ଲାଇଫ୍ ଷ୍ଟାଇଲ୍

ହାଇ ବ୍ଲଡ଼ ପ୍ରେସର ପାଇଁ ଚିନ୍ତିତ କି, ତେବେ ନିୟନ୍ତ୍ରଣ କରିବାକୁ କରନ୍ତୁ ଏହି ବ୍ୟାୟାମ

ହାଇ ବ୍ଲଡ଼ ପ୍ରେସର ସମସ୍ୟା କାରଣରୁ ହୃଦୟ ସମ୍ବନ୍ଧୀୟ ରୋଗ ହେବାର ବହୁତ ବେଶି ରହିଥାଏ । ଆଉ ଏଥିପାଇଁ ଅତ୍ୟଧିକ ଔଷଧ ସେବନ କରିବା ମଧ୍ୟ ଶରୀର ପାଇଁ ହାନିକାରକ ହୋଇଥାଏ। ତେଣୁ ମେଡିସିନ ବଦଳରେ ଆପଣ ଉଚ୍ଚ ରକ୍ତଚାପର ସମସ୍ୟା କମ କରିବା ପାଇଁ କିଛି ଯୋଗାଭ୍ୟାସ କରିପାରିବେ । ତେବେ ଜାଣନ୍ତୁ କେଉଁ ସବୁ ବ୍ୟାୟାମ କରିବା ଦ୍ୱାରା ଆପଣ ନିଜର ରକ୍ତଚାପ ସମସ୍ୟା ଦୂର କରି ପାରିବେ।

କାର୍ଡିୟୋ ଏକ୍ସରସାଇଜ୍ : ଏହି ଏକ୍ସରସାଇଜ୍ ଆମ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ। ଏହି ଏକ୍ସରସାଇଜ୍ ଶରୀରରେ ରକ୍ତ ପ୍ରବାହ ବଢାଇବାରେ ସହାୟକ ହୋଇଥାଏ। କାର୍ଡିୟୋ ଏକ୍ସରସାଇଜ୍ କରିବା ଦ୍ୱାରା ଅଧିକ ମାତ୍ରାରେ କ୍ୟାଲୋରୀ ବର୍ଣ୍ଣ ହୋଇଥାଏ। ଯେଉଁ କାରଣରୁ ହୃଦୟ ସୁସ୍ଥ ରହିଥାଏ। ଯଦି ଆପଣଙ୍କର ମଧ୍ୟ ଉଚ୍ଚ ରକ୍ତଚାପର ସମସ୍ୟା ରହିଥାଏ ତେବେ ଆପଣ ମଧ୍ୟ ଘରେ ଏହି ଏକ୍ସରସାଇଜ୍ କରନ୍ତୁ।

ଶିଡି ଚଢିବା : ବ୍ଲଡ ପ୍ରେସର କମ କରିବା ଏବଂ ହୃଦୟକୁ ସୁସ୍ଥ ରଖିବା ପାଇଁ ଶିଡି ଚଢିବା ସବୁଠାରୁ ଭଲ ଉପାୟ। ଶିଡି ଚଢିବା ଏବଂ ଓହ୍ଲାଇବା ଦ୍ୱାରା ଅଧିକ ମାତ୍ରାରେ କ୍ୟାଷଲାରୀ ବର୍ଣ୍ଣ ହୋଇଥାଏ। ଯାହାର ସିଧା ପ୍ରଭାବ ହୃଦୟ ଉପରେ ପଡିଥାଏ। ଏହି କାରଣରୁ ଆପରମାନେ ଲିପ୍ଟ ବ୍ୟବହାର ନକରି ଆଜି ଠାରୁ ହିଁ ଶିଢି ଚଢିବା ଅଭ୍ୟାସ କରନ୍ତୁ।

ଷ୍ଟ୍ରେନ୍ଥ ଟ୍ରେନିଂ : ଷ୍ଟ୍ରେନ୍ଥ ଟ୍ରେନିଂ ମାସଂପେଶୀ ଏବଂ ହାଡ ପାଇଁ ଖୁବ୍ ଲାଭକାରୀ ହୋଇଥାଏ। ଏହି ଏକ୍ସରସାଇଜ୍ କରିବା ଦ୍ୱାରା ଅଧିକ ମାତ୍ରାରେ କ୍ୟାଲୋରୀ ବର୍ଣ୍ଣ ହୋଇଥାଏ। ଉଚ୍ଚ ରକ୍ତଚାପ ଥିବା ରୋଗୀ ଷ୍ଟ୍ରେନ୍ଥ ଟ୍ରେନିଂ କରିପାରିବେ। କିନ୍ତୁ ଏହି ଏକ୍ସରସାଇଜ୍ ଆରମ୍ଭ କରିବା ସମୟରେ ସରଳ ଅଭ୍ୟାସ ପାଇଁ ପ୍ରୟାସ କରନ୍ତୁ।

ଷ୍ଟ୍ରେଚିଂ : ଷ୍ଟ୍ରେଚିଂ କରିବା ଦ୍ୱାରା ଶରୀରରେ ନମନୀୟତା ଆସିଥାଏ। ଷ୍ଟ୍ରେଚିଂ ଦ୍ୱାରା ପିଠି ଏବଂ ଅଣ୍ଟାର ଯନ୍ତ୍ରଣା ମଧ୍ୟ କମ ହୋଇଥାଏ। ହାଇ ବ୍ଲଡପ୍ରେସର ଥିବା ଲୋକମାନେ ମଧ୍ୟ ଏପରି ଏକ୍ସରସାଇଜ୍ କରିପାରିବେ। ଷ୍ଟ୍ରେଚିଂ କରିବା ଦ୍ୱାରା ରକ୍ତଚାପ କଣ୍ଟ୍ରୋଲରେ ରହିଥାଏ। କିନ୍ତୁ ଷ୍ଟ୍ରେିଚିଂ କରିବା ପୂର୍ବରୁ ଏହାର ପ୍ରକାର, ତୀବ୍ରତା ଏବଂ ସମୟ ଉପରେ ଧ୍ୟାନ ଦିଅନ୍ତୁ। ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago