ବେକେରୀ ଷ୍ଟାଇଲ ବାନାନା ବ୍ରେଡ୍‌ ବନାନ୍ତୁ ଘରେ, ବନାଇବା ବହୁତ ସହଜ

ପ୍ରାୟ ସମୟରେ ଚା କିମ୍ବା କଫି ସହିତ କିଛି ହେଲଦି ଖାଇବାକୁ ମନ କରିଥାଏ। ଆଜି ଆମେ ଆପଣଙ୍କୁ ବାନାନା ବ୍ରେଡ ବନାଇବାର ରେସିପି ବିଷୟରେ ଜଣାଇବୁ। ଏହି ରେସିପିକୁ ବେକେରୀ ଷ୍ଟାଇଲରେ ଆପଣ ବନାଇ ପାରିବେ। ଏହି ରେସିପି ସେହି ଲୋକଙ୍କୁ ନିଶ୍ଚିତ ପସନ୍ଦ ଆସିବ, ଯେଉଁମାନେ କଳଦୀ ଖାଇବାକୁ ପସନ୍ଦ କରନ୍ତି। କଦଳୀରେ ଏପରି ପୋଷକ ତତ୍ତ୍ୱ ରହିଛି ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ଫାଇଦାପୂର୍ଣ୍ଣ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

୬ ଚାମଚ ଗହମ ଅଟା
୧/୨ ଚାମଚ ଚିନି ପାଉଡର
୧/୨ ଚାମଚ ବେକିଙ୍ଗ ପାଉଡର
୧/୨ ଚକଟା ହୋଇଥିବା କଦଳୀ
୩ ଚାମଚ କ୍ଷୀର
୩ ଚାମଚ ଭେଜିଟେବୁଲ ଅଏଲ
୧/୨ ଚାମଚ ଭାନିଲା ଆସେନ୍ସ

ପ୍ରସ୍ତୁତି ପ୍ରଣାଳୀ

ଏକ ପାତ୍ରରେ ମଇଦା ଏବଂ ବେକିଙ୍ଗ ପାଉଡରକୁ ଏକା ସାଥିରେ ମିଶାଇ ଦିଅନ୍ତୁ। କଦଳୀ, କ୍ଷୀର, ତେଲ ଏବଂ ଭାନିଲା ଆସେନ୍ସକୁ ମିଶାଇ ଭଲଭାବେ ମିକ୍ସ କରନ୍ତୁ। ଏହାକୁ ସେତେ ପର୍ଯ୍ୟନ୍ତ ମିଶାନ୍ତୁ ଯେତେ ପର୍ଯ୍ୟନ୍ତ ଏହି ବ୍ୟାଟର ବା ଘୋଳ ଭଲଭାବେ ନ ମିଶିଛି। ଏବେ ଏହାକୁ ମାଇକ୍ରୋେଓଭ୍‌ ସେଫ୍‌ ବାଉଲରେ ରଖି ୨ ମିନିଟ୍‌ ପର୍ଯ୍ୟନ୍ତ ମାଇକ୍ରୋେଓ୍ଵଭରେ ବେକ୍‌ କରନ୍ତୁ। ଅଳ୍ପ ଥଣ୍ଡା କରନ୍ତୁ ଏବଂ କେକ୍‌ ଉପରେ ଚକୋଲେଟରେ ଆପଣ ସଜାଇ ପାରିବେ। ଏବେ ଏହାକୁ ସର୍ଭ କରନ୍ତୁ ଏବଂ ଏହାର ମଜା ନିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.