ଏହି ସବୁ ଜିନିଷ ଆପଣ ଲମ୍ବା ସମୟ ରଖି କରିପାରିବେ ବ୍ୟବହାର, ଜାଣନ୍ତୁ

ସମସ୍ତେ ପ୍ରାୟ ଯେତେବେଳେ ଘରକୁ ସଉଦା ବା ପରିବା ଆଣିଥାନ୍ତି ପ୍ରଥମେ ସେସବୁ କିପରି ନଷ୍ଟ ନହେବ ସେ ବିଷୟରେ ସେମାନେ ଭାବିଥାନ୍ତି । କିଛି ସଉଦା ଖାସ କରି ଏମିତି ଥାଏ ଯାହା ବହୁତ ଶୀଘ୍ର ଖରାପ ହୋଇଯାଏ । ଏହାକୁ ଷ୍ଟୋର କରି ରଖିବା ପାଇଁ ଅନେକ ଜଣ ଅନେକ ଟିପ୍ସ ମଧ୍ୟ ଦେଇଥାନ୍ତି । ଏହା ଖରାପ ହେଉଯାଉଥିବା କାରଣରୁ ଏହାକୁ ଜଲଦି ଖାଇ ଶେଷ କରିବାକୁ ଲୋକ ପସନ୍ଦ କରିଥାନ୍ତି ।

କିନ୍ତୁ ଆପଣ ଜଣିଛନ୍ତି କି, ଆପଣଙ୍କ ରୋଷେଇ ଘରେ ଏମିତି ଅନେକ ଜିନିଷ ରହିଛି ଯାହା କେବେ ଖରାପ ହୋଇନଥାଏ । ପୋଷଣ ତତ୍ତ୍ୱ ରହିବା ସହ ଏହାକୁ ବେଶି ଦିନ ପର୍ଯ୍ୟନ୍ତ ଆମେ ବ୍ୟବହାର ମଧ୍ୟ କରିପାରିବା । ଚାଲନ୍ତୁ ଜାଣିବା ସେ ସବୁ ଜିନିଷ ସଂପର୍କରେ ।

ଚାଉଳ:

ଚାଉଳକ ଆପଣ ଅନିର୍ଦ୍ଦଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟୋର କରି ରଖି ପାରିବେ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ୩୦ ବର୍ଷ ପର୍ଯ୍ୟନ୍ତ ଏହା ନିଜର ପୋଷକ ତତ୍ତ୍ୱ ଏବଂ ସ୍ୱାଦ ବଞ୍ଚାଇ ରଖିଥାଏ । ଯାହାର ବ୍ୟବହାର ଶରୀର ପାଇଁ ଭଲ ହୋଇଥାଏ ।

ସୋରିଷ ଦାନା:

ଯଦି ଆପଣ ଭଲ ବ୍ରାଣ୍ଡର ସୋରିଷ ଦାନା ବ୍ୟବହାର କରୁଛନ୍ତି ତେବେ ଏହାକୁ ଆପଣ ଖୋଲା ରଖି ମଧ୍ୟ ଏକ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ବ୍ୟବହାର କରି ପାରିବେ ।

ଡ୍ରାଏ ବିନ୍ସ:

ଅଧ୍ୟୟନ ଅନୁଯାୟୀ ବିନ୍ସକୁ ଆପଣ ୩୦ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ମଧ୍ୟ ଖାଦ୍ୟ ରୂପେ ବ୍ୟବହାର କରିପାରିବେ । ଆପତ୍ତିକାଳୀନ ଭୋଜନ ପାଇଁ ଏଥିରେ ଅନେକ ପରିମାଣ ପ୍ରୋଟିନ୍ସ ଭରି ରହିଥାଏ । ଏହାକୁ ଆପଣ ଟାଇଟ କଣ୍ଟେନରରେ ଲମ୍ବା ସମୟ ପର୍ଯ୍ୟନ୍ତ ଷ୍ଟୋର କରି ରଖି ପାରିବେ।

8
pc: The Western Producer

ଚିନି:

ଏହାକୁ ଆପଣ ଲମ୍ବା ସମୟ ଧରି ଷ୍ଟୋର କରି ରଖିପାରିବେ । ଏଥିରେ ଥିବା ପୋଷକ ତତ୍ତ୍ୱ ବେଶି ଦିନ ଧରି ମଧ୍ୟ ରହିଥାଏ । ଏହାକୁ ମଧ୍ୟ ଆପଣ ଏୟାର ଟାଇଟ କଣ୍ଟେନରରେ ରଖି ବ୍ୟବହାର କରିପାରିବେ ।

ଲୁଣ:

ଲୁଣକୁ ମଧ୍ୟ ଆପଣ ଲମ୍ବା ସମୟ ଧରି ରଖି ପାରିବେ । ଏହାକୁ ଏୟାରକଣ୍ଟେନରରେ ରଖିଲେ ଏହା ନିଜର ପୋଷକ ତତ୍ତ୍ୱ ବଜାୟ ରଖି ଖରାପ ହୋଇନଥାଏ । ଯାହା ଦ୍ୱାରା ଆପଣ ଏହାକୁ ଅଧିକ ସମୟ ଧରି ବ୍ୟବହାର କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.