pc: zee news
ପୂର୍ବ ସମୟରେ କେଶକୁ ମଜବୁତ କରିବା ପାଇଁ ଲୋକ ଅନେକ ଘରୋଇ ଉପାୟ ଆପଣାଉଥିଲେ। ମୁଣ୍ଡରେ ଦହି, ଲହୁଣୀ , କ୍ଷୀର ସହ ଘିଅ ମଧ୍ୟ ଲଗାଉଥିଲେ । କାରଣ ଘିଅ କେଶ ପାଇଁ ଅନେକ ଫାଇଦା ଯୋଗାଇଥାଏ। କେଶକୁ ମୂଳରୁ ମଜବୁତ କରିବା ପାଇଁ ଏହା ପୋଷଣ ଦେଇଥାଏ। ଏହାଦ୍ୱାରା କେଶର ସବୁ ସମସ୍ୟା ଦୂର ହୋଇଯାଏ। ଘିଅରେ ଆଣ୍ଟି ମାଇକ୍ରୋବିୟଲ ଏବଂ ଆଣ୍ଟି ଫଙ୍ଗାଲ ଗୁଣ ଭରପୂର ମାତ୍ରାରେ ରହିଛି। ଯାହା ଚର୍ମରେ ବ୍ୟକ୍ଟେରିଆ ଏବଂ ଫଙ୍ଗସକୁ ବିକାଶକୁ ରୋକିଥାଏ । ମୁଣ୍ଡରେ ଘିଅ ମାଲିସ କରିବା ପରେ ଅନେକ ଫାଇଦା ହୋଇଥାଏ। ଆଜି ଆମେ ତାହା ସମ୍ପର୍କରେ କହିବୁ..
ରୁପି ମୁକ୍ତ:
ଶୁଷ୍କ ତ୍ୱଚା ଥିବା ଲୋକଙ୍କର ଶୀତ ଦିନରେ ଅଧିକ ରୂପି ହୋଇଥାଏ। ରୁଖାପଣ ରୁପିର ପ୍ରଥମ କାରଣ। ଯାହାର ପ୍ରଥମ ଉପାୟ ହେଉଛି ଘିଅ। ଘିଅକୁ ମୁଣ୍ଡରେ ଭଲସେ ମାଲିସ କରି ପରେ ସାମ୍ପୁ କରି ଦିଅନ୍ତୁ । ୧ ମାସ ପର୍ଯ୍ୟନ୍ତ ଏଭଳି କରନ୍ତୁ ।ଦେଖିବେ ରୁପି ଦୂର ହୋଇଯିବ।
କେଶ ସମସ୍ୟା ହୁଏ ଦୂର:
କେଶ ମୂଳକୁ ମଜବୁତ କରିବା ପାଇଁ ଘିଅ ସବୁଠୁ ଭଲ ହୋଇଥାଏ। ଘିଆରେ ଥିବା ପୋଷକ ତତ୍ତ୍ୱ କେଶକୁ ମୂଳରୁ ମୁଜବୁତ ରଖେ। ଘିଅକୁ ଲଗାଇ ୧ ଘଣ୍ଟା ରଖିବା ପରେ ଭଲ ଭାବେ ସାମ୍ପୁରେ ଧୋଇଦିଅନ୍ତୁ।
ଧଳା କେଶରୁ ମୁକ୍ତି:
ପ୍ରଦୂଷଣ ଓ ଖରାପ ଜୀବନଶୈଳୀ କାରଣରୁ ଏପରି ସମସ୍ୟା ହୋଇଥାଏ । କିନ୍ତୁ ଘିଅ ଲଗାଇବା ଦ୍ୱାରା ଆପଣଙ୍କ ଏହି ସମସ୍ୟା ଦୂର ହୋଇଯିବ । ଏହାଦ୍ୱାରା ଶୀଘ୍ର ଆପଣଙ୍କ କେଶ ଧଳା ହେବ ନାହିଁ।
ଶୁଷ୍କ କେଶରୁ ମୁକ୍ତି:
ଡ୍ରାଏ ହେୟାରରୁ ମୁକ୍ତି ପାଇବା ପାଇଁ ଚାହୁଁଥିଲେ କେଶରେ ଲଗାନ୍ତୁ ଘିଅ। ଏହାଦ୍ୱାରା କେଶକୁ ନାଚୁରାଲ ହାଇଡ୍ରେସନ ମିଳିବ ।ଏହା ପ୍ରାକୃତିକ ଉପାୟରେ କେଶକୁ ମୁଲାୟମ ରଖିଥାଏ।
ତେବେ ଏହି ଟିପ୍ସକୁ ଆପଣାଇ ନିଜର ଡ୍ରାଏ ଓ ଡାନଡ୍ରଫ ହେୟାର ସମସ୍ୟାରୁ ମୁକ୍ତି ପାଇପାରିବେ। ଏହା ଏକ ଘରୋଇ ଉପାୟ । ଯାହାର କିଛି ଖରାପ ପ୍ରଭାବ ବା ସାଇଡ ଇଫେକ୍ଟ ନାହିଁ। ଶୀତଦିନରେ କେଶ ପାଇଁ ଏହି ଉପାୟ ସବୁଠୁ ବେଷ୍ଟ ହୋଇଥାଏ। ଯଦି ଆପଣଙ୍କ ତ୍ୱଚା ଶୁଷ୍କ ତେବେ ଏହି ଘରୋଇ ଉପାୟଳ ନିଶ୍ଚିତ ଆପଣାନ୍ତୁ।
ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…
ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…
ବାଲେଶ୍ଵର : ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…
ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…
ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…
ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…