ଲାଇଫ୍ ଷ୍ଟାଇଲ୍

ବର୍ଷାଦିନେ କେମିତି ରହିବେ ସୁସ୍ଥ, ଜାଣନ୍ତୁ ଆୟୁରର୍ବେଦ ଡାକ୍ତରଙ୍କ କେତୋଟି ଟିପ୍ସ

ବର୍ଷା ଦିନେ ସାଧାରଣତଃ ଖାଦ୍ୟ ଓ ଜଳରୁ ଜାତ ରୋଗ ହୋଇଥାଏ । ଟାଇଫଏଡ୍‌, କଲେରା, ଫ୍ଲୁ ଭଳି ବହୁ ରୋଗ ବର୍ଷାଦିନରେ ଆକ୍ରାନ୍ତ କରିଥାଏ । ବର୍ତ୍ତମାନ ପୁଣି କରୋନା ଯୋଗୁ ଏହି ଡର ଅଧିକ ଭାବେ ଲୋକଙ୍କୁ ଘାରିଛି । ଖରା ପରେ ବର୍ଷା ଋତୁ ହଜମ ଓ ପ୍ରତିରୋଧକ ଶକ୍ତିରେ ଅସୁବିଧା ସୃଷ୍ଟି କରିଥାଏ । ତେବେ ଏହି ସମୟରେ କିପରି ନିଜକୁ ସୁରକ୍ଷିତ ରଖିହେବ ସେ ସମ୍ପର୍କରେ ଜଣେ ଆୟୁରର୍ବେଦ ଡାକ୍ତର କ’ଣ କହୁଛନ୍ତି ଆସନ୍ତୁ ଜାଣିବା-

ପ୍ରତିରୋଧକ ଶକ୍ତି ବଢ଼ାଇବା ଚଟ୍‌ନୀ

ବର୍ଷା ଋତୁରେ ସାଧାରଣତଃ ପ୍ରତିରୋଧକ ଶକ୍ତି କମ୍‌ ଥାଏ । ତେଣୁ ଏହି ସମୟରେ ଏମିତି ଏକ ଚଟ୍‌ଣୀ ଘରେ ତିଆରି କରି ଖାଇପାରିବେ ଯାହା ଆପଣଙ୍କ ହଜମ କ୍ରିୟାକୁ ମଜଭୁତ କରିବା ସହ ପ୍ରତିରୋଧକ ଶକ୍ତି ବଢ଼ାଇ ପାରିବ ।

ଆବଶ୍ୟକୀୟ ସାମଗ୍ରୀ : ୨ ଇଞ୍ଚ କଟା ହୋଇଥିବା ଅଦା ଚଟ୍‌ନୀ, ୨ ଚାମଚ ଲେମ୍ବୁ ରସ, କିଛି ମହୁ କିମ୍ବା ଗୁଡ଼, ଚିମୁଟାଏ ଲୁଣ, ଚିମୁଟାଏ କଳା ମରିଚ ଗୁଣ୍ଡ

ପ୍ରସ୍ତୁତି ବିଧି

ସମସ୍ତ ସାମଗ୍ରୀକୁ ମିଶାଇ ଏକ ଏୟାର ଟାଇଟ୍‌ ପାତ୍ରରେ ରଖି ଫ୍ରିଜ୍‌ରେ ରଖନ୍ତୁ ।
ଗୋଟିଏ ଚାମଚ ଏହି ଚଟନୀକୁ ପାଣିରେ ମିଶାଇ ଦିନକୁ ୩/୪ ଥର ଖାଆନ୍ତୁ । ଯଦି ଆପଣ ଏହି ଚଟ୍‌ନୀକୁ ଭଲ ନ ପାଆନ୍ତି । ଏହାକୁ ଚା’ ପରି ପ୍ରସ୍ତୁତି କରି ପିଇ ପାରନ୍ତି । ଯାହାକି ଆପଣଙ୍କ ହଜମ କ୍ରିୟାକୁ ମଜଭୁତ୍‌ କରିବା ସହ ଇମ୍ୟୁନିଟିକୁ ମଧ୍ୟ ବଢ଼ାଇବ ।

କେଉଁ ଖାଦ୍ୟ ଉପକାରୀ

ନିରାମିଷ ଖାଦ୍ୟ ବର୍ଷା ଦିନ ପାଇଁ ବହୁତ ଭଲ । ବିଶେଷ କରି ମୁଗ ଡାଲି ଏହି ଋତୁରେ ଖାଇଲେ ଦେହ ପାଇଁ ଉପକାରୀ ହୋଇଥାଏ । ମଝିରେ ମଝିରେ ଉପବାସ ମଧ୍ୟ ଦେହ ପାଇଁ ଭଲ ହୋଇଥାଏ ।

Niharanjan

Recent Posts

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

1 hour ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

1 hour ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

2 hours ago

ବସ୍‌ ଷ୍ଟାଣ୍ଡରେ ହୁତୁ ହୁତୁ ହୋଇ ଜଳିଗଲା ୪ ଟି ବସ୍‌

ରାୟଗଡ଼ା(କେନ୍ୟୁଜ୍‌): ବସ୍‌ ରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ବସ୍‌ଷ୍ଟାଣ୍ଡରେ ଜଳିଗଲା ବସ୍‌ । ରାୟଗଡ଼ା ଜିଲ୍ଲା…

2 hours ago

ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲା : ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲାରେ ଆଉ ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୯ କୁ ବୃଦ୍ଧି…

2 hours ago

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

2 hours ago