ପଣସ ମଞ୍ଜିରେ ରହିଥାଏ ଅନେକ ପୋଷକତତ୍ତ୍ୱ, ଏହାକୁ ଖାଆନ୍ତୁ ଓ ସୁସ୍ଥ ରୁହନ୍ତୁ

ପଣସ ତରକାରୀ ପ୍ରାୟ ସମସ୍ତଙ୍କୁ ପସନ୍ଦ ଆସିଥାଏ। ଏହାର ସ୍ୱାଦ କିଛି ଲୋକଙ୍କୁ ଖୁବ ପସନ୍ଦ ଆସିଥାଏ। କିନ୍ତୁ କିଛି ଲୋକ ପଣସର ମଞ୍ଜି ବିଷୟରେ ଜାଣିନଥାନ୍ତି । ତେବେ ପଣସ ଭଳି ଏହାର ମଞ୍ଜି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ହୋଇଥାଏ । ଏଥିରେ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଛି। ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ହୋଇଥାଏ। କିନ୍ତୁ ଏହା ସମ୍ପର୍କରେ ସମସ୍ତଙ୍କୁ ଜଣା ନଥାଏ ।

ଏହା ସ୍କିନ ବା ତ୍ୱଚା, ଆଖି, କେଶ ପାଇଁ ଖୁବ ଦରକାରୀ ହୋଇଥାଏ। ପଣସ ମଞ୍ଜିରେ ଆଇରନ, ଜିଙ୍କ, କପର, କ୍ୟାଲସିୟମ, ପୋଟସିୟମ ଭଳି ମିନେରାଲ୍ସ ଭରି ରହିଥାଏ। ତେବେ ଆମେ ଆପଣଙ୍କୁଏହାର ଫାଇଦା ସମ୍ପର୍କରେ କହିବୁ। ଜାଣନ୍ତୁ ସେହି ସମ୍ପର୍କରେ-

– ତ୍ୱଚା ପାଇଁ ଏହା ଖୁବ ଫାଇଦା ହୋଇଥାଏ। ଏଥିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ତତ୍ତ୍ୱରେ ଆଣ୍ଟି ଏଜିଂ ପ୍ରପଟି ରହିଥାଏ , ଯାହାଦ୍ୱାରା ସ୍କିନ ସମସ୍ୟା ଦୂର ହୋଇଥାଏ ।
– ପଣସ ମଞ୍ଜିରେ ଅନେକ ପୋଷକ ତତ୍ତ୍ୱ ଭରି ରହିଥାଏ। ଏଥିରେ ଆଇରନ ମାତ୍ରା ଖୁବ ରହିଥାଏ। ଏନିମିୟାରେ ଏହାକୁ ଖାଇବା ଦ୍ୱାରା ଏହି ରୋଗରୁ ଏହା ମୁକ୍ତି ଦେଇଥାଏ। ଏହା ଫୁଡ ଡିସଅର୍ଡର ସମସ୍ୟାକୁ ଦୂର କରିଥାଏ।

– ହଜମ କ୍ରିୟାରେ ଅନେକ ମାତ୍ରାରେ ଏହା ସାହାଯ୍ୟ କରିଥାଏ। ଏଥିପାଇଁ ପ୍ରଥମେ ଖରା ରେ ଏହି ମଞ୍ଜିକୁ ଭଲ ଭାବେ ଶୁଖାଇ ଦିଅନ୍ତୁ। ପରେ ଏହାକୁ ଧୋଇ ସିଝାଇ ଖାଆନ୍ତୁ। ଏହାଦ୍ୱାରା ପେଟ ଜନିତ ସମସ୍ୟା ଦୂର ହୋଇଥାଏ।
– ସବୁଠୁ ବଡ଼ କଥା ହେଉଛି ଏହା କୋଲେଷ୍ଟ୍ରଲ ଏବଂ ଡାଇବେଟିଜ ସମସ୍ୟାକୁ ଦୂର କରିଥାଏ। ଏଥିରେ ଥିବା ଡାୟଟ୍ରି ଫାଇବର୍ସ କାର୍ବୋହାଇଡ୍ରେଟସ ସମସ୍ୟାକୁ ଦୂର କରିଥାଏ। ଏହାଦ୍ୱାରା ରକ୍ତ ସର୍କରା ସ୍ତର ବଢ଼ିନଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.