ଏପରି ପ୍ରସ୍ତୁତ କରନ୍ତୁ ବାଉଁଶ କରଡ଼ି, ପାଟିକୁ ସୁଆଦିଆ ଓ ସ୍ଵାସ୍ଥ୍ୟ ପାଇଁ ଉପକାରୀ

ପ୍ରକୃତି ମଣିଷକୁ ଅନେକ ସମୟରେ ବିଭିନ୍ନ ପ୍ରକାରର ନୂଆ ଜିନିଷ ଦେଇଥାଏ। କାଠ ଠାରୁ ଆରମ୍ଭ କରି ଫଳ ଓ ଫୁଲ ପର୍ଯ୍ୟନ୍ତ ଏମିତି ଅନେକ କିଛି। ପନିପରିବା ବା ପ୍ରାୟ ସମସ୍ତେ ଖାଆନ୍ତି। କିନ୍ତୁ ଏହା ସହିତ ବାଉଁଶ କରଡ଼ି ହୁଏତ ଆପଣ କେବେ ଖାଇ ନଥିବେ। ଯାହାର ଅନେକ ପ୍ରକାର ଔଷଧୀୟ ଗୁଣ ରହିଛି। ଆଜି ଆପଣ ଜାଣିବେ ଏହି ବାଉଁଶ କଡି କିପରି ପ୍ରସ୍ତୁତ ହୁଏ। ଏହା ପେଟକୁ ଥଣ୍ଡା ରଖିବା ସହିତ ଏଥିରେ ଅଧିକ ପୋଷାକ ତତ୍ତ୍ଵ ଥିବାରୁ ଏହା ଅନେକ ରୋଗ ବ୍ୟାଧି ଦୂର କରେ।

kancha baunsa karadi
kancha baunsa karadi

ବାଉଁଶ କରଡ଼ି ଭଜା କିମ୍ବା ତରକାରୀ ତିଆରି କରିବା ପାଇଁ ଆବଶ୍ୟକୀୟ ସାମଗ୍ରୀ:
– କଞ୍ଚା ବାଉଁଶ କରଡ଼ି
– ହଳଦୀ ଓ ଆବଶ୍ୟକୀୟ ଅନୁଯାୟୀ ଲୁଣ, ତେଲ
– ଆମ୍ବୁଲ ଓ ସୋରିଷ ମସଲା
– ପିଆଜ
– ବିଲାତି

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ବାଉଁଶ କରଡ଼ିକୁ ତିଆରି କରିବା ପୂର୍ବରୁ ଏହାକୁ ରୋଷେଇ ପୂର୍ବରୁ ଖରାରେ ଶୁଖାଇ ପାଣିରେ ୧ ଘଣ୍ଟା ପାଇଁ ବତୁରାଇ ଦିଅନ୍ତୁ। ଏହା ପରେ ତାକୁ ପାଣିରୁ ଛାଣି ଭଜା କରିବା ପାଇଁ ହେଲେ ପ୍ୟାନ ଗରମ କରି ତେଲ ପକାଇ ସେଥିରେ ପିଆଜ, ଜିରା କିମ୍ୱା ସୋରିଷ ପକାଇ ଭାଜନ୍ତୁ। ପରେ ଏଥିରେ ଅଳ୍ପ କଟା ବିଲାତି ମିଶାଇ ଭାଜନ୍ତୁ। ଏହା ପରେ ବାଉଁଶ କରଡ଼ିକୁ ଏଥିରେ ମିଶାଇ ଆବଶ୍ୟକୀୟ ଅନୁଯାୟୀ ଲୁଣ ପକାଇ କିଛି ସମୟ ପାଇଁ ଛାଡି ଦିଅନ୍ତୁ। ପ୍ରାୟ ୧୦ ମିନିଟ ପର୍ଯ୍ୟନ୍ତ ଭାଯିବା ପରେ ଆପଣଙ୍କ ଡିସ୍ ରେଡି। ଗରମ ଗରମ ଆପଣ ଭାତ କିମ୍ୱା ରୁଟି ସହିତ ଖାଇ ପାରିବେ।

ଏହା ଛଡ଼ା ବାଉଁଶ କରଡ଼ିକୁ ତରକାରୀ କରିବାକୁ ଠିକ୍ ସେହି ପରି ଭଜା କରି ସେଥିରେ ଆମ୍ବୁଲ ଓ ସୋରିଷ ମସଲା ପକାଇ ୧୦ ରୁ ୨୦ ମିନିଟ୍ କସନ୍ତୁ ଓ ଏହା ପରେ ପାଣି ଦେଇ କିଛି ସମୟ ଛାଡ଼ି ଏହାକୁ ଓହ୍ଲାଇ ଦିଅନ୍ତୁ। ଏବେ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ଆପଣଙ୍କ ବାଉଁଶ କରଡ଼ି ତରକାରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.