ଜାଣନ୍ତୁ ରାଶି ଅନୁଯାୟୀ ‘ଭାଲେଣ୍ଟାଇନ ଡ଼େ’ର ବିଶେଷ ଅବସରରେ ନିଜ ସାଥୀଙ୍କୁ କଣ ଦେବେ ଉପହାର

ଫେବୃଆରୀ ମାସକୁ ଅନ୍ୟ ନାମରେ ପ୍ରେମର ମାସ ବୋଲି କୁହାଯାଏ । ଏହି ମାସରେ ପଡୁଥିବା ଭାଲେଣ୍ଟାଇନ ଦିବସରେ ନିଜ ପାର୍ଟନର ମାନଙ୍କୁ କଣ ଗିଫ୍ଟ ଦେବେ କଣ ନଦେବେ ଏନେଇ ଅଧିକାଂଶ ପ୍ରେମିକ ପ୍ରେମିକା ଚିନ୍ତାରେ ପଡିଯାନ୍ତି । ଆହୁରି ମଧ୍ୟ ବିଶ୍ୱାସ କରାଯାଏ କି ସାଥୀଙ୍କୁ ମନ ପସନ୍ଦର ଉପହାର ଦେବା ଦ୍ୱରା ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଅଧିକରୁ ଅଧିକ ନିବିଡ ହୋଇଥାଏ । କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ରାଶି ଅନୁଯାୟୀ ନିଜ ପାର୍ଟନର ମାନଙ୍କୁ ଉପହାର ଦେଲେ ଏହାର ପ୍ରଭାବ ବ୍ୟକ୍ତି ଉପରେ ତୁରନ୍ତ ପଡିଥାଏ । ତେବେ ପ୍ରଥମେ ଜାଣି ରଖନ୍ତୁ ଚଳିତ ବର୍ଷର ଏହି ବିଶେଷ ଦିନରେ ନିଜ ସାଥୀଙ୍କୁ କଣ ଦେବେ ଉପହାର ।
ମେଷ ରାଶି:
ମେଷ ରାଶିର କନ୍ୟା ମାନଙ୍କୁ ବୁଲାବୁଲି କରିବା ସହ ରୋମାଞ୍ଚ ଭରା ମୁହୂର୍ତ୍ତ ଅଧିକ ପସନ୍ଦ ହୋଇଥାଏ । ଏମିତି ବ୍ୟକ୍ତିଙ୍କୁ ଆପଣ କେଉଁ ଭଲ ସ୍ଥାନକୁ ବୁଲିବାକୁ ନେଇଯାଇପାରିବେ ଅଥବା ଷ୍ଟାଇଲିସ କପଡା ବା ଘଣ୍ଟା ଉପହାର ହିସାବରେ ଦେଇପାରିବେ ।
ବୃଷଭ ରାଶି:
ଏହି ରାଶିର ଝିଅ ମାନଙ୍କୁ ଦାମୀ ଗହଣା ସହ ବ୍ରାଣ୍ଡେଡ ପୋଷାକ ଅଧିକ ପସନ୍ଦ ହୋଇଥାଏ ।
ମିଥୁନ ରାଶି:
ମିଥୁନ ରାଶିର ମହିଳା ମାନଙ୍କୁ ଦାମୀ ଗହଣା ଭାଲେଣ୍ଟାଇନ ଦିନରେ ଗିଫ୍ଟ କରିପାରିବେ ।
କର୍କଟ ରାଶି:
କର୍କଟ ରାଶିର ସାଥୀମାନଙ୍କ ପାଇଁ ରୋମାଣ୍ଟିକ ଡେଟ ପ୍ଲାନ କରିବା ସର୍ବୋତ୍ତମ । ଗିଫ୍ଟ ଅପେକ୍ଷା ଆପଣଙ୍କ ଭଲ ପାଇବା ଏମାନଙ୍କ ପାଇଁ ଅଧିକ ମୂଲ୍ୟ ରଖେ । ଗିଫ୍ଟ ହିସାବରେ ଆପଣ ଏମାନଙ୍କୁ ଡ୍ରେସ, ହାତ ତିଆରି କୌଣସି ଜିନିଷ ବା ଅନ୍ୟ କୌଣସି ସୌଖିନ ପଦାର୍ଥ ଦେଇପାରିବେ ।
ସିଂହ ରାଶି :
ସିଂହ ରାଶିର ଝିଅ ମାନଙ୍କୁ ଯାହା ବି ଉପହାର ଦେଲେ ସେମାନଙ୍କ ପସନ୍ଦ ଆସିଥାଏ । କିନ୍ତୁ ଦେବା ଲୋକର ମନକୁ ହିଁ ସେମାନେ ଅଧିକ ଗୁରୁତ୍ୱ ଦେଇଥାନ୍ତି ।
କନ୍ୟା ରାଶି;
କନ୍ୟା ରାଶି ଝିଅ ମାନଙ୍କ ବୁଝିବା ଶକ୍ତି ଉନ୍ନତ ଧରଣର ହୋଇଥାଏ । ଆପଣ ହୃଦୟର ସହ ଯାହାବି ଦେବେ ଏମାନଙ୍କର ପସନ୍ଦ ଆସିଥାଏ । ଦୈନନ୍ଦିନ ବ୍ୟବହାର କରୁଥିବା କୌଣସି ବି ଗିଫ୍ଟ ଆପଣ ଏମାନଙ୍କୁ ଦେଇପାରନ୍ତି ।
ତୁଳା ରାଶି:
ତୁଳା ରାଶି ସାଥି ମାନେ ନିଜ ପ୍ରେମିକ ପ୍ରେମିକାଙ୍କ ଉପହାରକୁ ମୂଳଚାଲ କରି ଦେଖିଥାନ୍ତି । ଏମାନଙ୍କୁ ଆପଣ ପରଫ୍ୟୁମ, ପର୍ସ, ବା କୌଣସି ଇଲେକ୍ଟ୍ରୋନିକ୍ସ ଜିନିଷ ଦେଇପାରିବେ ।
ବିଛା ରାଶି:
ଏମାନଙ୍କୁ ଉପହାର ଦେବା ପାଇଁ ଏତେଟା ଚିନ୍ତା କରିବାକୁ ପଡ଼ିନଥାଏ । ଯାହାବି ଦେଲେ ଏମାନଙ୍କର ପସନ୍ଦ ଆସିଥାଏ । ପ୍ରେମର ସହ ଦେଉଥିବା କୌଣସି ବି ଉପହାର ଏମାନଙ୍କ ମାନଙ୍କୁ ଛୁଇଁଥାଏ ।
ଧନୁ ରାଶି :
ଫୁଲ ପ୍ରତି ଏମାନଙ୍କର ଏକ ବିଶେଷ ଆକର୍ଷଣ ରହିଥାଏ । ଗୋଲାପ ତୋଡ଼ା ବା ଗୋଲାପର ଏକ ଫୁଲ ଆପଣ ଉପହାର ଭାବେ ଦେଇପାରିବେ ।
ମକର ରାଶି;
ଏମାନେ କୌଣସି ଉପହାରକୁ ଟଙ୍କା ସହ ମାପି ନଥାନ୍ତି । ହାତ ତିଆରି କୌଣସିଟି ଜିନିଷ ଏମାନଙ୍କ ହୃଦୟକୁ ଖୁବ ଛୁଇଁଥାଏ ।
କୁମ୍ଭ ରାଶି:
କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କ ଚିନ୍ତାଧାରା କିଛିଟା ଭିନ୍ନ ହୋଇଥାଏ । ସେମାନେ ସବୁବେଳେ ଚାହାନ୍ତିକି ସେମାନଙ୍କ ପାର୍ଟନର ଦୁନିଆର ସବୁଠୁ ସୁନ୍ଦର ଜିନିଷ ସେମାନଙ୍କୁ ଗିଫ୍ଟ ଆକାରରେ ଦିଅନ୍ତୁ ।
ମୀନ ରାଶି:
ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଦାମରୁ ଅଧିକ ଉପହାରର ବ୍ୟବହାର ଅଧିକ ମୂଲ୍ୟ ରଖିଥାଏ । ଦେଖେଇ ହେବା ଗୁଣ ମାନଙ୍କର ଜମା ପସନ୍ଦ ନଥାଏ ।