବା, ଡାଇରିଆ, ଥକ୍କାପଣ ଆଦି ଏହି ଫ୍ଲୁର ଲକ୍ଷଣ ହୋଇଥାଏ । ଏହି ଟମାଟୋ ଫ୍ଲୁରୁ ରକ୍ଷା ପାଇବା ପାଇଁ ଆପଣଙ୍କ ଘର ଭିତର ଏବଂ ଚାରିପାଖରେ ପରିଷ୍କାର ପରିଚ୍ଛନ୍ନତା ରଖନ୍ତୁ । ନିମ୍ବ ପାତ୍ରରେ ବାରମ୍ବାର ଝାଡ଼ନ୍ତୁ | ଯଦି ଶିଶୁର ଶରୀରରେ ଲାଲ ରଙ୍ଗର ଦାଗ ହୋଇଯାଏ ତେବେ ତାଙ୍କୁ କୁଣ୍ଡେଇ ବାକୁ ଦିଅନ୍ତୁନାହିଁ । ସେସମୟରେ ବି ନିମ୍ବ ପତ୍ର ବ୍ୟବହାର କରନ୍ତୁ | ଫ୍ଲୁ ସଂକ୍ରମିତଙ୍କଠାରୁ ନିଜ ପିଲାଙ୍କୁ ଯଥାସମ୍ଭବ ଦୂରେଇ ରଖନ୍ତୁ ଏବଂ ସେମାନଙ୍କ ଜିନିଷ ବ୍ୟବହାର କରନ୍ତୁନାହିଁ । ଗ୍ରୀଷ୍ମ ଋତୁରେ ପିଲାଙ୍କ ଶରୀରରେ ଜଳର ଅଭାବ ହେବାକୁ ଦିଅନ୍ତୁ ନାହିଁ । ନିୟମିତ ବ୍ୟବଧାନରେ ଫଳ ରସ ପିଇବାକୁ ଦିଅନ୍ତୁ ।

Leave A Reply

Your email address will not be published.