ଥାଳିରେ ଛଅ ତିଅଣ ଥିଲେ ବି ଖାଦ୍ୟର ସ୍ୱାଦ ବଢ଼ାଏ ଆଳୁ ଚୋଖା, ଏପରି କରନ୍ତୁ ପ୍ରସ୍ତୁତ

ଆଳୁ ଚୋଖା ଖାଇବାକୁ କିଏଅବା ପସନ୍ଦ ନ କରନ୍ତି। ବହୁତ କମ୍‌ ସମୟ ମଧ୍ୟରେ ପ୍ରସ୍ତୁତ ହେଉଥିବା ଆଳୁ ଚୋଖାର ସ୍ୱାଦକୁ ଲୋକେ ଭୁଲପାରନ୍ତିନି। ଏହାକୁ ଆପଣ ମାତ୍ର ଚାରି ପାଞ୍ଚ ମିନିଟରେ ପ୍ରସ୍ତୁତ କରିପାରିବେ। ତେବେ ପୂର୍ବରୁ ତ ଅନେକ ଥର ଆଳୁ ଚୋଖା ଖାଇଥିବେ କିନ୍ତୁ ଥରେ ଏହି ଉପାୟରେ ବନାନ୍ତୁ ଆଳୁ ଚୋଖା।

ଆବଶ୍ୟକ ସାମଗ୍ରୀ

  • ୩ଟି ଆଳୁ (ସିଝା ହୋଇଥିବା)
  • ୧ ପିଆଜ (ଛୋଟ କଟା ହୋଇଥିବା)
  • ୨-୩ଟି କଞ୍ଚା ଲଙ୍କା (ଛୋଟ କଟା ହୋଇଥିବା)
  • ଲୁଣ ସ୍ୱାଦାନୁସାରେ
  • ଦେଢ଼ ଚାମଚ ସୋରିଷ ତେଲ

ପ୍ରସ୍ତୁତ ପ୍ରଣାଳୀ

  • ସର୍ବପ୍ରଥମେ ଏକ କଟୋରୀ ନିଅନ୍ତୁ ଏବଂ ସେଥିରେ ତିନୋଟି ସିଝା ଆଳୁ ନିଅନ୍ତୁ।
  • ଏବେ ଏଥିରେ ପିଆଜ, କଞ୍ଚା ଲଙ୍କା, ଲୁଣ ଏବଂ ତେଲ ପକାନ୍ତୁ।
  • ଆଳୁକୁ ଭଲଭାବେ ଚକଟି ଦିଅନ୍ତୁ ଏବଂ ସମସ୍ତ ସାମଗ୍ରୀକୁ ମିକ୍ସ କରନ୍ତୁ।
  • ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ଆଳୁ ଚୋଖା। ଏହାକୁ ଆପଣ ଭାତ ସହିତ ନଚେତ ପରଟା ସହିତ ଖାଇପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.