କଫି ପିଇବା ସମୟରେ ସେଥିରେ ପକାନ୍ତୁ ଅଳ୍ପ ବଟର, ମିଳିବ ଅନେକ ଫାଇଦା

ବଟରକୁ ଆପଣ ବ୍ରେଡ କିମ୍ବା ପିଜାରେ ନିଶ୍ଚିତ ବଟର ଖାଇଥିବେ। ଆଉ ଅନେକଙ୍କୁ ଏହା ବହୁତ ଭଲ ଲାଗେ ମଧ୍ୟ। ଭାରତରେ କିଛି ପାହାଡ ଅଞ୍ଚଳରେ ଚା ସହିତ ବଟର କିମ୍ବା ଘିଅ ପକାଇ ପିଅନ୍ତି। ଏହା ସ୍ବାସ୍ଥ୍ଯ ପାଇଁ ବେଶ୍ ଫାଇଦାଯୁକ୍ତ ହୋଇଥାଏ। କିନ୍ତୁ କେବେ ଆପଣ କଫିରେ ବଟର ପକାଇ ପିଇଛନ୍ତି କି ? ଆପଣଙ୍କୁ ଏହାର ସ୍ବାଦ ହୁଏତ ଭଲ ଲାଗୁନଥାଇପାରେ କିନ୍ତୁ ଏହା ସ୍ବାସ୍ଥ୍ଯ ପାଇଁ ହିତକର।

କଫିରେ ବଟର ମିଶାଇ ପିଇବା ଦ୍ବାରା ଶରୀରରେ ଜମା ହୋଇଥିବା ଖରାପ କୋଲେଷ୍ଟ୍ରାଲ କମ୍ ହୋଇଥାଏ।

କଫିରେ ବଟର ମିଶାଇ ପିଇଲେ ହାର୍ଟ ଆଟାକ ବିପଦ କମ୍ ହୋଇଥାଏ।

କଫି ସହିତ ବଟର ମିଶାଇ ପିଇଲେ ମୋଟାପଣ କମ୍ ହେବା ସହିତ ଏନର୍ଜି ମିଳିଥାଏ। ଥଣ୍ଡା ଦିନରେ କଫି ସହିତ ବଟର ମିଶାଇ ପିଇଲେ ଥଣ୍ଡାର ପ୍ରଭାବ କମ୍ ରହିଥାଏ।

କଫି ପିଇବାଦ୍ବାରା ମସ୍ତିଷ୍କ ଫ୍ରେସ ରହିଥାଏ କିନ୍ତୁ ବଟର ମସ୍ତିଷ୍କ ଅଙ୍ଗକୁ କାର୍ଯ୍ଯ କରିବାରେ ସହାୟକ ହୋଇଥାଏ।