ଛୋଟ ପିଲା କଫି ପିଇବା ଜରୁରୀ କି ? ଜାଣନ୍ତୁ କ’ଣ କୁହନ୍ତି ଏକ୍ସପର୍ଟ

ସମସ୍ତ ପିତା ମାତା ନିଜ ସନ୍ତାନକୁ ସବୁଠୁ ଭଲ ଜିନିଷ ଦେବାକୁ ଚାହାଁନ୍ତି । ସେମାନେ ପିଲାଙ୍କ ସବୁ ଛୋଟ ବଡ଼ କଥା ଉପରେ ଧ୍ୟାନ ଦେଇଥାନ୍ତି । ବିଶେଷକରି ଖାଦ୍ୟ ପାନୀୟ ଓ ପୋଷକ ତତ୍ତ୍ୱ ନେଇ ବେଶୀ ଧ୍ୟାନ ଦେଇଥାନ୍ତି । କିଛି ପିଲା କମ ବୟସରେ କଫି ପିଇବା ଆରମ୍ଭ କରିଦେଇଥାନ୍ତି । ଏହା କ’ଣ ପିଲାଙ୍କ ପାଇଁ ଭଲ ହୋଇଥାଏ । ଆସନ୍ତୁ ଜାଣିବା କ’ଣ କୁହନ୍ତି ଏକ୍ସପର୍ଟ ।

କ’ଣ କୁହନ୍ତି ଏକ୍ସପର୍ଟ

ଡାଏଟିସିୟାନଙ୍କ କହିବା ଅନୁଯାୟୀ ସାନ ପିଲାଙ୍କ ପାଇଁ କାଫିନ ଯୁକ୍ତ ଖାଦ୍ୟ ଠିକ୍‌ ହୋଇନଥାଏ । କଫି ହେଉ ବା ଚା’ ଏସବୁ ଜିନିଷ ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଖରାପ ହୋଇଥାଏ । ତେବେ ଅଳ୍ପ ସମୟ ପାଇଁ ପିଲାଙ୍କୁ କାଫିନ ଯୁକ୍ତ ଖାଦ୍ୟ ଦେଇ ପାରନ୍ତି । ଏହା ତାଙ୍କ ମସ୍ତିସ୍କକୁ ସକ୍ରିୟ କରିଥାଏ । ହେଲେ ସର୍ବଦା କଫି ଦେବା ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ ।

କେତେ ମାତ୍ରାର କାଫିନ ପିଲାଙ୍କ ପାଇଁ ଜରୁରୀ

ଅଧିକାଂଶ ଲୋକଙ୍କୁ ଏହି କଥା ଭ୍ରମରେ ପକାଇଥାଏ ଯେ କଫି ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତି ପହଞ୍ଚାଇଥାଏ । ଏକ୍ସପର୍ଟ କହିବା ଅନୁଯାୟୀ ୧୨ ରୁ ୧୮ ବର୍ଷର ପିଲାଙ୍କୁ ପୁରା ଦିନରେ ୧୦୦ ମିଲିଗ୍ରାମ କାଫିନ ବା ୧ ରୁ ୨ କପ୍‌ କଫି ଦେଇ ପାରିବେ । ଏହାଠାରୁ ଅଧିକ କାଫିନ ତାଙ୍କ ଶରୀର ପାଇଁ କ୍ଷତି ପହଞ୍ଚାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.