ଲାଇଫ୍ ଷ୍ଟାଇଲ୍

୯୦ ପ୍ରତିଶତ ଲୋକଙ୍କୁ ଜଣା ନାହିଁ ସାଲାଡ ଖାଇବାର ଉପାୟ, ଜାଣନ୍ତୁ ଏଥିରେ ଲୁଣ ମିଶାଇ ଖାଇବେ କି ନାହିଁ

ଆଜିକାଲି ସାଲାଡ ବିନା ଲୋକଙ୍କ ଖାଇବା ପୂରା ହୋଇନଥାଏ । ଏହା ସହ ସାଲାଡ ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ସାଲାଡ ଆମ ଶରୀରକୁ ଅତ୍ୟାବଶ୍ୟକ ପୁଷ୍ଟିକର ଖାଦ୍ୟ ଯୋଗାଇଥାଏ । କିନ୍ତୁ ଆପଣ ସାଲାଡ ଖାଇବାର ସଠିକ୍ ଉପାୟ ଜାଣିଛନ୍ତି କି ? ତେବେ ଆମ ଦେଶର ୯୦ ପ୍ରତିଶତ ଲୋକ ସାଲାଡ ଖାଇବାର ସଠିକ୍ ଉପାୟ ଜାଣନ୍ତି ନାହିଁ । ବାସ୍ତବରେ ଲୋକମାନେ ସେମାନଙ୍କର ସ୍ୱାଦ ଅନୁସାରେ ସାଲାଡ ଖାଆନ୍ତି । ଅଧିକାଂଶ ଲୋକଙ୍କର ସାଲାଡରେ ଲୁଣ ମିଶାଇ ଖାଇବା ଅଭ୍ୟାସ ଅଛି । କାରଣ ଲୁଣ ବିନା ସାଲାଡର ସ୍ୱାଦ ଭଲ ଲାଗେନାହିଁ । ସେଥିପାଇଁ ଅଧିକାଂଶ ଲୋକ ସାଲାଡ ଖାଇବା ସମୟରେ ଲୁଣର ବ୍ୟବହାର କରିଥାନ୍ତି । ତାହେଲେ ଆସନ୍ତୁ ଜାଣିବା ଯେ ସାଲାଡ ଖାଇବାର ସଠିକ୍‌ ଉପାୟ କ’ଣ ? ଏହା ସହ ପ୍ରତିଦିନ ସାଲାଡ ଖାଇବାର ଫାଇଦା ବିଷୟରେ ।

ସାଲାଡ ଖାଇବାର ସଠିକ ଉପାୟ :
ସାଲାଡରେ ଲୁଣ ମିଶାଇ କେବେବି ଖାଇବା ଉଚିତ୍ ନୁହେଁ । ଲୁଣ ସହିତ ସାଲାଡ ଖାଇବା ଶରୀରରେ ସୋଡିୟମର ପରିମାଣ ବଢାଇଥାଏ, ଯାହା ଦ୍ୱାରା ବିପି ବଢିଥାଏ ଏବଂ ଅନେକ ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ବାସ୍ତବରେ ସାଲାଡରେ ଲୁଣ ମିଶାଇବା ଦ୍ୱାରା ଆପଣଙ୍କ ଶରୀରରେ ଲୁଣର ପରିମାଣ ବଢିଥାଏ ଏବଂ ବ୍ଲଡ ସୁଗାର ବୃଦ୍ଧି ହୋଇଥାଏ ।

ସାଲାଡରେ ଲୁଣ ଖାଇବାର ଅସୁବିଧା :
ଯଦି ଆପଣ ସାଲାଡ କିମ୍ବା ରାଇଟାରେ ଲୁଣ ମିଶାଇ ଖାଉଛନ୍ତି, ତେବେ ଏହା ସୋଡିୟମ ସ୍ତରକୁ ବଢାଇଥାଏ । ଯେଉଁ କାରଣରୁ ହାଇ ବ୍ଲଡ ପ୍ରେସର ସମସ୍ୟା ହେବା ସହ ମୁଣ୍ଡ ବୁଲାଇବା ଭଳି ସମସ୍ୟା ହୋଇପାରେ ।

ସାଲାଡରେ ଲୁଣ ଖାଇବା ଦ୍ୱାରା ଶରୀରରେ କ୍ୟାଲସିୟମର ପରିମାଣ ମଧ୍ୟ କମ୍‌ ହେବାକୁ ଲାଗିଥାଏ ଏବଂ ହାଡ ମଧ୍ୟ ଦୁର୍ବଳ ହେବାକୁ ଲାଗେ ।

ଏହା ବ୍ୟତୀତ ଯଦି ଆପଣ ସାଲାଡରେ ଲୁଣ ମିଶାଇ ଖାଉଛନ୍ତି, ତାହେଲେ ଏହା ଆପଣଙ୍କ ହଜମ ପ୍ରକ୍ରିୟାକୁ କ୍ଷତି ପହଞ୍ଚାଏ ଏବଂ ହଜମ କରାଇବାରେ ବହୁତ ସମୟ ଲାଗିଥାଏ ।

ଯଦି ଆପଣ ପ୍ରତିଦିନ ଏକ ଚାମଚରୁ ଅଧିକ ଲୁଣ ଖାଉଛନ୍ତି ଏବଂ ଆପଣଙ୍କ ଖାଦ୍ୟରେ ଲୁଣ ମଧ୍ୟ ଅନ୍ତର୍ଭୁକ୍ତ କରନ୍ତି, ତେବେ ଏହା ନିଦ ନହେବା ଭଳି ସମସ୍ୟା ସୃଷ୍ଟି କରିପାରେ ।

ଜାଣନ୍ତୁ ସାଲାଡରେ କେଉଁ ଲୁଣ ବ୍ୟବହାର କରାଯିବା ଉଚିତ୍ ?
ଯଦି ଆପଣ ଏହି ସମସ୍ତ ଅସୁବିଧାକୁ ଏଡାଇବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣ ସାଲାଡରେ କଳା ଲୁଣ ମିଶାଇ ଖାଇବା ଉଚିତ୍ । ଏହି ଲୁଣ କମ୍ ସୋଡିୟମ୍ କିନ୍ତୁ ପୂରା ସ୍ୱାଦ ଦେଇଥାଏ । ଏହା ବ୍ୟତୀତ ହଜମ କରାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ତେବେ ଏହା ଆପଣଙ୍କୁ ଏସିଡିଟି ଏବଂ ଗ୍ୟାସ ଭଲି ସମସ୍ୟାରୁ ରକ୍ଷା କରାଇଥାଏ । ସେଥିପାଇଁ ସାଲାଡ ଖାଇବା ସମୟରେ ଆପଣ ଏହି ସବୁ କଥା ପ୍ରତି ଧ୍ୟାନ ଦେବା ଉଚିତ୍‌ । ଯାହା ଦ୍ୱାରା ଆପଣ ଆଗକୁ ଯାଇ ଏହି ସବୁ ସମସ୍ୟାରୁ ରକ୍ଷା ପାଇପାରିବେ ।

KNews Bureau

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

15 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

48 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

50 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

56 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

1 hour ago