ପିରିୟଡ୍ସରେ ଅନିୟମିତତା ହେଉଥିଲେ କରନ୍ତୁ ଏହି ଆସନ, କିଛି ଦିନରେ ସମସ୍ୟା ହେବ ଦୂର

ଉଷ୍ଟାସନର ଅର୍ଥ ଓଟ ଭଳି ସମାନ ମୁଦ୍ରା ବନାଉଥିବା ଆସନ। ଏହାକୁ ଆଙ୍ଗଲୋ ଭାଷାରେ କେମେଲ ପୋଜ୍ ବି କୁହାଯାଏ। ଏହି ଆସନ ମହିଳାଙ୍କ ପାଇଁ ବହୁତ ଲାଭକାରୀ ହୋଇଥାଏ। ମାସିକ ଚକ୍ରକୁ ଠିକ୍ କରିବା ପାଇଁ ଏହି ଆସନ ବହୁତ ପ୍ରଭାବଶାଳୀ ହୋଇଥାଏ। ଏହାସହିତ ହେଉଥିବା ଅସହ୍ୟ ଯନ୍ତ୍ରଣା ମଧ୍ୟ ନିୟନ୍ତ୍ରିତ ହୋଇଥାଏ। ଯେଉଁ ପିଲା ପିଲାବେଳୁ ଏହି ଆସନର ଅଭ୍ୟାସ କରନ୍ତି, ସେମାନଙ୍କର ଶରୀରକୁ ନେଇ କୌଣସି ସମସ୍ୟା ଦେଖାଯାଏନି। କାନ୍ଧକୁ ମଜବୁତ୍ କରିବା ପାଇଁ ମଧ୍ୟ ଏହି ଆସନର ଅଭ୍ୟାସ କରିବା ଉଚିତ। ତେବେ ଆସନ୍ତୁ ଜାଣିବା ଉଷ୍ଟ୍ରାସନ କରିବାର ସଠିକ ତରିକା ଏବଂ ଏହାଦ୍ୱାରା ହେଉଥିବା ଲାଭ।

ଉଷ୍ଟ୍ରାସନ୍ କରିବାର ତରିକା

asanଭୂମି ଉପରେ ଏକ ଚଟେଇ କିମ୍ବା କପଡା ବିଛାଇ ଆଣ୍ଠୁ ସାହାରେ ବସନ୍ତୁ ଏବଂ ଦୁଇ ହାତକୁ ନିତମ୍ବ ଉପରେ ରଖନ୍ତୁ। ଆଣ୍ଠୁ ଏବଂ କାନ୍ଧ ମଝିରେ ସି ଭଳି ହେବ ଏବଂ ପାଦ ତଳ ଉପର ଆଡକୁ କରନ୍ତୁ। ପଛ ଆଡକୁ ଓହଳି ପାଦ ତଳକୁ ଛୁଅଁନ୍ତୁ। ନିଶ୍ୱାସ ନେଇ ପେଟକୁ ଆଗ ଆଡକୁ କରନ୍ତୁ, ଯାହାଦ୍ୱାରା ସନ୍ତୁଳନ ରକ୍ଷା କରିହେବ। ବେକ ଉପରେ ଅଧିକ ପ୍ରେସର ନଦେଇ ଆସନ କରନ୍ତୁ। ଏପରି ସ୍ଥିତିରେ ନିଶ୍ୱାସ ନିଅନ୍ତୁ ଏବଂ ଛାଡନ୍ତୁ।

ଏହି ଆସନ କରିବାର ଲାଭ

  • ପିଠି ଏବଂ କାନ୍ଧକୁ ମଜବୁତ୍ ରଖିଥାଏ।
  • କମର ଯନ୍ତ୍ରଣା ବା ଅଣ୍ଟା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।
  • ଗୋଇଠିର ହାଡ ମଜବୁତ ରହିଥାଏ।
  • ମାସିକ ଧର୍ମ ଅନିୟମିତତା ସମସ୍ୟା ହେବ ଦୂର।
  • ବକ୍ଷର ଆକାର ବି ଠିକ୍ ରହିଥାଏ।
  • ପେଟ, ଡବଲଚିନ ଏବଂ ଅଣ୍ଟାର ମୋଟାପଣକୁ କମ୍ କରିଥାଏ।

ନୋଟ : ବେକରେ ଆଘାତ, ଗର୍ଭବତୀ ମହିଳା ଏବଂ ହାଇ-ଲୋ ବିପି ରୋଗୀ ଏହି ଆସନକୁ କରନ୍ତୁ ନାହିଁ।

Leave A Reply

Your email address will not be published.