ଏପରି ଅଟାରେ ପ୍ରସ୍ତୁତ କରନ୍ତୁ ବାନାନା କେକ୍, ପାଟିକୁ ସୁଆଦିଆ ଓ ଶରୀର ପାଇଁ ଲାଭଦାୟକ

ବର୍ତ୍ତମାନ ଅଧିକାଂଶ ଲୋକ ବାହାର ଜିନିଷ ଖାଇବାକୁ ପସନ୍ଦ କରୁନାହାଁନ୍ତି। କାରଣ କୋଭିଡ୍ ପରେ ନିଜ ସ୍ବାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ୍ ହୋଇଛନ୍ତି କିଛି ଲୋକ। ଆପଣ ଜାଣିଛନ୍ତି କେକ୍ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। ପୁଣି ବାନାନା କେକ୍ ମଧ୍ୟ ଶରୀର ପାଇଁ ଲାଭଦାୟକ। ଯାହାକୁ ପିଲାମାନେ ଖାଇବାକୁ ଅଧିକ ଭଲ ପାଆନ୍ତି।

ତେବେ ଆଜି ଜାଣିବା ଅଟାରେ କିପରି ତିଆରି ହେବ ଏହି ବାନାନା କେକ୍। କାରଣ ମଇଦାରେ ତିଆରି କେକ୍ ଶରୀର ପାଇଁ କ୍ଷତିକାରକ କିନ୍ତୁ ଅଟାରେ ତିଆରି କେକ୍ ଖାଇବା ଦ୍ବାରା କିଛି ଅସୁବିଧା ହୋଇନଥାଏ। ତେବେ ଆସନ୍ତୁ ଜାଣିବା ଏହାକୁ ତିଆରି କରିବାର ପ୍ରଣାଳୀ।

cake
picture credit- you tube

ବାନାନ କେକ୍ ପାଇଁ ଆବଶ୍ୟକ ସାମଗ୍ରୀ:
କ୍ଷୀର, ଅଟା, କଦଳୀ, କିଛି ଧଳା ରାଶି, କିଛି ତେଲ, ସୋଡ଼ା, ଡ୍ରାଏ ଫୁଡ୍, ଗୁଡ଼ ଓ କିଛି ଚକ୍ଲେଟ୍ ପାଉଡର।

ପ୍ରସ୍ତୁତି ପ୍ରଣାଳୀ :
ପ୍ରଥମେ କିଛି କ୍ଷୀର ନେଇ ସେଥିରେ ଆବଶ୍ୟକୀୟ ଅନୁଯାୟୀ ଅଟା, ଗୁଡ଼, ଚକଟା ଯାଇଥିବା କଦଳୀ, ରାଶି, କାଜୁ କିସ୍ମିସ ସହିତ ଅନ୍ୟ ଡ୍ରାଏ ଫୁଡ୍ ଓ ଅଳ୍ପ ମାତ୍ରାରେ ଚକ୍ଲେଟ୍ ପାଉଡର ମିଶାଇ ଭଲ ଭାବେ ମିକ୍ସ କରନ୍ତୁ। ପରେ ଏହି ପେଷ୍ଟକୁ ଆପଣ ମାଇକ୍ରୋୱିଭେନ କିମ୍ୱା ପ୍ରେସର୍ କୁକରରେ ରଖି ପ୍ରସ୍ତୁତ କରନ୍ତୁ। କିନ୍ତୁ ଏହି ବେଟରକୁ ରଖିବା ସମୟରେ କିଛି ତେଲ ମଧ୍ୟ ବ୍ୟବହାର କରିବେ। ଏଥିପାଇଁ ଆପଣ କୌଣସି ଫୁଡ୍ ୟୁଟ୍ୟୁବ ଚ୍ୟାନେଲର ସହାୟକ ମଧ୍ୟ ନେଇ ପାରିବେ। ତେବେ ପ୍ରେସର କୁକୁରରେ କେକ ପ୍ରସ୍ତୁତ କରିବା ସମୟରେ ଏହାର ସିଟି କାଢ଼ିଦେବେ। ଏପରି ବାନାନା କେକ୍ ପ୍ରସ୍ତୁତ କରି ଆପଣ ଏହାକୁ ଖାଇ ପାରିବେ। ଏହା ଆପଣଙ୍କ ଶରୀର ପାଇଁ ଖୁବ୍ ଲାଭଦାୟକ। ନିଜେ ଖାଇବା ସହିତ ଛୋଟ ପିଲାଙ୍କୁ ମଧ୍ୟ ଟିଫିନ ପାଇଁ ଦେଇ ପାରିବେ।

Leave A Reply

Your email address will not be published.