ଜାଣନ୍ତି କି ଅଧିକ ସମୟ ଶୋଇଲେ ବଢିଥାଏ ଡିପ୍ରେସନ ହେବାର ଆଶଙ୍କା

ଦୈନନ୍ଦିନ ଜୀବନଚର୍ଯ୍ୟାରେ ପର୍ଯ୍ୟାପ୍ତ ପରିମାଣରେ ନିଦ ହେବା ନିହାତି ଜରୁରୀ । ଶରୀରର ଆବଶ୍ୟକତା ଅନୁସାରେ ନିଦ ନହେଲେ ବହୁ ପ୍ରକାରର ସମସ୍ୟା ଉପୁଜିଥାଏ । ଶୋଇବା ତ ନିହାତି ଜରୁରୀ । କିନ୍ତୁ ଦରକାର ଠାରୁ ଅଧିକ ଶୋଇବା ବି ଶରୀର ପାଇଁ କ୍ଷତିକାରକ ହୋଇଥାଏ । କହିବା ଅର୍ଥ ଯେ ଅଧିକ ନିଦ ବି ବହୁ ପ୍ରକାର ରୋଗକୁ ନିମନ୍ତ୍ରଣ କରିଥାଏ । ତେବେ ଆସନ୍ତୁ ଜାଣିବା ଅଧିକ ଶୋଇଲେ ଆମ ଶରୀରକୁ କଣ କଣ କ୍ଷତି ପହଂଚିଥାଏ ।

ଡିପ୍ରେସନ ବଢେ:

ଆବଶ୍ୟକତା ଠାରୁ ଅଧିକ ଶୋଇଲେ ବ୍ୟକ୍ତି ଠାରେ ଡିପ୍ରେସନ ଦେଖାଦେଇଥାଏ । ନିକଟରେ ହିଁ ହୋଇଥିବା ଏକ ସର୍ଭେ ଅନୁଯାୟୀ ଅଧିକ ଶୋଇବା ଫଳରେ ମଣିଷ ଠାରେ ଅଳସୁଆ ଭାବ ବଢିଥାଏ । ଦୈନନ୍ଦିନ କାମରେ ବି ମନ ଲାଗିନଥାଏ । ବେଳେ ବେଳେ ଧୀରେ ଧୀରେ ବ୍ୟକ୍ତି ନିଜକୁ ଅକର୍ମଣ୍ୟ ବୋଲି ଧରିନେଇଥାଏ ।

oversleeping

ପିଠି ଯନ୍ତ୍ରଣା;

ବିଛଣା ଉପରେ ଅଧିକ ସମୟ ପଡିବା ଫଳରେ ପିଠି ଯନ୍ତ୍ରଣା ମଧ୍ୟ ବଢିଥାଏ । ଏମିତିରେ କମ୍ପ୍ୟୁଟରରେ ଅଧିକ ସମୟ କାମ କରିବା ଫଳରେ ଆମେ ଗୋଟିଏ ଚୌକି ଉପରେ ବହୁ ସମୟ ଧରି ବସିଥାଉ । ତା ପରେ ପୁଣି ଅଧିକ ସମୟ ବିଛଣାରେ ପଡିବା ଫଳରେ ବେକ, କାନ୍ଧ, ପିଠି ଯନ୍ତ୍ରଣା ମଧ୍ୟ ଅଧିକ ହୁଏ ।

ମୋଟା ପଣ:

ଆଜିକା ସମୟରେ ମୋଟାପଣ ଏକ ସାଧାରଣ ସମସ୍ୟା ଭାବେ ଉଭା ହୋଇଛି । ଏମିତିରେ ଅଧିକ ସମୟ ଶୋଇବା ଦ୍ୱାରା ଆମର ଫିଜିକାଲ ଏକ୍ସରସାଇଜ କମ ହୁଏ ଏହା ବ୍ୟକ୍ତିର ଖାଦ୍ୟ ହଜମ ଉପରେ ମଧ୍ୟ ପ୍ରଭାବ ପକାଏ । ଫଳରେ ଶରୀରର ମେଦ ବହୁଳତା ବଢିଥାଏ ।

oversleeping

ଡାଇବେଟିସ;

ଅଧିକ ସମୟ ଶୋଇବା ଫଳରେ ଫିଜିକାଲ ଏକ୍ସରସାଇଜ କମ ହୋଇଥାଏ । ଯାହା ଫଳରେ ଶରୀରରେ ସୁଗାରର ମାତ୍ରା ମଧ୍ୟ ବଢିଥାଏ । ଏକ ରିପୋର୍ଟ ଅନୁଯାୟୀ ୯ ଘଣ୍ଟାରୁ ଅଧିକ ସମୟ ଶୋଇଲେ ଡାଇବେଟିସ ହେବାର ଚାନ୍ସ ପ୍ରାୟ ୪୦ ପ୍ରତିଶତ ପର୍ଯ୍ୟନ୍ତ ବଢିଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.