photo: simplicity coimbatore
କିଡନୀ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ଆମ ଶରୀରରୁ ବିଷାକ୍ତ ପଦାର୍ଥକୁ ୟୁରିନ୍ ରାସ୍ତା ଦେଇ ବାହାରକୁ ବାହାର କରିବା କାମ କରିଥାଏ। କିନ୍ତୁ ଅନେକ ଥର ଏମିତି ବି ହୋଇଥାଏ ଯେ ଇନଫେକସନ୍ କାରଣରୁ କିଡନୀ ଭଲଭାବେ କାମ କରିନଥାଏ। ଯାହା ପରେ କିଡନୀ ଡ୍ୟାମେଜର କାରଣ ସାଜିଥାଏ। କିନ୍ତୁ କଣ ଆପଣଙ୍କୁ ଜଣାଅଛି କିଡନୀ ଫେଲ ହେବା ପୂର୍ବରୁ ଶରୀରରେ ଅନେକ କିଛି ଲକ୍ଷଣ ଦେଖାଯାଇଥାଏ। ଯେଉଁ ଲକ୍ଷଣ ଆପଣଙ୍କୁ ଜଣାଇଥାଏ ଯେ ଆପଣଙ୍କ କିଡନୀ ଡ୍ୟାମେଜ୍ ହେଉଛି।
ଭାରତରେ କ୍ରମାଗତ ଭାବେ କିଡନୀ ଫେଲ୍ ସମସ୍ୟା ବଢ଼ିବାରେ ଲାଗିଛି । ଦେଶରେ ପାଖାପାଖି ୧୫ ପ୍ରତିଶତ ଲୋକ କିଡନୀ ସମ୍ପର୍କିତ କୌଣସି ସମସ୍ୟାରେ ପୀଡ଼ିତ ରହିଛନ୍ତି । ପ୍ରତିବର୍ଷ ଦେଶର ପ୍ରତି ୧ ଲକ୍ଷ ଲୋକଙ୍କ ମଧ୍ୟରୁ ୧୦ ଜଣ କିଡନୀ ଡ୍ୟାମେଜ୍ କାରଣରୁ ପ୍ରାଣ ହରାଉଛନ୍ତି । ବର୍ଷକ ମଧ୍ୟରେ ସାରା ଦେଶରେ ପାଖାପାଖି ୮-୧୦ ହଜାର ଲୋକଙ୍କର କିଡନୀ ପ୍ରତ୍ୟାରୋପଣ କରାଯାଇଥାଏ । ଉପଯୁକ୍ତ ଜ୍ଞାନର ଅଭାବ ଓ ଚିକିତ୍ସାର ଅଭାବ କାରଣରୁ ଅନେକ ଲୋକ ମୃତ୍ୟୁମୁଖରେ ପଡ଼ୁଥିବା ଦେଖାଯାଉଛି ।
ଅନେକ ସମୟରେ କୌଣସି ବ୍ୟକ୍ତିଙ୍କର କିଡନୀ ଖରାପ ହେବା ପରେ ସେ ସହାୟତା ପାଇଁ ଅନୁରୋଧ କରିଥାନ୍ତି । ତେବେ ଯଦି ଜଣଙ୍କର ଗୋଟିଏ କିଡନୀ କୌଣସି କାରଣରୁ ଖରାପ ହୋଇଯାଏ ତେବେ ସେ ଅନ୍ୟ କିଡନୀରେ ଜୀବିତ ରହିପାରନ୍ତି । ମାତ୍ର ଏପରି ସ୍ଥିତିରେ ଯଦି ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଏ, ତେବେ ମଣିଷ କ’ଣ ବଞ୍ଚି ପାରିବ? ଏ ବାବଦରେ ନୂଆଦିଲ୍ଲୀ ସ୍ଥିତ ସାର ଗଙ୍ଗାରାମ ହସ୍ପିଟାଲର ୟୁରୋଲୋଜି ବିଭାଗର ବରିଷ୍ଠ କନସଲଟାଣ୍ଟ ଡା. ସୁଧୀର ଚଢଢା ସୂଚନା ଦେଇଛନ୍ତି ।
ସାଧାରଣ ଭାବେ କିଡନୀର ମୁଖ୍ୟ କାର୍ଯ୍ୟ ହେଉଛି ରକ୍ତକୁ ପରିଷ୍କାର କରିବା ଓ ମଇଳା ପଦାର୍ଥକୁ ପରିସ୍ରା ଦ୍ୱାରା ବାହାରକୁ ବାହାର କରିବା । କିଡନୀ ରକ୍ତଚାପକୁ ରେଗୁଲେଟ କରିବା ସହିତ ଲାଲ ରକ୍ତକୋଷିକାକୁ ନିର୍ମାଣ କରିଥାଏ । ଏଥିସହିତ କିଡନୀ ଆମ ଶରୀରର ପୋଟେନସିଆଲ ଅଫ୍ ହାଇଡ୍ରୋଜେନ ସ୍ତରକୁ ନିୟନ୍ତ୍ରଣ କରିଥାଏ । ଯଦି ଆପଣଙ୍କ କିଡନୀ ଠିକ୍ ଭାବେ କାମ କରିବ ନାହିଁ, ତେବେ ଆପଣଙ୍କ ଶରୀରରେ ଅପରିଷ୍କାର ପଦାର୍ଥ ଜମି ରହିବ । ଏପରି ସ୍ଥିତିରେ ଶରୀରରେ ଅନେକ ପ୍ରକାରର ରୋଗ ସୃଷ୍ଟି ହେବ ଓ ଠିକ୍ ସମୟରେ ଚିକିତ୍ସା ନକଲେ ଆପଣଙ୍କର ଜୀବନ ଯାଇପାରେ ।
ଯେଉଁମାନେ ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ସେବନ କରନ୍ତି ସେମାନଙ୍କଠାରେ କିଡନୀ ଅକାମୀ ହେବାର ବେଶି ଆଶଙ୍କା ରହିଥାଏ । ଯେଉଁମାନେ ହାଇପର ଟେନସନ, ଷ୍ଟ୍ରୋକ ଆଦି ସମସ୍ୟାରେ ଜଡ଼ିତ ଅଛନ୍ତି, ସେମାନଙ୍କ କ୍ଷେତ୍ରରେ ଏହି ବିପଦ ଅଧିକ ରହିଥାଏ । ଏହାବ୍ୟତୀତ ଅତ୍ୟଧିକ ମାତ୍ରାରେ ମଦ୍ୟପାନ, ସ୍ମୋକିଂ ମଧ୍ୟ କିଡନୀ ଡ୍ୟାମେଜର ଅନ୍ୟତମ ପ୍ରମୁଖ କାରଣ । କିଡନୀ ଡ୍ୟାମେଜ ହେବା ପରେ ଧୀରେଧୀରେ ବାନ୍ତି ଆସିବା, ଥକ୍କାପଣ, ଭୋକ ନ ଲାଗିବା, ଦୁର୍ବଳତା, ନିଦ୍ରାହୀନତା, କମ୍ ପରିସ୍ରା, ପାଦ ଓ ଗୋଡ଼ ଫୁଲା, ଚର୍ମ ଶୁଷ୍କ ଓ କୁଣ୍ଡେଇ ହେବା ଆଦି ଲକ୍ଷଣ ସବୁ ଦେଖାଦେଇଥାଏ ।
ବ୍ରେନ, ହାର୍ଟ ବା ଲିଭର ଅକାମୀ ହେବା ତୁଳନାରେ କିଡନୀ ଡ୍ୟାମେଜ ରୋଗୀର ଜୀବନ ସହଜରେ ବଞ୍ଚାଯାଇ ପାରିବ । ଏଥିପାଇଁ ଡାୟଲିସିସ ବା ଟ୍ରାନ୍ସପ୍ଲାଣ୍ଟର ସାହାରା ନିଆଯାଇଥାଏ । ଯୁବ ବୟସର ରୋଗୀଙ୍କର ଟ୍ରାନ୍ସପ୍ଲାଣ୍ଟ ଓ ବୟସ୍କଙ୍କ କ୍ଷେତ୍ରରେ ଡାୟଲିସିସ କରାଯାଇ ଜୀବନ ବଞ୍ଚାଯାଇପାରେ । ଡାୟଲିସିସ ଜରିଆରେ ଜଣେ ବ୍ୟକ୍ତି ୩୦-୪୦ ବର୍ଷ ପର୍ଯ୍ୟନ୍ତ ବିନା କୌଣସି ସମସ୍ୟାରେ ସହଜରେ ବଞ୍ଚି ପାରିବ । କିଡନୀ ଟ୍ରାନ୍ସପ୍ଲାଣ୍ଟ ପାଇଁ ଡୋନର ପରିବାରର ଜଣେ ସଦସ୍ୟ ହେବା ଜରୁରୀ ।
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…
ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…