କଣ ଆପଣ କ୍ଷୀର ନଫୁଟାଇ ପିଉଛନ୍ତି କି ? ତେବେ ଭୋଗିବାକୁ ପଡିପାରେ ଏହିସବୁ ସମସ୍ୟା

ପ୍ରତିଦିନ ଗୋଟିଏ ଗ୍ଲାସ୍ କ୍ଷୀର ପିଇବା ପାଇଁ ଡାକ୍ତର ପରାମର୍ଶ ଦେଇଥାନ୍ତି। କ୍ଷୀରରେ ଭରପୂର ମାତ୍ରାରେ କ୍ୟାଲସିୟମ୍ ଓ ପ୍ରୋଟିନ୍ ରହିଛି, ଯାହା ହାଡ଼ର ବିକାଶ କରିବା ସହିତ ଶରୀର ପାଇଁ ବହୁ ଉପକାରୀ ହୋଇଥାଏ। କିନ୍ତୁ ଅନେକ ସମୟରେ ଦେଖା ଯାଇଥାଏ ଯେ କ୍ଷୀରକୁ ନ ସିଝାଇ କିଛି ଲୋକ କଞ୍ଚା ପିଇଥାନ୍ତି। କିନ୍ତୁ କଞ୍ଚା କ୍ଷୀର ପିଇବା ଶରୀର ପାଇଁ କ୍ଷତିକାରକ ବୋଲି ଜଣାପଡ଼ିଛି। କ୍ଷୀରକୁ ସିଝାଇବା ପରେ ଏଥିରୁ ଜରୁରୀ ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ ବୋଲି ସାଧାରଣତଃ ବିଶ୍ୱାସ କରାଯାଇଥାଏ। କିନ୍ତୁ ଏହା ଠିକ୍ ନୁହେଁ। କ୍ଷୀର କଞ୍ଚା ହେଉ କିମ୍ୱା ସିଝା- ଏଥିରେ ନ୍ୟୁଟ୍ରିସନ୍ର ମାତ୍ରା ସମାନ ଥାଏ। କ୍ଷୀରରେ କ୍ୟାଲସିୟମ୍, ଫସଫରସ୍ ଓ ମିନେରାଲ୍ସ ପରି ପୋଷକ ତତ୍ତ୍ୱ ରହିଛି, ଯାହା ଉଚ୍ଚ ତାପମାତ୍ରାରେ ସିଝାଇବା ପରେ ମଧ୍ୟ ନଷ୍ଟ ହୋଇନଥାଏ।

କିଛି ଲୋକ ବିଶ୍ୱାସ କରନ୍ତି ଯେ କଞ୍ଚା କ୍ଷୀର ପିଇଲେ ଶରୀରକୁ ଅଧିକ ଲାଭ ମିଳିଥାଏ। କିନ୍ତୁ ଏହି ମତ ସମସ୍ତଙ୍କ ପାଇଁ ସମାନ ନୁହେଁ। କଞ୍ଚା କ୍ଷୀର ଲାକ୍ଟୋସ୍ ଇନ୍ଟଲୋରାନ୍ସ ବା ମିଲ୍କ ଇନ୍ଟଲୋରାନ୍ସ ନାମକ ଏକ ପ୍ରକାର ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ଉପକାରୀ ବୋଲି କୁହାଯାଏ। ଏହାର କାରଣ କଞ୍ଚା କ୍ଷୀରରେ ‘ଲାକ୍ଟୋସ୍’ ନାମକ ଏକ ତତ୍ତ୍ୱ ରହିଛି, ଯାହା ପାଚନ କ୍ରିୟାରେ ସାହାଯ୍ୟ କରିଥାଏ। କିନ୍ତୁ କ୍ଷୀରକୁ ସିଝାଇବା ପରେ ସେଥିରେ ଥିବା ‘ଲାକ୍ଟୋସ୍’ନଷ୍ଟ ହୋଇଯାଇଥାଏ। କୌଣସି ବ୍ୟକ୍ତିଙ୍କୁ ଶ୍ୱାସ କିମ୍ୱା ଏକ୍ଜିମା ପରି ସ୍କିନ୍ ଆଲର୍ଜି ଥିଲେ, ଏମାନଙ୍କ ପାଇଁ କଞ୍ଚା କ୍ଷୀର ଉପକାରୀ ସାବ୍ୟସ୍ତ ହୋଇଥାଏ। କିନ୍ତୁ ସମସ୍ତଙ୍କ ପାଇଁ ନୁହେଁ।

ଏହାସହ ପଢନ୍ତୁ: କେବଳ ସୌନ୍ଦର୍ଯ୍ୟ ନୁହେଁ ବରଂ ଏହିସବୁ ରୋଗର କାରଣ ସାଜିଥାଏ ବଡ଼ନଖ

କଞ୍ଚା କ୍ଷୀର ପିଇବା ଉଚିତ୍ ନୁହେଁ କାହିଁକି ?

କଞ୍ଚା କ୍ଷୀରରେ ସାଲ୍ମୋନେଲା, ଏଶ୍ଚେରେଚିଆ, କାମ୍ପିଲୋବ୍ୟାକ୍ଟର, ଇ-କୋଲି ଓ କ୍ରିପ୍ଟୋସ୍ପୋରିଡିୟମ ପରି କ୍ଷତିକାରକ ବ୍ୟାକ୍ଟେରିଆ ରହି ଥାଏ। ଏହି ବ୍ୟାକ୍ଟେରିଆ ଅଧିକ ସମୟ ପର୍ଯ୍ୟନ୍ତ ଜୀବିତ ରହିଥାନ୍ତି। ଏଥିପାଇଁ କଞ୍ଚା କ୍ଷୀର ଶୀଘ୍ର ଖରାପ ହୋଇଯାଇଥାଏ। ତେଣୁ କଞ୍ଚା କ୍ଷୀର ପିଇଲେ ଏହିସବୁ ବ୍ୟାକ୍ଟେରିଆ ଆପଣଙ୍କ ଶରୀର ମଧ୍ୟକୁ ପ୍ରବେଶ କରିଥାନ୍ତି ଓ ଡାଇରିଆ, ଡିହାଇଡ୍ରେସନ୍ ପରି କ୍ଷତିକାରକ ରୋଗ ହେବାର ଆଶଙ୍କା ରହିଥାଏ। ଏହା ବ୍ୟତୀତ ବାନ୍ତି ଓ ଜ୍ୱର ମଧ୍ୟ ହୋଇଥାଏ। ତେଣୁ କଞ୍ଚା କ୍ଷୀର ପିଇବା ପାଇଁ ବାରଣ କରାଯାଇଥାଏ।

KNews Bureau

Recent Posts

ଫ୍ୟାନକୁ ଡେଟ୍ କରିବାକୁ ଚାହୁଁଛନ୍ତି କାର୍ତ୍ତିକ ଆର୍ଯ୍ୟନ୍! ଫିମେଲ୍ ଫ୍ୟାନ୍ସଙ୍କର ଲାଗିଲା ଲଟେରୀ

କାର୍ତ୍ତିକ ଆର୍ଯ୍ୟନ୍ ତାଙ୍କ ଆଗାମୀ ଫିଲ୍ମ 'ଚନ୍ଦୁ ଚାମ୍ପିଅନ୍'କୁ ନେଇ ଆଜିକାଲି ଖୁବ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଫିଲ୍ମରୁ…

30 mins ago

ସ୍ୱପ୍ନାଦେଶ ପରେ ମା’ଙ୍କ ନାମକରଣ ହୋଇଥିଲା ସୁବର୍ଣ୍ଣରେଖା, ଏବେ ଚାଲିଛି ଠାକୁରାଣୀଙ୍କ ଯାତ୍ରା

ଗଞ୍ଜାମ(କେନ୍ୟୁଜ)- ମା’ଙ୍କ ଯାତ୍ରା ପାଇଁ ଘଣ୍ଟ ଘଣ୍ଟା ହୁଳହୁଳିରେ କମ୍ପି ଉଠୁଛି ଗଗନ ପବନ । ହଜାର ହଜାର ଭକ୍ତଙ୍କ…

42 mins ago

କଂସା ବାସନର ଉପକାରିତା କହିଲେ ନସରେ: ଠାକୁରଙ୍କ ପାଇଁ ଭୋଗ ବାଢ଼ିବା ହେଉ କି ଜ୍ୱାଇଁ ଚର୍ଚ୍ଚା ସବୁଠି ଦରକାର

ବିନିକା(କେନ୍ୟୁଜ): ଠାକୁରଙ୍କ ପାଇଁ ଭୋଗ ବାଢ଼ିବାକୁ ହେଉ କି ଜ୍ୱାଇଁ ଚର୍ଚ୍ଚା ଅବା ଘରକୁ ଅତିଥି ଆସିଲେ ପାଦ ଧୋଇବା…

51 mins ago

ଆହୁରି ୫ ଦିନ କଲବଲ କରିବ ପ୍ରଚଣ୍ଡ ଗରମ ଓ ଗୁଳୁଗୁଳି, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା ।  ତିନି ଦିନ ଯାଏ କଲବଲ କରିବ ତାତି ।  ଗ୍ରୀଷ୍ମପ୍ରବାହ ନେଇ…

1 hour ago

ଲାଇଭ ମ୍ୟାଚରେ ରୋହିତଙ୍କୁ ଭେଟିବାକୁ ପହଞ୍ଚିଲେ ଫ୍ୟାନ୍‌, ଧରିଲା ଆମେରିକା ପୋଲିସ: ରୋହିତଙ୍କ ରିଆକ୍ସନ ଭାଇରଲ

ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଓ୍ଵାର୍ମଅପ୍‌ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ…

1 hour ago

ସ୍କୁଟିରେ ଯାଉଥିବା ବେଳେ ଅଘଟଣ, ନଡ଼ିଆ ଗଛ ପଡି ୨ ମୃତ, ଜଣେ ଗୁରୁତର

କୋଣାର୍କ (କେନ୍ୟୁଜ): ନଡ଼ିଆ ଗଛ ପଡି ଗଲା ଜୀବନ । ୨ ମୃତ, ଜଣେ ଗୁରୁତର ।  ଗୋପ ସରଡ଼ା…

2 hours ago