ବିନା କୌଣସି ଔଷଧ ଖାଇ ବି ପିରିୟଡ୍ସ ଡେଟକୁ କରିପାରିବେ ଲେଟ୍‌, ବାସ୍‌ କରନ୍ତୁ ଏହି କାମ

ଅନେକ ମହିଳା ପିରିୟଡ୍ସକୁ ଘୁଞ୍ଚାଇବା ପାଇଁ ଔଷଧ ଖାଇଥାନ୍ତି। କିନ୍ତୁ ଅନେକ ଥର ଏମିତି ହୋଇଛି ଯେ ପିରିୟଡ୍ସ ଡିଲେ କରିବା ପାଇଁ ଆମେ ଖାଉଥିବା ମେଡିସିନର ସାଇଡ ଇଫେକ୍ଟ ରହିଥାଏ। ଯାହାଦ୍ୱାରା ହର୍ମୋନ୍‌ ଇମବାଲାନ୍ସର କାରଣ ବନିଯାଇଥାଏ। ଆପଣ ଜାଣିଛନ୍ତି ଯେ ପିରିୟଡ୍ସ ବା ମାସିକ ଧର୍ମ ହେଉଛି ଏକ ପ୍ରାକୃତିକ ପ୍ରକ୍ରିୟା, ଯାହା ମହିଳାଙ୍କୁ ପ୍ରତ୍ୟେକ ମାସ ଆସିଥାଏ। ପିରିୟଡ୍ସ ସମୟରେ ମହିଳାଙ୍କର ମୁଡ୍‌ ସ୍ୱିଙ୍ଗସ, ଇରିଟେସନ ଏବଂ କ୍ରାମ୍ସ ହୋଇଥାଏ। ଯାହା ଏକ ସାଧାରଣ କଥା ହୋଇଥାଏ ସବୁ ମହିଳାଙ୍କ ପାଇଁ।

କିନ୍ତୁ ସମସ୍ୟା ସେତେବେଳେ ହୋଇଥାଏ, ଯେତେବେଳେ ମହିଳାଙ୍କୁ ଏହି ସମୟରେ କୌଣସି ପାର୍ଟି ଫଙ୍କସନ୍‌ ଆଟେଣ୍ଟ କରିବାକୁ ଥାଏ କିମ୍ବା ପୂଜା ପାର୍ବଣ ଥାଏ। ଏମିତିରେ ଅନେକ ମହିଳା ପିରିଡ୍ସକୁ ଘୁଞ୍ଚାଇବା ପାଇଁ ଔଷଧ ଖାଇଥାନ୍ତି। କିନ୍ତୁ ଔଷଧ ଖାଇବା ଦ୍ୱାରା ସାଇଡ ଇଫେକ୍ଟସ ସହିତ ହର୍ମୋନ ଅସନ୍ତୁଳନ ମଧ୍ୟ ହୋଇଥାଏ। ଯେଉଁ କାରଣରୁ ମହିଳାଙ୍କ ନେକ୍ସଟ ପିରିୟଡ୍‌ ସମୟରେ ଗଡବଡ ହୋଇଥାଏ। ତେଣୁ ଯଦି ଆପଣ ମଧ୍ୟ ବିନା କୌଣସି ସାଇଡ ଇଫେକ୍ଟସରେ ନିଜ ପିରିୟଡ୍ସକୁ ଡିଲେ କରିବାକୁ ଚାହୁଁଛନ୍ତି ତାହେଲେ କିଛି ଘରୋଇ ଉପଚାର ଅଛି। ଯାହା ଆପଣଙ୍କୁ ଅନେକ ମାତ୍ରାରେ ସାହାଯ୍ୟ କରିପାରିବ ପିରିୟଡ୍ସକୁ ଡିଲେ କରିବା ପାଇଁ।

lemon
photo: stylecraze

ଲେମ୍ବୁ

ଏଥିରେ ଭିଟାମିନ୍‌ ସି ପ୍ରଚୁର ମାତ୍ରାରେ ରହିଥାଏ। ଲେମ୍ବୁ ପିରିୟଡ୍ସକୁ ଘୁଞ୍ଚାଇବା ଏବଂ ବ୍ଲଡ ଫ୍ଲୋକୁ କଣ୍ଟ୍ରୋଲ କରିବା କିମ୍ବା ଅଟକାଇବାରେ ବହୁତ ମାତ୍ରାରେ ସାହାଯ୍ୟ କରିଥାଏ। ଏହାବ୍ୟତୀତ ଏହା ପିରିୟଡ୍ସ ସମ୍ବନ୍ଧୀତ ହେଉଥିବା ପ୍ରୋବଲେମ୍ସକୁ ବି କମ୍‌ କରିବାରେ ସାହାଯ୍ୟ କରିଥାଏ। ଏହି ଉପାୟକୁ ରୋକିବା ପାଇଁ ଆପଣ ଗରମ ପାଣିରେ ୨ ରୁ ୩ ଚାମଚ ଲେମ୍ବୁ ରସ ମିଶାଇ ପିଅନ୍ତୁ। ଭଲ ରେଜଲ୍ଟ ପାଇଁ ଆପଣ ପିରିୟଡ୍ସ ଡେଟର କିଛି ଦିନ ପୂର୍ବରୁ ହିଁ ଏହି ଉପାୟକୁ ଆପଣାନ୍ତୁ।

ମସଲାଯୁକ୍ତ ଖାଦ୍ୟ

ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ପିରିୟଡ୍ସ କିଛି ଦିନ ବିଳମ୍ବରେ ହେଉ ବା ଘୁଞ୍ଚି ଯାଉ ତାହେଲେ ଲଙ୍କା, ଗୋଲମରୀଚ ଏବଂ ରସୁଣ ଭଳି ସାମଗ୍ରୀକୁ ଖାଇବା ଠାରୁ ଦୂରେଇ ରୁହନ୍ତୁ। କାହିଁକିନା ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ରକ୍ତର ଫ୍ଲୋ ବଢ଼ିଥାଏ, ଯାହାଦ୍ୱାରା ପିରିୟଡ୍ସ ଆରମ୍ଭ ହେବାର ସମ୍ଭବନାକୁ ବଢ଼ାଇ ଦେଇଥାଏ। ଏମିତିରେ ଭଲ ହେବ ଯଦି ଆପଣ ଏହିସବୁ ଜିନିଷକୁ ପିରିୟଡ୍ସ ଡେଟ ପୂର୍ବରୁ ନ ଖାଇବେ। ଡାକ୍ତରଙ୍କ ଅନୁଯାୟୀ ମସଲାଯୁକ୍ତ ଖାଦ୍ୟ ଶରୀରକୁ ଗରମ ପ୍ରଦାନ କରିଥାଏ ଏବଂ ରକ୍ତ ପ୍ରବାହରେ ସୁଧାର କରିଥାଏ। ଏହି କାରଣରୁ ଏମିତି କୁହାଯାଏ ଯେ ମାସିକ ଧର୍ମ ବା ଋତୁଚକ୍ରକୁ କିଛି ଦିନ ଡିଲେ କରିବାର ଅଛି ତ ରସୁଣ, ଗୋଲମରୀଚ, ଲଙ୍କା, ଡାଲିଚିନି, ଲବଙ୍ଗ ଭଳି ମସଲାକୁ ଖାଇବା ଠାରୁ ଦୂରେଇ ରୁହନ୍ତୁ।

ଜିଲେଟିନ୍‌

ଏହା ପିରିୟଡ୍ସକୁ କିଛି ଘଣ୍ଟା ଠାରୁ ନେଇ ଗୋଟେ ସପ୍ତାହ ପର୍ଯ୍ୟନ୍ତ ମଧ୍ୟ ଡିଲେ କରିପାରେ। ଜିଲେଟିନ୍‌ ମାସିକ ଧର୍ମର ସମ୍ପୂର୍ଣ୍ଣ ପ୍ରକ୍ରୀୟାକୁ ଧୀମା କରିପାରେ। ଆପଣଙ୍କର ଯେତେବେଳେ ବି ପିରିୟଡ୍ସକୁ ଡିଲେ କରିବାର ଥିବ ଆପଣ ଜିଲେଟିନର ଗୋଟେ ପ୍ୟାକେଟ ନିଅନ୍ତୁ ଏବଂ ସେଥିରେ ପାଣି ମିଶାଇ ଭଲଭାବେ ହଲାନ୍ତୁ। ଏହି ପାଣିକୁ ଦିନରେ ପ୍ରାୟ ୨ ରୁ ୩ ଥର ସେବନ କରନ୍ତୁ।

apple cider vinegar
Image Credit: Emedihealth

ଆପ୍ପଲ ସାଇଡର ଭିନେଗାର

ଆପ୍ପଲ ସାଇଡର ଭିନେଗାର ଆପଣଙ୍କର ହେବାକୁ ଥିବା ପିରିୟଡ୍ସକୁ ଘୁଞ୍ଚାଇବାରେ ଏକ ବହୁତ ପ୍ରଭାବଶାଳୀ ଘରୋଇ ଉପାୟ ବୋଲି ଧରାଯାଏ। ଏହା ନା କେବଳ ଆପଣଙ୍କ ପିରିୟଡ୍ସକୁ ଡିଲେ କରିଥାଏ, ତାସହିତ ପିରିୟଡ୍ସ ସମୟରେ ହେଉଥିବା ବ୍ଲଡ ଫ୍ଲୋକୁ କମ୍‌ କରିଥାଏ। ଏହି ଉପାୟକୁ କରିବା ପାଇଁ ଆପଣ ଗୋଟେ ଗ୍ଲାସ ପାଣିରେ ୩ ଚାମଚ ଆପ୍ପଲ ସାଇଡର ଭିନେଗାର ମିଶାଇ ପ୍ରାୟ ଗୋଟେ ସପ୍ତାହ ପର୍ଯ୍ୟନ୍ତ ଦିନରେ ତିନି ଥର ପିଅନ୍ତୁ। ଏହି ଉପାୟକୁ କରିବା ଦ୍ୱାରା ପିରିୟଡ୍ସ ପ୍ରାୟ ଗୋଟେ ସପ୍ତାହ ପର୍ଯ୍ୟନ୍ତ ଲେଟ୍‌ ହୋଇପାରେ।

ଜୁଆଣି ପତ୍ର

ଜୁଆଣି ପତ୍ରରେ ଭିନେଗାର ବି ୧୨, ଭିଟାମିନ କେ, ସି ଏବଂ ଏ ହୋଇଥାଏ। ଜୁଆଣିର ୨ଟି ପତ୍ର ପାଣିରେ ସିଝାଇ ଥଣ୍ଡା କରିବା ପରେ ପ୍ରତିଦିନ ଏହାକୁ ପିଇବା ଦ୍ୱାରା ଆପଣଙ୍କ ପିରିୟଡ୍ସରେ ବିଳମ୍ବ ହେବା ସହିତ ଶରୀରରେ ଥିବା ଅତିରିକ୍ତ ବିଷାକ୍ତ ପଦାର୍ଥ ମଧ୍ୟ ବାହାରି ବାରେ ସାହାଯ୍ୟ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.